ଆଜି ଗୁଜରାଟର ୩ଟି ରାଜ୍ୟସଭା ଆସନ ପାଇଁ ଭୋଟ୍‌

ଗାନ୍ଧିନଗର: ଆଜି ଗୁଜରାଟର ୩ଟି ରାଜ୍ୟସଭା ଆସନ ଲାଗି ଅନୁଷ୍ଠିତ ହେବ ନିର୍ବାଚନ। ସଂଖ୍ୟା ଦୃଷ୍ଟିରୁ ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହ ଓ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ନିର୍ବାଚିତ ହେବା ନିଶ୍ଚିତ। ତେବେ ତୃତୀୟ ଆସନ ଲାଗି ଚାଲିଚି ବଳ କଷାକଷି। ଏଇ ଆସନ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ସୋନିଆ ଗାନ୍ଧିଙ୍କ ରାଜନୈତିକ ସଚିବ ଅହମ୍ମଦ ପଟେଲଙ୍କୁ ପରାସ୍ତ କରିବା ଲାଗି ସବୁ ଯୋଜନା କରିଛନ୍ତି ଅମିତ ଶାହା। ନିକଟରେ କଂଗ୍ରେସ ଛାଡ଼ି ବିଜେପିରେ ଯୋଗ […]

rs poll

Rakesh Mallick
  • Published: Tuesday, 08 August 2017
  • , Updated: 08 August 2017, 07:49 AM IST

ଗାନ୍ଧିନଗର: ଆଜି ଗୁଜରାଟର ୩ଟି ରାଜ୍ୟସଭା ଆସନ ଲାଗି ଅନୁଷ୍ଠିତ ହେବ ନିର୍ବାଚନ। ସଂଖ୍ୟା ଦୃଷ୍ଟିରୁ ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହ ଓ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ନିର୍ବାଚିତ ହେବା ନିଶ୍ଚିତ। ତେବେ ତୃତୀୟ ଆସନ ଲାଗି ଚାଲିଚି ବଳ କଷାକଷି। ଏଇ ଆସନ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ସୋନିଆ ଗାନ୍ଧିଙ୍କ ରାଜନୈତିକ ସଚିବ ଅହମ୍ମଦ ପଟେଲଙ୍କୁ ପରାସ୍ତ କରିବା ଲାଗି ସବୁ ଯୋଜନା କରିଛନ୍ତି ଅମିତ ଶାହା। ନିକଟରେ କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଇଥିବା ବଲଓ୍ୱନ୍ତ ସିଂହ ରାଜପୁତଙ୍କୁ ଏହି ଆସନ ଲାଗି ଦଳ ପ୍ରାର୍ଥୀ କରିଛି। ତା’ସହିତ ପୁରୁଖା ନେତା ଶଙ୍କର ସିଂହ ବାଘେଲାଙ୍କ ସହ ୬ ଜଣ କଂଗ୍ରେସ ବିଧାୟକ ବିଜେପିରେ ମିଶିବା ପରେ ଦଳର ମୂଲଦୁଆ ଦୋହଲି ଯାଇଛି ।

ଦଳର ବିଧାୟକଙ୍କ ସଂଖ୍ୟା ୫୭ରୁ ୫୧କୁ ଖସି ଆସିଛି। ଅହମ୍ମଦ ପଟେଲଙ୍କୁ ଜିତିବା ପାଇଁ ୪୫ ବିଧାୟକଙ୍କ ସମର୍ଥନ ଆବଶ୍ୟକ ହେଉଥିଲେ ବି କ୍ରସ୍ ଭୋଟିଂର ସମ୍ଭାବନା ଯଥେଷ୍ଟ ଅଧିକ ରହିଛି। ସେହିପରି ଦୁଇ ଜଣ ବିଧାୟକ ଥିବା ଶରଦ୍ ପାଓ୍ୱାରଙ୍କ ଏନସିପି ମଧ୍ୟ କଂଗ୍ରେସର ହାତ ଛାଡିଛି। ବିଧାୟକଙ୍କ  ଦଳ ବଦଳ ରୋକିବା ଲାଗି କଂଗ୍ରେସ ୪୪ ଜଣଙ୍କୁ ନେଇ କର୍ଣ୍ଣାଟକର ଏକ ରିସର୍ଟରେ ରଖିଥିଲ॥ ସେମାନେ ଆଜି ଗୁଜରାଟ ଫେରିଛନ୍ତି। ତେବେ କାହାକୁ ଭୋଟ୍‌ ଦେବେ ତାକୁ ନେଇ ସସ୍‌ପେନ୍ସ ଜାରି ରହିଛି।

Related story