ଗୁଜରାଟ: ଜବରଦଖଲ ଉଚ୍ଛେଦ ବେଳେ ନାଳରେ ପଡ଼ି ବିଜେପି ସାଂସଦ ଆହତ

ଜାମନଗର: ଗୁଜରାଟର ଜାମନଗରରେ ଜବରଦଖଲ ଉଚ୍ଛେଦ ବେଳେ ଏକ ନାଳ ଉପରେ ପଡ଼ିଥିବା କଂକ୍ରିଟ୍ ସ୍ଲାବ୍ ଭାଙ୍ଗି ଯିବାରୁ ଆହତ ହୋଇଛନ୍ତି ବିଜେପି ସାଂସଦ ପୁନମ ମଦାମ। ସ୍ଲାବ୍ ଭାଙ୍ଗି ଯିବାରୁ ସେ ନାଳ ଭିତରେ ପଡ଼ି ଯାଇଥିଲେ। ତାଙ୍କ ମୁଣ୍ଡରେ ଆଘାତ ଲାଗିଛି। ତାଙ୍କୁ ପ୍ରଥମେ ସ୍ଥାନୀୟ ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ମୁମ୍ବାଇ ସ୍ଥାନାନ୍ତର କରାଯାଇଛି। ତାଙ୍କୁ ବିମାନ ଯୋଗେ ମୁମ୍ବାଇ ନିଆଯାଇଛି। ଜବରଦଖଲ ଉଚ୍ଛେଦ ବେଳେ ସେ […]

jamnager

Rakesh Mallick
  • Published: Monday, 16 May 2016
  • , Updated: 16 May 2016, 09:47 AM IST

ଜାମନଗର: ଗୁଜରାଟର ଜାମନଗରରେ ଜବରଦଖଲ ଉଚ୍ଛେଦ ବେଳେ ଏକ ନାଳ ଉପରେ ପଡ଼ିଥିବା କଂକ୍ରିଟ୍ ସ୍ଲାବ୍ ଭାଙ୍ଗି ଯିବାରୁ ଆହତ ହୋଇଛନ୍ତି ବିଜେପି ସାଂସଦ ପୁନମ ମଦାମ। ସ୍ଲାବ୍ ଭାଙ୍ଗି ଯିବାରୁ ସେ ନାଳ ଭିତରେ ପଡ଼ି ଯାଇଥିଲେ। ତାଙ୍କ ମୁଣ୍ଡରେ ଆଘାତ ଲାଗିଛି। ତାଙ୍କୁ ପ୍ରଥମେ ସ୍ଥାନୀୟ ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ମୁମ୍ବାଇ ସ୍ଥାନାନ୍ତର କରାଯାଇଛି। ତାଙ୍କୁ ବିମାନ ଯୋଗେ ମୁମ୍ବାଇ ନିଆଯାଇଛି।

ଜବରଦଖଲ ଉଚ୍ଛେଦ ବେଳେ ସେ ଏକ ନାଳ ଉପରେ ପଡ଼ିଥିବା ଉକ୍ତ ସ୍ଲାବ୍‌ ଉପରେ ଛିଡ଼ା ହୋଇ ସରକାରୀ ଅଧିକାରୀମାନଙ୍କ ସହିତ ଆଲୋଚନା କରୁଥିଲେ। ସେ ପ୍ରାୟ ୧୦ ଫୁଟ୍ ତଳେ ପଡ଼ିଥିଲେ। ସେଠାରେ ଉପସ୍ଥିତ ଅଗ୍ନିଶମ ବିଭାଗ କର୍ମଚାରୀମାନେ ତାଙ୍କୁ ନାଳରୁ ଉଦ୍ଧାର କରିଥିଲେ।

Related story