ପାକିସ୍ତାନ: ବିମାନବନ୍ଦରରେ ଆକ୍ରମଣ, ଜଣେ ମୃତ, ଜଣେ ଅପହୃତ

କ୍ୟୁଏଟା(ପାକିସ୍ତାନ): ଦକ୍ଷିଣପଶ୍ଚିମ ପାକିସ୍ତାନରେ ଥିବା ଏକ ଛୋଟ ବିମାନବନ୍ଦର ଉପରେ ରବିବାର ସକାଳେ କିଛି ଅଜଣା ବନ୍ଧୁକଧାରୀ ଆକ୍ରମଣ କରିଥିଲେ। ଏହି ଆକ୍ରମଣକାରୀ ଦଳରେ ୧୦ରୁ ୧୨ ଜଣ ବ୍ୟକ୍ତି ଥିଲେ। ଗୁଳିମାଡ଼ରେ ଜଣେ ବ୍ୟକ୍ତିର ମୃତ୍ୟୁ ଘଟିଥିବା ବେଳେ ଆଉ ଜଣଙ୍କୁ ସେମାନେ ଅପହରଣ କରି ନେଇଛନ୍ତି। ବେସାମରିକ ବିମାନ ଚଳାଚଳ ପ୍ରାଧିକରଣର ମୁଖପାତ୍ର ପରଭେଜ୍ ଜର୍ଜ କହିଛନ୍ତି ଯେ ବେଲୁଚିସ୍ତାନ ପ୍ରଦେଶର ଜେୱାନି ବିମାନବନ୍ଦରରେ ଏହି ଆକ୍ରମଣ ହୋଇଛି। ଆକ୍ରମଣକାରୀମାନେ ବାଇକରେ ଆସିଥିଲେ। ସେମାନେ […]

Gunmen attack small airport in southwestern Pakistan, killing 1 and abducting another official

Rakesh Mallick
  • Published: Sunday, 30 August 2015
  • , Updated: 04 May 2017, 03:45 PM IST

କ୍ୟୁଏଟା(ପାକିସ୍ତାନ): ଦକ୍ଷିଣପଶ୍ଚିମ ପାକିସ୍ତାନରେ ଥିବା ଏକ ଛୋଟ ବିମାନବନ୍ଦର ଉପରେ ରବିବାର ସକାଳେ କିଛି ଅଜଣା ବନ୍ଧୁକଧାରୀ ଆକ୍ରମଣ କରିଥିଲେ। ଏହି ଆକ୍ରମଣକାରୀ ଦଳରେ ୧୦ରୁ ୧୨ ଜଣ ବ୍ୟକ୍ତି ଥିଲେ। ଗୁଳିମାଡ଼ରେ ଜଣେ ବ୍ୟକ୍ତିର ମୃତ୍ୟୁ ଘଟିଥିବା ବେଳେ ଆଉ ଜଣଙ୍କୁ ସେମାନେ ଅପହରଣ କରି ନେଇଛନ୍ତି। ବେସାମରିକ ବିମାନ ଚଳାଚଳ ପ୍ରାଧିକରଣର ମୁଖପାତ୍ର ପରଭେଜ୍ ଜର୍ଜ କହିଛନ୍ତି ଯେ ବେଲୁଚିସ୍ତାନ ପ୍ରଦେଶର ଜେୱାନି ବିମାନବନ୍ଦରରେ ଏହି ଆକ୍ରମଣ ହୋଇଛି। ଆକ୍ରମଣକାରୀମାନେ ବାଇକରେ ଆସିଥିଲେ। ସେମାନେ ସେଠାରେ ଥିବା ନେଭିଗେସନାଲ୍ ଇକ୍ୟୁପମେଣ୍ଟଗୁଡ଼ିକୁ ନଷ୍ଟ କରି ଦେବା ସହିତ ଗୁଳି ଚଳାଇଥିଲେ। ଏଥିରେ ସେଠାରେ ନିଯୁକ୍ତ ଅଧିକାରୀଙ୍କ ମୃତ୍ୟୁ ହୋଇଥିଲା। ଜଣେ ସୁପରଭାଇଜର ଆହତ ହୋଇଥିଲେ। ଜଣେ ଇଂଜିନିୟରଙ୍କୁ ଆକ୍ରମଣକାରୀମାନେ ଅପହରଣ କରି ନେଇଛନ୍ତି। ସେ କହିଛନ୍ତି ଯେ ଏ ବିମାନବନ୍ଦରଟିକ ବିମାନ ଯିବାଆସିବା କରୁନାହିଁ। କିନ୍ତୁ ଏହି ପଥ ଦେଇ ଯିବା ଆସିବା କରୁଥିବା ବିମାନଗୁଡ଼ିକର ନେଭିଗେସନ ସହାୟତା ପ୍ରଦାନ କରିଥାଏ। ଏହି ଆକ୍ରମଣ ପାଇଁ କୌଣସି ଆତଙ୍କବାଦୀ ସଂଗଠନ ନିଜକୁ ଦାୟୀ କରି ନାହାନ୍ତି।

Related story