ଗୁଜରାଟ: ତିନିଟି ଗାଁର ବ୍ୟାଙ୍କ ଜମା ୯୦୦୦ କୋଟି ଟଙ୍କା

ଅହମଦାବାଦ: ଗୁଜରାଟର କୁଚ୍ ଜିଲ୍ଲାର  ଭୁଜ ସହର ଠାରୁ ପ୍ରାୟ ୧୫ କିଲୋମିଟର ଦୂରରେ ରହିଛି ବଲଦିଆ ଗାଁ। ଏହି ଗାଁରେ ବାସ କରନ୍ତି ୧,୨୯୨ ପରିବାର। ଏମାନଙ୍କ ପାଇଁ ଗାଁରେ ଅଛି ୮ଟି ଜାତୀୟ ବ୍ୟାଙ୍କର ଶାଖା। କାରଣ ଏହି ଗାଁ ଲୋକଙ୍କର ବ୍ୟାଙ୍କ ଜମା ପରିମାଣ ହେଉଛି ୨୦୦୦ କୋଟି ଟଙ୍କା। ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ। ଆପଣମାନେ ଭାବୁଥିବେ ଏ ଗାଁ ଲୋକଙ୍କ ପାଖରେ ଏତେ ଟଙ୍କା ଆସିଲା କୁଆଡୁ। କଥାଟା […]

balada

Rakesh Mallick
  • Published: Wednesday, 17 June 2015
  • , Updated: 17 June 2015, 09:13 AM IST

ଅହମଦାବାଦ: ଗୁଜରାଟର କୁଚ୍ ଜିଲ୍ଲାର  ଭୁଜ ସହର ଠାରୁ ପ୍ରାୟ ୧୫ କିଲୋମିଟର ଦୂରରେ ରହିଛି ବଲଦିଆ ଗାଁ। ଏହି ଗାଁରେ ବାସ କରନ୍ତି ୧,୨୯୨ ପରିବାର। ଏମାନଙ୍କ ପାଇଁ ଗାଁରେ ଅଛି ୮ଟି ଜାତୀୟ ବ୍ୟାଙ୍କର ଶାଖା। କାରଣ ଏହି ଗାଁ ଲୋକଙ୍କର ବ୍ୟାଙ୍କ ଜମା ପରିମାଣ ହେଉଛି ୨୦୦୦ କୋଟି ଟଙ୍କା। ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ। ଆପଣମାନେ ଭାବୁଥିବେ ଏ ଗାଁ ଲୋକଙ୍କ ପାଖରେ ଏତେ ଟଙ୍କା ଆସିଲା କୁଆଡୁ। କଥାଟା ହେଉଛି- ଏ ଗାଁର ଅଧିକାଂଶ ଲୋକ ହେଉଛନ୍ତି ଏନ୍ଆରଆଇ। ଆଉ ସେମାନେ ବିଦେଶରେ କମାଉଥିବା ଟଙ୍କାକୁ ଏଠାକୁ ପଠାଇ ଦିଅନ୍ତି। ଏଠାରେ ଜମା ଟଙ୍କାର ଅଧାରୁ ଅଧିକ ହେଉଛି ଏହି ଏନ୍ଆରଆଇ ମାନଙ୍କର।

କୁଚ ଜିଲ୍ଲାର  ଆଉ ଏକ ଗାଁ ହେଉଛି ମାଧାପାର। ଏଠାରେ ୭,୬୩୦ଟି ପରିବାର ବସବାସ କରନ୍ତି। ଆଉ ଏହି ଗାଁ ଲୋକେ ବ୍ୟାଙ୍କରେ ସଂଚୟ ରଖିଛନ୍ତି ୫୦୦୦ କୋଟି ଟଙ୍କା।  ସେହିପରି କେରା ହେଉଛି ଜିଲ୍ଲାର ଅନ୍ୟ ଏକ ଗାଁ।  ଏଠାରେ ବାସ କରନ୍ତି ୧,୮୬୩ ପରିବାର। ଏହି ଗାଁ ଲୋକେ ବ୍ୟାଙ୍କରେ ୨୦୦୦ କୋଟିରୁ ଅଧିକ ଟଙ୍କା ଜମା ରଖିଛନ୍ତି।

ମାଧାପାର ଓ କେରା ଗାଁର ଅଧାରୁ ଅଧିକ ଟଙ୍କା ହେଉଛି ଏନଆରଆଇ ମାନଙ୍କର। ଅର୍ଥାତ ଏହି ଦୁଇ ଗାଁରୁ ଯାଇ ବିଦେଶରେ ବସବାସ କରୁଥିବା ଲୋକଙ୍କର। ଅଷ୍ଟ୍ରେଲିଆ, ଆମେରିକା, ଦକ୍ଷିଣ ଆଫ୍ରିକା, କେନିଆ, ଉଗାଣ୍ଡା, ମୋଜାମ୍ବିକ୍ ଓ ତାଞ୍ଜାନିଆ ଆଦି ଦେଶରେ ଏମାନେ ବସବାସ କରନ୍ତି।

ବଲଦିଆ, ମାଧାପାର ଓ କେରାରେ ବିଭିନ୍ନ ଜାତୀୟ ବ୍ୟାଙ୍କର ମୋଟ ୩୦ଟି ଶାଖା ରହିଛି। ଏହା ସହିତ ଏହି ତିନିଟି ଗାଁରେ ଅଛି ୨୪ଟି ଏଟିଏମ୍।

ବଲଦିଆ ଓ ମାଧାପାରରେ କୁଟଚି ପଟେଲଙ୍କ ସଂଖ୍ୟା ଅଧିକ ହୋଇଥିବା ବେଳେ କେରାରେ ଖୋଜ ସଂପ୍ରଦାୟର ଲୋକଙ୍କ ସଂଖ୍ୟା ଅଧିକ। ଆଉ ଏମାନଙ୍କ ମଧ୍ୟରୁ ଅନେକ ବିଦେଶରେ ରହନ୍ତି। ବଲଦିଆର ୬୦% ଲୋକ ବିଦେଶରେ ରୁହନ୍ତି। ଆଉ ସେମାନେ ଏଠାରେ ସେମାନଙ୍କ ଟଙ୍କା ଜମା ରଖନ୍ତି।

ଏହି ତିନିଟି ଗାଁ ବ୍ୟତୀତ କୁଚ ଜିଲ୍ଲାରେ ଆହୁରି ଅନେକ ଗାଁ ରହିଛି ଯେଉଁଠାରେ ଗାଁ ଲୋକଙ୍କର ବ୍ୟାଙ୍କ ଜମା ସାମୂହିକ ଭାବେ ୧୦୦ ରୁ ୫୦୦ କୋଟି ଟଙ୍କା ମଧ୍ୟରେ ହେବ। ଏମିତି କିଛି ଗାଁ ହେଉଛି ନାନପୁରା, ସୁଖପାର, ସାମତ୍ରା, କୋଡାକି,  ଭାରସାର, ରାମପାର-ଭେକାରା ଓ ମାନକୁଭା।

Related story