ଜିଲ୍ଲା କୋର୍ଟ ପରିସରରେ ଗର୍ଜିଲା ବନ୍ଧୁକ, ଫୁଟିଲା ୪ ରାଉଣ୍ଡ ଗୁଳି

ଚଣ୍ଡିଗଡ଼: ଜିଲ୍ଲା କୋର୍ଟ ପରିସରରେ ଗର୍ଜିଲା ବନ୍ଧୁକ। ବନ୍ଧକରୁ ଫୁଟିଲା ୪ ରାଉଣ୍ଡ ଗୁଳି। ଗୁଳି ଶବ୍ଦ ଶୁଣି କୋର୍ଟ ଭିତରେ ଯିଏ ଯେଉଁଆଡ଼େ ପାରିଲେ ଦୌଡ଼ିଥିଲେ। ପଞ୍ଜାବର ମୋଗା ଜିଲ୍ଲା କୋର୍ଟରେ ଏହି ଘଟଣା ଘଟିଛି। ଦୁଇଗୋଷ୍ଠୀ ଭିତରେ ଥିବା ପୁରୁଣା ଶତ୍ରୁତା ଏଠାରେ ଗୁଳିକାଣ୍ଡର ରୂପ ନେଇଥିଲା। ତେବେ ଏହି ଗୁଳିମାଡ଼ରେ କେତେଜଣ ମୃତାହତ ହୋଇଛନ୍ତି ସେ ନେଇ ସୂଚନା ମିଳିନି। କୋର୍ଟ ପାର୍କିଂରେ ଏହି ଗୁଳିକାଣ୍ଡ ହୋଇଥିଲା। ସୂଚନା ମୁତାବକ, ଗୁରୁପ୍ରୀତି ସିଂହ […]

gun

  • Published: Tuesday, 05 July 2022
  • , Updated: 05 July 2022, 07:14 PM IST

ଚଣ୍ଡିଗଡ଼: ଜିଲ୍ଲା କୋର୍ଟ ପରିସରରେ ଗର୍ଜିଲା ବନ୍ଧୁକ। ବନ୍ଧକରୁ ଫୁଟିଲା ୪ ରାଉଣ୍ଡ ଗୁଳି। ଗୁଳି ଶବ୍ଦ ଶୁଣି କୋର୍ଟ ଭିତରେ ଯିଏ ଯେଉଁଆଡ଼େ ପାରିଲେ ଦୌଡ଼ିଥିଲେ। ପଞ୍ଜାବର ମୋଗା ଜିଲ୍ଲା କୋର୍ଟରେ ଏହି ଘଟଣା ଘଟିଛି। ଦୁଇଗୋଷ୍ଠୀ ଭିତରେ ଥିବା ପୁରୁଣା ଶତ୍ରୁତା ଏଠାରେ ଗୁଳିକାଣ୍ଡର ରୂପ ନେଇଥିଲା। ତେବେ ଏହି ଗୁଳିମାଡ଼ରେ କେତେଜଣ ମୃତାହତ ହୋଇଛନ୍ତି ସେ ନେଇ ସୂଚନା ମିଳିନି।

କୋର୍ଟ ପାର୍କିଂରେ ଏହି ଗୁଳିକାଣ୍ଡ ହୋଇଥିଲା। ସୂଚନା ମୁତାବକ, ଗୁରୁପ୍ରୀତି ସିଂହ ନିଜ ଭିଣୋଇ ସନି ଦାତାଙ୍କ ସହ କୋର୍ଟ ଆସିଥିଲେ। ଏକ ମାମଲାରେ ଶୁଣାଣି ନିମନ୍ତେ ସେମାନେ ଆସିଥିଲେ। ସେ ପାର୍କିଂରେ ଗାଡ଼ି ରଖୁଥିବା ବେଳେ ଏହି ସମୟରେ ତାଙ୍କ ଉପରେ ୧୦ରୁ ୧୨ ଜଣ ଲୋକ ଆକ୍ରମଣ କରିଥିଲେ। କେହି ବାଡ଼ିରେ ତ କେହି ବନ୍ଧୁକରେ ଆକ୍ରମଣ କରିଥିଲେ। ଏହି ସମୟରେ ବହୁ ରାଉଣ୍ଡ ଗୁଳି ଚାଲିଥିଲା। ଖୁବ୍ କଷ୍ଟରେ ଗୁରୁପ୍ରୀତି ଆକ୍ରମଣରୁ ନିଜକୁ ବଞ୍ଚାଇବା ସେଠାରୁ ମୁକୁଳି ପାରିଥିଲେ।

ତେବେ ସ୍ଥାନୀୟ ବରିଷ୍ଠ ପୁଲିସ ଅଧିକ୍ଷକ ଗୁଲନୀତ ଖୁରାନା କହିଛନ୍ତି, ଦୁଇଗୋଷ୍ଠୀ ମଧ୍ୟରେ ହୋଇଥିବା ଲଢ଼େଇରରେ ପ୍ରାୟ  ୮ ଜଣ ସାମିଲ ଥିଲେ। ଏ ସମସ୍ତେ ଗୋଟିଏ ମାମଲାରେ କୋର୍ଟକୁ ଆସିଥିଲେ। ତେବେ ସକାଳେ ଏହି ମାମଲାକୁ ନେଇ ଦୁଇପକ୍ଷ ଭିତରେ ପାଟିତୁଣ୍ଡ ହୋଇଥିଲା। ପରେ କୋର୍ଟ ଭିତରେ ଦୁଇ ଗୋଷ୍ଠୀ ଭିତିରେ ଗୁଳିମାଡ଼ ହୋଇଛି। ସମସ୍ତଙ୍କ ପରିଚୟ ମିଳିସାରିଛି ବୋଲି ସେ କହିଛନ୍ତି।

Related story