ଗୁଜରାଟ: ସାମ୍ନାକୁ ଆସିଲା ନିଲମ୍ବିତ ଆଇପିଏସ୍ ସଞ୍ଜୀବ ଭଟ୍ଟଙ୍କ ‘ସେକ୍ସ ଭିଡିଓ’, ସରକାର ମାଗିଲେ ଜବାବ

ଅହମଦାବଦ: ଗୁଜରାଟର ନିଲମ୍ୱିତ ଆଇପିଏସ୍ ଅଧିକାରୀ ସଞ୍ଜିବ ଭଟ୍ଟଙ୍କ ଏକ ୧୧ ମିନିଟର ‘ସେକ୍ସ ଭିଡିଓ’ ସାମ୍ନାକୁ ଆସିଛି। ଏଥିରେ ତାଙ୍କୁ ଜଣେ ମହିଳାଙ୍କ ସହିତ ଦେଖିବାକୁ ମିଳିଛି। ଏହି ଭିଡିଓ ସାମ୍ନାକୁ ଆସିବା ପରେ ଗୁଜରାଟ ସରକାରଙ୍କ ଗୃହ ବିଭାଗ ତାଙ୍କୁ ଏକ ନୋଟିସ୍ ପଠାଇ ୧୦ ଦିନ ମଧ୍ୟରେ ଜବାବ ଦେବାକୁ କହିଛି। ଅନ୍ୟପକ୍ଷରେ ନିଲମ୍ୱିତ ଆଇପିଏସ ସଂଜୀବ ଭଟ୍ଟ କହିଛନ୍ତି ଯେ ଭିଡିଓରେ ଦେଖାଯାଉଥିବା ବ୍ୟକ୍ତି ତାଙ୍କ ଭଳି ଦେଖାଯାଉଛି। କିନ୍ତୁ ପ୍ରକୃତରେ […]

sanjivbhatta

Rakesh Mallick
  • Published: Monday, 17 August 2015
  • , Updated: 17 August 2015, 06:11 AM IST

ଅହମଦାବଦ: ଗୁଜରାଟର ନିଲମ୍ୱିତ ଆଇପିଏସ୍ ଅଧିକାରୀ ସଞ୍ଜିବ ଭଟ୍ଟଙ୍କ ଏକ ୧୧ ମିନିଟର ‘ସେକ୍ସ ଭିଡିଓ’ ସାମ୍ନାକୁ ଆସିଛି। ଏଥିରେ ତାଙ୍କୁ ଜଣେ ମହିଳାଙ୍କ ସହିତ ଦେଖିବାକୁ ମିଳିଛି। ଏହି ଭିଡିଓ ସାମ୍ନାକୁ ଆସିବା ପରେ ଗୁଜରାଟ ସରକାରଙ୍କ ଗୃହ ବିଭାଗ ତାଙ୍କୁ ଏକ ନୋଟିସ୍ ପଠାଇ ୧୦ ଦିନ ମଧ୍ୟରେ ଜବାବ ଦେବାକୁ କହିଛି। ଅନ୍ୟପକ୍ଷରେ ନିଲମ୍ୱିତ ଆଇପିଏସ ସଂଜୀବ ଭଟ୍ଟ କହିଛନ୍ତି ଯେ ଭିଡିଓରେ ଦେଖାଯାଉଥିବା ବ୍ୟକ୍ତି ତାଙ୍କ ଭଳି ଦେଖାଯାଉଛି। କିନ୍ତୁ ପ୍ରକୃତରେ ସେ ଏହି ଭିଡିଓରେ ନାହାନ୍ତି। ସେ ସରକାରଙ୍କୁ ତାଙ୍କ ଜବାବ ପଠାଇ ଦେଇଛନ୍ତି।  ଏହି ଭିଡିଓର ବାୟୋମେଟ୍ରିକ୍ ଯାଞ୍ଚ କରିବାକୁ ସେ ଦାବି କରିଛନ୍ତି।

ଅଗଷ୍ଟ ୧୪ରେ ଜଣେ ଅଜଣା ବ୍ୟକ୍ତି ସରକାରଙ୍କ ନିକଟକୁ ଏହି ଭିଡିଓ ପଠାଇଥିଲେ। ଗୁଜରାଟ ସରକାର କହିଛନ୍ତି ସଂଜୀବଙ୍କ ବିରୋଧରେ ଆସିଥିବା ଏହି ମାମଲା ସର୍ଭିସ୍ ରୁଲକୁ ଉଲ୍ଲଂଘନ କରିଛି।

ସୂଚନାଯୋଗ୍ୟ ଯେ, ୨୦୦୨ରେ ଘଟିଥିବା ଗୁଜରାଟ ଦଙ୍ଗାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ସେ ଅଭିଯୋଗ ଆଣିଥିଲେ। ୨୦୧୧ରେ ତାଙ୍କୁ ନିଲମ୍ୱନ କରାଯାଇଥିଲା।

Related story