ରାତି ପାହିଲେ ଭୋଟ ଗଣନା, ଗୁଜରାଟ, ହିମାଚଳରେ ସତ୍ତା ହାତେଇବାକୁ କଂଗ୍ରେସ-ଭାଜପା ମଧ୍ୟରେ ମୁକାବିଲା

ନୂଆଦିଲ୍ଲୀ: ସୋମବାର ଗୁଜରାଟ ଓ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନର ଭୋଟ ଗଣତି କରାଯିବ। ଏଥିପାଇଁ ସମସ୍ତ ବ୍ୟବସ୍ଥା ଚୁଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଏହି ଦୁଇ ରାଜ୍ୟରେ ବିଜେପି ଓ କଂଗ୍ରେସ ମଧ୍ୟରେ ଟକ୍କର ହେବ। ଗଣତି  ସକାଳ ୮ଟାରୁ ଆରମ୍ଭ ହେବ। ଏଥିପାଇଁ ଉଭୟ ରାଜ୍ୟରେ କଡ଼ା ସୁରକ୍ଷା ବ୍ୟବସ୍ଥା  କରାଯାଇଛି। ସବୁ ବୁଥ୍‌ରେ VVPAT ବ୍ୟବସ୍ଥା ଥିବା EVM ବ୍ୟବହାର  କରାଯାଇଛି। ଗୁଜରାଟରେ ବିଜେପି କ୍ଷମତା ବଜାୟ ରଖିବା ସମ୍ଭାବନା ଥିବା ବେଳେ,  ହିମାଚଳରେ […]

କନ

Rakesh Mallick
  • Published: Sunday, 17 December 2017
  • , Updated: 17 December 2017, 09:12 PM IST

ନୂଆଦିଲ୍ଲୀ: ସୋମବାର ଗୁଜରାଟ ଓ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନର ଭୋଟ ଗଣତି କରାଯିବ। ଏଥିପାଇଁ ସମସ୍ତ ବ୍ୟବସ୍ଥା ଚୁଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଏହି ଦୁଇ ରାଜ୍ୟରେ ବିଜେପି ଓ କଂଗ୍ରେସ ମଧ୍ୟରେ ଟକ୍କର ହେବ।

ଗଣତି  ସକାଳ ୮ଟାରୁ ଆରମ୍ଭ ହେବ। ଏଥିପାଇଁ ଉଭୟ ରାଜ୍ୟରେ କଡ଼ା ସୁରକ୍ଷା ବ୍ୟବସ୍ଥା  କରାଯାଇଛି। ସବୁ ବୁଥ୍‌ରେ VVPAT ବ୍ୟବସ୍ଥା ଥିବା EVM ବ୍ୟବହାର  କରାଯାଇଛି। ଗୁଜରାଟରେ ବିଜେପି କ୍ଷମତା ବଜାୟ ରଖିବା ସମ୍ଭାବନା ଥିବା ବେଳେ,  ହିମାଚଳରେ ବିଜେପି କଂଗ୍ରେସ ହାତରୁ କ୍ଷମତା ଛଡାଇ ନେବ ବୋଲି ଏକ୍‌ଜିଟ୍ ପୋଲ୍ ସର୍ଭେରେ ଆକଳନ କରାଯାଇଛି।

ଗୁଜରାଟ୍ ନିର୍ବାଚନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କ ମଧ୍ୟରେ ସିଧାସଳଖ ଫାଇଟ୍ ବୋଲି କୁହାଯାଇଛି। ତେବେ ୨୨ ବର୍ଷ ଧରି  କ୍ଷମତାରେ ଥିବା ବିଜେପି  ସିଂହାସନ ବଜାୟ ରଖୁଛି ନା ପଟିଦାର ନେତା ହାର୍ଦ୍ଦିକ ପଟେଲକୁ ସାଙ୍ଗରେ ନେଇ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ରାହୁଲ ଗାନ୍ଧି କ୍ଷମତାର  ଡୋରୀ ଛଡାଇ ନେବାରେ ସଫଳ ହେଉଛନ୍ତି ଏବେ ତା ଉପରେ ସମସ୍ତଙ୍କ ନଜର।

ଅନ୍ୟପକ୍ଷରେ ହିମାଚଳରେ ତୁଷାରପାତ ଆରମ୍ଭ ହୋଇଯାଇଥିବାରୁ ତାପମାତ୍ରା କମିଥିବା ବେଳେ ଏଠି ବଢିଛି ରାଜନୈତିକ ଉଷ୍ମତା। କଂଗ୍ରେସକୁ ଗାଦିଚ୍ୟୁତ କରି ବିଜେପି କ୍ଷମତାକୁ ଫେରିବ ବୋଲି  ଏକ୍‌ଜିଟ୍ ପୋଲ ପୂର୍ବାନୁମାନ କରିଛି। ସେହିପରି ରାଜ୍ୟରେ ପ୍ରତି ୫ ବର୍ଷରେ  ସରକାର ବଦଳିବାର ଧାରା ରହିଥିବାରୁ ଫଳାଫଳ ବିଜେପି ସପକ୍ଷରେ ଯିବା ସମ୍ଭାବନା ଅଧିକ ରହିଛି ବୋଲି କୁହାଯାଉଛି।

Related story