ସୁରତ: ଗୁଜରାଟ ବିଧାନସଭା ଲାଗି ଶେଷ ହୋଇଛି ପ୍ରଥମ ପର୍ଯ୍ୟାୟ ନିର୍ବାଚନ। ଆଜି ଇଭିଏମରେ ସିଲ ହୋଇଛି ୯୭୭ ପ୍ରାର୍ଥୀଙ୍କ ଭାଗ୍ୟ। ମତଦାନ ବେଳେ ଆଜି କିଛି ବୁଥରେ ଭୋଟିଂ ମେସିନରେ ତ୍ରୁଟିକୁ ବାଦ୍ ଦେଇ ରାଜ୍ୟର ୮୯ ଆସନରେ ଶାନ୍ତି ଶୃଙ୍ଖଳାର ସହ ମତଦାନ ଶେଷ ହୋଇଛି। ୬୮ ପ୍ରତିଶତ ମତଦାତା ସେମାନଙ୍କ ମତାଧିକାର ସାବ୍ୟସ୍ତ କରିଥିବା ନିର୍ବାଚନ କମିଶନ ସୂଚନା ଦେଇଛନ୍ତି। ଆଗ ଅପେକ୍ଷା ଏଥର ଅଧିକ ମତଦାନ ହୋଇଥିବା ଜଣାପଡ଼ିଛି।
ଆଜି ସକାଳେ ମତଦାନ ଆରମ୍ଭ ହୋଇଥିଲା। ଭୋଟରମାନେ ଶାନ୍ତିଶୃଙ୍ଖଳାରେ ଧାଡ଼ିରେ ଯାଇ ମତଦାନ ସାବ୍ୟସ୍ତ କରୁଥିବା ଦେଖିବାକୁ ମିଳିଛି। ପୂର୍ବରୁ ଏହି ଅଞ୍ଚଳରେ ବିଜେପିର ପଲ୍ଲା ଭାରି ରହିଥିଲା। ୨୦୧୨ ନିର୍ବାଚନରେ ୮୯ଟି ସିଟ୍ରୁ ବିଜେପି ୬୮ଟି ଆସନ ଅକ୍ତିଆର କରିଥିଲା। ମୋଟ୍ ବିଜେପି ୧୧୬ ଆସନ ଜିତି ରାଜ୍ୟରେ ସରକାର ଗଢ଼ିଥିଲା।