ଗୁଜରାଟ ଦଙ୍ଗା ମାମଲା: ଜାକିଆଙ୍କ ଆବେଦନ ହାଇକୋର୍ଟରେ ଖାରଜ

ସୁରଟ: ଗୁଜରାଟ ହାଇର୍କୋଟରେ ଖାରଜ ହୋଇଯାଇଛି ଜାକିଆ ଜାଫରୀଙ୍କ ଆବେଦନ। ୨୦୦୨ ମସିହା ଗୁଜରାଟ ଦଙ୍ଗା ମାମଲାକୁ ନେଇ ଗୁଜରାଟ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଜାକିଆ। ସୁପ୍ରିର୍ମର୍କୋଟଙ୍କ ଦ୍ୱାରା ଗଠିତ ଏସ୍ଆଇଟିର ତଦନ୍ତକୁ ଚ୍ୟାଲେଞ୍ଜ କରିଥିଲେ ସେ ତତ୍କାଳୀନ ଗୁଜରାଟ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କ୍ଲିନ୍ ଚିଟ୍ ଦିଆଯିବାକୁ ନେଇ ଆପତ୍ତି ଉଠାଇଥିଲେ। ମାମଲାରେ ପୁଣି ଥରେ ମୋଦିଙ୍କ ସମେତ ଅନ୍ୟ ରାଜନେତାଙ୍କୁ ପକ୍ଷଭୁକ୍ତ କରାଯାଉ ବୋଲି ସେ ଆବେଦନରେ ଦର୍ଶାଇଥିଲେ। କୋର୍ଟ […]

gujarat-high-court

Rakesh Mallick
  • Published: Thursday, 05 October 2017
  • , Updated: 05 October 2017, 07:21 PM IST

ସୁରଟ: ଗୁଜରାଟ ହାଇର୍କୋଟରେ ଖାରଜ ହୋଇଯାଇଛି ଜାକିଆ ଜାଫରୀଙ୍କ ଆବେଦନ। ୨୦୦୨ ମସିହା ଗୁଜରାଟ ଦଙ୍ଗା ମାମଲାକୁ ନେଇ ଗୁଜରାଟ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଜାକିଆ। ସୁପ୍ରିର୍ମର୍କୋଟଙ୍କ ଦ୍ୱାରା ଗଠିତ ଏସ୍ଆଇଟିର ତଦନ୍ତକୁ ଚ୍ୟାଲେଞ୍ଜ କରିଥିଲେ ସେ ତତ୍କାଳୀନ ଗୁଜରାଟ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କ୍ଲିନ୍ ଚିଟ୍ ଦିଆଯିବାକୁ ନେଇ ଆପତ୍ତି ଉଠାଇଥିଲେ।

ମାମଲାରେ ପୁଣି ଥରେ ମୋଦିଙ୍କ ସମେତ ଅନ୍ୟ ରାଜନେତାଙ୍କୁ ପକ୍ଷଭୁକ୍ତ କରାଯାଉ ବୋଲି ସେ ଆବେଦନରେ ଦର୍ଶାଇଥିଲେ। କୋର୍ଟ ମାମଲାକୁ ଖାରଜ କରିବା ସହ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବା ପାଇଁ ପରାମର୍ଶ ଦେଇଛନ୍ତି। ଜାକିଆ ହେଉଛନ୍ତି ଦିବଙ୍ଗତ ବରିଷ୍ଠ କଂଗ୍ରେସ ନେତା ଏହସାନ୍ ଜାଫରୀଙ୍କ ପତ୍ନୀ। ଗୁଜରାଟ ଦଙ୍ଗାରେ ପ୍ରାଣ ହରାଇଥିଲେ ଏହସାନ। ଦଙ୍ଗା ମାମଲାରେ ବଡ଼ ଧରଣର ଷଡ଼ଯନ୍ତ୍ର ଥିବା ଦର୍ଶାଇ କୋର୍ଟରେ ଆବେଦନ କରିଥିଲେ ଜାକିଆ।

Related story