ଫଳାଫଳକୁ ନେଇ ଫାଇଟ୍‌: ଅମିତ୍ ଶାହ କହିଲେ ଏ ବିଜୟ ବଂଶବାଦ ଓ ଜାତିବାଦ ଉପରେ ବିକାଶର ବିଜୟ, ରାହୁଲ କହିଲେ...

ନୂଆଦିଲ୍ଲୀ: ଗୁଜରାଟ ଏବଂ ହିମାଚଳ ବିଧାନ ସଭା ନିର୍ବାଚନ ଫଳାଫଳ ନେଇ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ସାହ ଏକ ସାମ୍ବାଦିକ ସମ୍ମିନୀ ଡାକି କଂଗ୍ରେସକୁ ଏବଂ ହାର୍ଦ୍ଦିକ ପଟେଲକୁ ଟାର୍ଗେଟ କରି ବର୍ଷିଛନ୍ତି।  ଏଥିସହ ବିଜେପିର ସମ୍ଭାବ୍ୟ ବିଜୟ ପରିପ୍ରେକ୍ଷୀରେ ଭୋଟରମାନଙ୍କୁ କୃତଜ୍ଞତା ଜଣାଇ ଥିଲେ। ଲଗାତାର ଷଷ୍ଠ ଥର ପାଇଁ ଆମେ ଗୁଜରାଟରେ ସରକାର କରିବୁ ବୋଲି ସାହ କହିଥିଲେ। ଏହି ବିଜୟ ବଂଶବାଦ ଓ ଜାତିବାଦ ଉପରେ ବିକାଶର ବିଜୟ। ବିଜେପି ଉପରେ […]

rahul-and-amit-shah

Rakesh Mallick
  • Published: Monday, 18 December 2017
  • , Updated: 18 December 2017, 05:02 PM IST

ନୂଆଦିଲ୍ଲୀ: ଗୁଜରାଟ ଏବଂ ହିମାଚଳ ବିଧାନ ସଭା ନିର୍ବାଚନ ଫଳାଫଳ ନେଇ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ସାହ ଏକ ସାମ୍ବାଦିକ ସମ୍ମିନୀ ଡାକି କଂଗ୍ରେସକୁ ଏବଂ ହାର୍ଦ୍ଦିକ ପଟେଲକୁ ଟାର୍ଗେଟ କରି ବର୍ଷିଛନ୍ତି।  ଏଥିସହ ବିଜେପିର ସମ୍ଭାବ୍ୟ ବିଜୟ ପରିପ୍ରେକ୍ଷୀରେ ଭୋଟରମାନଙ୍କୁ କୃତଜ୍ଞତା ଜଣାଇ ଥିଲେ। ଲଗାତାର ଷଷ୍ଠ ଥର ପାଇଁ ଆମେ ଗୁଜରାଟରେ ସରକାର କରିବୁ ବୋଲି ସାହ କହିଥିଲେ। ଏହି ବିଜୟ ବଂଶବାଦ ଓ ଜାତିବାଦ ଉପରେ ବିକାଶର ବିଜୟ। ବିଜେପି ଉପରେ ଗୁଜରାଟବାସୀଙ୍କ ଆସ୍ଥା ଅଧିକ ବଢ଼ିଛି।

ପୂର୍ବ ନିର୍ବାଚନ ଅପେକ୍ଷା ବିଜେପିର ୧.୨୫% ଭୋଟ୍ ବଢ଼ିଛି। ଜାତିବାଦ ରାଜନୀତିକୁ ଗୁଜରାଟବାସୀ ପ୍ରତ୍ୟାଖ୍ୟାନ କରିଛନ୍ତି ବୋଲି ସେ କହିଛନ୍ତି। ସେପଟେ ନିର୍ବାଚନ ଫଳାଫଳ ସଂକ୍ରାନ୍ତରେ କଂଗ୍ରେସର ନବ ନିର୍ବାଚିତ ଅଧ୍ୟକ୍ଷ ରାହୁଲ ଗାନ୍ଧି ଟ୍ୱିଟ୍‌ କରି ନିଜର ମତ ରଖିଛନ୍ତି। ନିଜ ଟ୍ୱିଟ୍‌ର ଆକାଉଣ୍ଟରେ ଜନାଦେଶକୁ କଂଗ୍ରେସ ଗ୍ରହଣ କରୁଛି ବୋଲି ସେ ଲେଖିଛନ୍ତି। ଉଭୟ ରାଜ୍ୟର ନୂଆ ସରକାରକୁ ସେ ସ୍ୱାଗତ କରିଛନ୍ତି। ସନ୍ଧ୍ୟା ୫ଟା ସୁଦ୍ଧା ମିଳିଥିବା ଫଳାଫଳ ଅନୁଯାୟିୟୀ , ଗୁଜରାଟ୍‌ ୧୮୨ଟି ବିଧାନସଭା ଆସନ ମଧ୍ୟରୁ ବିଜେପି ୯୯ ଓ କଂଗ୍ରେସ ୮୦ ସିଟ୍‌ରେ ଆଗୁଆ ରହିଛି।  ଏବଂ ଅନ୍ୟାନ୍ୟ ୩ଟି ରହିଛି।

Related story