ବିଜେପିର ତାଲିକାରୁ ଆନନ୍ଦିବେନ୍‌ ବାଦ୍‌, ଶେଷ ପର୍ଯ୍ୟାୟ ତାଲିକାରେ ୧୩ ପଟିଦାର

ଅହମ୍ମଦାବାଦ: ଗୁଜରାଟ ବିଧାନସଭା ନିର୍ବାଚନରେ ଟିକେଟକୁ ନେଇ ସବୁ ଦଳରେ ଚାଲିଛି ଛକାପଞ୍ଝା। ଏହାରି ଭିତରେ ବିଜେପି ତା’ର ଷଷ୍ଠ ବା ଅନ୍ତିମ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଏଥିରେ ୩୪ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି। ଏଥିସହ ବିଜେପି ଗୁଜରାଟର ସମସ୍ତ ୧୮୨ଟି ବିଧାନସଭା ସିଟ୍ ପାଇଁ ପ୍ରାର୍ଥୀ ଘୋଷଣା କରିଦେଇଛି। ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ତାଲିକାରେ ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ଆନନ୍ଦିବେନ ପଟେଲ ନାହାଁନ୍ତି। ତାଙ୍କ ଜାଗାରେ ଭୁପେନ୍ଦ୍ର ପଟେଲଙ୍କୁ ଟିକେଟ […]

bjp

Rakesh Mallick
  • Published: Monday, 27 November 2017
  • , Updated: 27 November 2017, 01:02 PM IST

ଅହମ୍ମଦାବାଦ: ଗୁଜରାଟ ବିଧାନସଭା ନିର୍ବାଚନରେ ଟିକେଟକୁ ନେଇ ସବୁ ଦଳରେ ଚାଲିଛି ଛକାପଞ୍ଝା। ଏହାରି ଭିତରେ ବିଜେପି ତା’ର ଷଷ୍ଠ ବା ଅନ୍ତିମ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଏଥିରେ ୩୪ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି। ଏଥିସହ ବିଜେପି ଗୁଜରାଟର ସମସ୍ତ ୧୮୨ଟି ବିଧାନସଭା ସିଟ୍ ପାଇଁ ପ୍ରାର୍ଥୀ ଘୋଷଣା କରିଦେଇଛି। ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ତାଲିକାରେ ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ଆନନ୍ଦିବେନ ପଟେଲ ନାହାଁନ୍ତି। ତାଙ୍କ ଜାଗାରେ ଭୁପେନ୍ଦ୍ର ପଟେଲଙ୍କୁ ଟିକେଟ ଦିଆଯାଇଛି। କାରଣ ଆନନ୍ଦିବେନ ପୂର୍ବରୁ ନିର୍ବାଚନ ଲଢ଼ିବାକୁ ମନା କରିଦେଇଥିଲେ। ବିଜେପି ପ୍ରକାଶ କରିଥିବା ଷଷ୍ଠ ତାଲିକାରେ ୧୩ ଜଣ ପଟିଦାର ସମ୍ପ୍ରଦାୟର ଲୋକଙ୍କୁ ଟିକେଟ୍‌ ଦେଇଛି।

ଗୁଜରାଟରେ ଦୁଇଟି ପର୍ଯ୍ୟାୟରେ ମତଦାନ ହେବ। ଆଜି ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପାଇଁ ନାମାଙ୍କନ ପତ୍ର ଦାଖଲ କରିବାର ଶେଷ ଦିନ। ଏହା ପୂର୍ବରୁ ଦଳ ୧୪୭ ପ୍ରାର୍ଥୀଙ୍କ ନାଁ ଘୋଷଣା ହୋଇସାରିଛି।

ବିଜେପିର ପ୍ରାର୍ଥୀ ତାଲିକା ଘୋଷଣା ନେଇ ଅନେକ ବିରୋଧ ଦେଖାଦେଇଥିଲା। ପ୍ରଥମ ତାଲିକା ଘୋଷଣା ପରେ ପାର୍ଟି କର୍ମକର୍ତ୍ତାମାନେ ଏହାକୁ ବିରୋଧରେ ସଡ଼କକୁ ଓହ୍ଲାଇ ଆସିଥିଲେ। ଏପରିକି ଉପସ୍ଥିତ ସାଂସଦ ମଧ୍ୟ ତାଙ୍କ ପତ୍ନୀଙ୍କୁ ଟିକେଟ ନ ମିଳିବା ଯୋଗୁ ବିରୋଧ କରି ତାଙ୍କ ପତ୍ନୀ ସ୍ୱାଧୀନ ଭାବେ ନିର୍ବାଚନ ଲଢ଼ିବେ ବୋଲି ଘୋଷଣା କରିଛନ୍ତି। ତାଙ୍କ ବ୍ୟତୀତ ପାର୍ଟିର ଅନ୍ୟ ବରିଷ୍ଠ ନେତା ନିଜ ପୁଅକୁ ଚିକେଟ ନମିଳିବାରୁ ସ୍ୱାଧୀନ ଭାବେ ଲଢ଼ାଇବେ ବୋଲି ଘୋଷଣା କରିଛନ୍ତି।

Related story