୨୪ ଘଣ୍ଟାରେ ଅନନ୍ତନାଗରେ ଦୁଇ ଥର ସେନା-ଆତଙ୍କବାଦୀ ମୁହାଁମୁହିଁ

ଶ୍ରୀନଗର: ଗତ ୨୪ ଘଣ୍ଟା ମଧ୍ୟରେ ଜମ୍ମୁ କଶ୍ମୀରର ଅନନ୍ତନାଗରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ଦୁଇ ଦୁଇ ଥର ମୁହାଁମୁହିଁ ହୋଇଛନ୍ତି। ଏଥିରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ବେଳେ ଜଣେ ଆର୍ମି ମେଜର ମଧ୍ୟ ସହିଦ ହୋଇଛନ୍ତି। ଆଜି ସକାଳେ ଜମ୍ମୁ କଶ୍ମୀରର ଅନନ୍ତନାଗ ଜିଲ୍ଲାରେ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଚାଲିଥିବାର ସୂଚନା ରହିଛି। ଓ୍ୱାଘମା ଗାଁରେ ଆତଙ୍କବାଦୀ ଲୁଚି ରହିଥିବା ନେଇ ସୂଚନା ମିଳିବା ପରେ ଆଜି ରାଷ୍ଟ୍ରୀୟ ରାଇଫଲ, ଏସଓଜି, […]

encounter

Subhransu Sekhar
  • Published: Tuesday, 18 June 2019
  • , Updated: 20 October 2019, 10:48 AM IST

ଶ୍ରୀନଗର: ଗତ ୨୪ ଘଣ୍ଟା ମଧ୍ୟରେ ଜମ୍ମୁ କଶ୍ମୀରର ଅନନ୍ତନାଗରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ଦୁଇ ଦୁଇ ଥର ମୁହାଁମୁହିଁ ହୋଇଛନ୍ତି। ଏଥିରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ବେଳେ ଜଣେ ଆର୍ମି ମେଜର ମଧ୍ୟ ସହିଦ ହୋଇଛନ୍ତି।

ଆଜି ସକାଳେ ଜମ୍ମୁ କଶ୍ମୀରର ଅନନ୍ତନାଗ ଜିଲ୍ଲାରେ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଚାଲିଥିବାର ସୂଚନା ରହିଛି। ଓ୍ୱାଘମା ଗାଁରେ ଆତଙ୍କବାଦୀ ଲୁଚି ରହିଥିବା ନେଇ ସୂଚନା ମିଳିବା ପରେ ଆଜି ରାଷ୍ଟ୍ରୀୟ ରାଇଫଲ, ଏସଓଜି, ରାଜ୍ୟ ପୁଲିସ ସର୍ଚ୍ଚ ଅପରେସନ କରିଥିଲେ। ଏହାପରେ ଲୁଚି ରହିଥିବା ଆତଙ୍କବାଦୀ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ଚାଲିଛି।

ସେହିପରି ଗତକାଲି ଅନନ୍ତନାଗର ଆଞ୍ଚବଲରେ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀ ମୁହାଁମୁହିଁ ହୋଇଥିଲେ। ଏଥିରେ ଜଣେ ଆର୍ମି ମେଜର ସହିଦ ହୋଇଥିବା ବେଳେ ୨ ଜଣ ଯବାନ ଓ ଜଣେ ଅଫିସର ଆହତ ହୋଇଥିଲେ। ଆଞ୍ଚବଲରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ଚାଲିଥିଲା ବେଳେ ଆତଙ୍କବାଦୀମାନେ ପ୍ରଥମେ ଆକ୍ରମଣ କରିଥିଲେ। ଫଳରେ ଏଠାରେ ଗୁଳି ବିନିମୟ ଆରମ୍ଭ ହୋଇଥିଲା। ସହିଦ ମେଜର କେତନ ଶର୍ମାଙ୍କ ଘର ଉତ୍ତର ପ୍ରଦେଶ ମୀରଟ ସହରରେ ବୋଲି ଜଣାପଡ଼ିଛି। କିନ୍ତୁ ନିହତ ହୋଇଥିବା ଆତଙ୍କବାଦୀର ପରିଚୟ ମିଳି ପାରିନାହିଁ।

Related story