ରାହୁଲ ପାସ୍‌, ରଣନୀତି ଫେଲ: ୨୨ ବର୍ଷ ପରେ ବି ପାର୍ଟି ଖଟା

ନୂଆଦିଲ୍ଲୀ: ଗୁଜରାଟରେ ବିଜେପିକୁ ବହୁମତ। ୧୮୨ ଆସନରୁ ବିଜେପି ୯୯ ଆସନ ଦଖଲ କରି ପୁଣି ଥରେ ଶାସନ କ୍ଷମତା ହାତେଇଛି। ସେପଟେ ରାଜ୍ୟରେ ୨୨ ବର୍ଷ ଧରି କ୍ଷମତାରୁ ଦୂରେଇ ରହିଥିବା କଂଗ୍ରେସକୁ ଲାଗିଛି ଶକ୍ତ ଝଟକା । ଅର୍ଥାତ ୨୨ ବର୍ଷ ପରେ ଦଳ(ପାର୍ଟି)କୁ ପୁଣି ଥରେ ଖଟା ଫଳାଫଳ ମିଳିଛି।  ଆଉ ପରାସ୍ତ ହୋଇଛି କଂଗ୍ରେସ । ମୋଦି ମ୍ୟାଜିକ ଆଗରେ ଫିକା ପଡ଼ିଛି ରାହୁଲଙ୍କ ପ୍ରଚାର।  ପଟିଦାର ସଂପ୍ରଦାୟକୁ ନେଇ ରାହୁଲ […]

j-000

Rakesh Mallick
  • Published: Monday, 18 December 2017
  • , Updated: 18 December 2017, 07:33 PM IST

ନୂଆଦିଲ୍ଲୀ: ଗୁଜରାଟରେ ବିଜେପିକୁ ବହୁମତ। ୧୮୨ ଆସନରୁ ବିଜେପି ୯୯ ଆସନ ଦଖଲ କରି ପୁଣି ଥରେ ଶାସନ କ୍ଷମତା ହାତେଇଛି। ସେପଟେ ରାଜ୍ୟରେ ୨୨ ବର୍ଷ ଧରି କ୍ଷମତାରୁ ଦୂରେଇ ରହିଥିବା କଂଗ୍ରେସକୁ ଲାଗିଛି ଶକ୍ତ ଝଟକା । ଅର୍ଥାତ ୨୨ ବର୍ଷ ପରେ ଦଳ(ପାର୍ଟି)କୁ ପୁଣି ଥରେ ଖଟା ଫଳାଫଳ ମିଳିଛି।  ଆଉ ପରାସ୍ତ ହୋଇଛି କଂଗ୍ରେସ । ମୋଦି ମ୍ୟାଜିକ ଆଗରେ ଫିକା ପଡ଼ିଛି ରାହୁଲଙ୍କ ପ୍ରଚାର।  ପଟିଦାର ସଂପ୍ରଦାୟକୁ ନେଇ ରାହୁଲ ଯେଭଳି ପ୍ରଚାର କରିଥିଲେ ତାହା ସେତେଟା ଫଳପ୍ରଦ ହେଲାନି ।

ସେହିପରି କଂଗ୍ରେସ ଅଧ୍ୟକ୍ଷ ହେବାରେ ରାହୁଲ ଗାନ୍ଧି ସଫଳ ହୋଇଥିବା ବେଳେ ଗୁଜରାଟ ଏବଂ ହିମାଚଳପ୍ରଦେଶ ନିର୍ବାଚନରେ ତାଙ୍କ ରଣନୀତି ଫେଲ ମାରିଛି। ଅବଶ୍ୟ କଂଗ୍ରେସର ଆସନ ସଂଖ୍ୟା ବଢ଼ିଛି । ଗତ ଥର(୨୦୧୨) କଂଗ୍ରେସକୁ ୬୦ଟି ସିଟ୍‌ ମିଳିଥିବା ବେଳେ ଏଥର ୭୯ଟି ଆସନ ମିଳିଛି। ଅର୍ଥାତ କଂଗ୍ରେସର ୧୯ଟି ସିଟ୍‌ ବୃଦ୍ଧି ପାଇଛି। ଏହା ସେତେଟା ଆଶାତୀତ ନୁହେଁ।  ପଟିଦାର ସଂପ୍ରଦାୟ ବହୁଳ ଅଞ୍ଚଳ ସାବରମତୀ, ନାରୋଦା ଓ ନାରନପୁରରେ କଂଗ୍ରେସର ଶୋଚନୀୟ ପରାସ୍ତ ହୋଇଛି।

ରାହୁଲ କଂଗ୍ରେସର ମଙ୍ଗ ଧରିବା ପରେ ତାଙ୍କୁ ପ୍ରଥମ ଥର ପାଇଁ ପରାଜୟର ସ୍ୱାଦ ଚାଖିବାକୁ ପଡ଼ିଛି। ଆଉ କଂଗ୍ରେସର ନେତୃତ୍ୱ ଉପରେ ପୁଣିଥରେ ପ୍ରଶ୍ନ ଉଠାଇଛି ବିଜେପି। ସେପଟେ କଂଗ୍ରେସ କହିଛି, ଏଥର ସେମାନଙ୍କ ସଂଖ୍ୟା ବଢ଼ିଛି। ତେଣୁ ଏହା ସେମାନଙ୍କ ପାଇଁ ନୈତିକ ବିଜୟ।  ତେବେ ଏହି ନିର୍ବାଚନରେ ଦୁଇ ଯୁବନେତାଙ୍କ ରାଜନୈତିକ କ୍ୟାରିଅର ଆରମ୍ଭ ହୋଇଛି । ନିର୍ବାଚନ ପୂର୍ବରୁ କଂଗ୍ରେସରେ ସାମିଲ୍ ହୋଇଥିବା ଓବିସି ନେତା ଅଳ୍ପେଶ ଠାକୋର ରାଧନପୁର ଆସନରୁ ବିଜୟୀ ହୋଇଛନ୍ତି।  ସେହିପରି ସ୍ୱାଧୀନ ନେତା ତଥା ଦଳିତ ନେତା ଜିଗ୍ନେଶ ମେବାନି ବଡଗାମ ଆସନରୁ ଜିତିଛନ୍ତି।

Related story