ଜନ୍ମ ହେଉ ହେଉ ମହାମାରୀ କବଳରେ ଯାଆଁଳା ଶିଶୁ

ଅହମଦାବାଦ: ସାରା ଦେଶରେ କାୟା ମେଲାଉଛି କରୋନା ମହାମାରୀ। ବୟସ୍କଙ୍କୁ କବଳିତ କରୁଥିବା ଏହି ମହାମାରୀ ଦାଉରୁ ଛୋଟ ଛୁଆ ବି ବର୍ତ୍ତି ପାରୁ ନାହାନ୍ତି। ଏବେ କରୋନାର ଦ୍ୱିତୀୟ ଲହର ଆରମ୍ଭ ହୋଇଯାଇଥିବା ବେଳେ ଅଧିକ ସଂଖ୍ୟକ ଛୋଟ ଶିଶୁ ଆକ୍ରାନ୍ତ ହେଉଥିବା ଜଣାପଡ଼ୁଛି।  ଗୁଜରାଟର ବରୋଦାରେ ନବଜାତ ଯାଆଁଳା ଶିଶୁ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି । ଜନ୍ମ ପରେ ପରେ ଦୁଇ ନବଜାତ ହଇଜାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା। ମାତ୍ର ପରେ ପରୀକ୍ଷଣରୁ […]

twins

Niharika Rout
  • Published: Friday, 02 April 2021
  • , Updated: 02 April 2021, 09:51 AM IST

ଅହମଦାବାଦ: ସାରା ଦେଶରେ କାୟା ମେଲାଉଛି କରୋନା ମହାମାରୀ। ବୟସ୍କଙ୍କୁ କବଳିତ କରୁଥିବା ଏହି ମହାମାରୀ ଦାଉରୁ ଛୋଟ ଛୁଆ ବି ବର୍ତ୍ତି ପାରୁ ନାହାନ୍ତି। ଏବେ କରୋନାର ଦ୍ୱିତୀୟ ଲହର ଆରମ୍ଭ ହୋଇଯାଇଥିବା ବେଳେ ଅଧିକ ସଂଖ୍ୟକ ଛୋଟ ଶିଶୁ ଆକ୍ରାନ୍ତ ହେଉଥିବା ଜଣାପଡ଼ୁଛି।  ଗୁଜରାଟର ବରୋଦାରେ ନବଜାତ ଯାଆଁଳା ଶିଶୁ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି ।

ଜନ୍ମ ପରେ ପରେ ଦୁଇ ନବଜାତ ହଇଜାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା। ମାତ୍ର ପରେ ପରୀକ୍ଷଣରୁ ଦୁହେଁ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା। ଦୁହିଁଙ୍କର ଚିକିତ୍ସା ଜାରି ଥିବା ବେଳେ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଥିବା ହସ୍ପିଟାଲ ପକ୍ଷରୁ କୁହାଯାଇଛି ।

ଏହାପୂର୍ବରୁ ଗତବର୍ଷ ଗୁଜରାଟରେ ଏପରି ଏକ ଘଟଣା ଦେଖିବାକୁ ମିଳିଥିଲା। ଯାଆଁଳା ଭାଇଭଉଣୀ ଜନ୍ମ ହେବାର ୬ ଦିନ ପରେ ପଜିଟିଭ ଥିବା ଜଣାପଡ଼ିଥିଲା।  ମହିଳାଜଣକ ପ୍ରସବ ପୂର୍ବରୁ ପଜିଟିଭ ଚିହ୍ନଟ ହୋଇଥିଲେ। ଏହାପରେ ସେ ଜନ୍ମ ଦେଇଥିବା ଯାଆଁଳା ଶିଶୁ ମଧ୍ୟ ପଜିଟିଭ ଚିହ୍ନଟ ହେଲେ।

ଗୁଜରାଟରେ ଗତ ଗୁରୁବାର ଗୁଜରାଟରେ ଦୈନିକ ସର୍ବାଧିକ ୨୪୧୦ ପଜିଟିଭ ମାମଲା ସାମନାକୁ ଆସିଥିଲା। ଗୁଜରାଟରେ ସମୁଦାୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୧୦,୧୦୮ରେ ପହଞ୍ଚିଥିବା ବେଳେ ମୃତକଙ୍କ ସଂଖ୍ୟା ୪,୫୨୮ରେ ପହଞ୍ଚିଛି।

ମହାମାରୀ କବଳରେ ଶିଶୁମାନେ ପଡ଼ୁଥିବା ବେଳେ ଏହାକୁ କିପରି ନିୟନ୍ତ୍ରଣକୁ ଅଣାଯିବ ତାକୁ ନେଇ ଚିନ୍ତାରେ କେନ୍ଦ୍ର ସରକାର।   ଗତ ମାର୍ଚ୍ଚ ମାସରେ ମହାରାଷ୍ଟ୍ରରେ କେବଳ ୬ ଲକ୍ଷ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି।  ଏଥିରୁ ୧୦ ବର୍ଷରୁ କମ୍ ବୟସର ୧୫ ହଜାର ୫୦୦ ଶିଶୁ କରୋନା ଦ୍ୱାରା ସଂକ୍ରମିତ ଚିହ୍ନଟ ହୋଇଥିଲେ।   ରାଜ୍ୟରେ ମୋଟ୍  ପଜିଟିଭ୍ ମଧ୍ୟରୁ ୧୦ ପ୍ରତିଶତ ଶିଶୁ କରୋନା ଦ୍ୱାରା ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା।

Related story