ଗୁପ୍ତ ଏଜେଣ୍ଟ ପ୍ରସଙ୍ଗ: ଚୀନକୁ ଆମେରିକାର ଚେତାବନୀ

ୱାଶିଂଟନ: ଆମେରିକାରେ ରହିଛନ୍ତି ଚୀନ ସରକାରଙ୍କର ଗୁପ୍ତ ଏଜେଣ୍ଟ। ଏମାନଙ୍କୁ ଖୋଦ ଚୀନ ସରକାର ନିଯୁକ୍ତି କରିଛନ୍ତି। ଏମାନେ ଆମେରିକାରେ ଗୁପ୍ତ ଭାବେ କାର୍ଯ୍ୟ କରୁଛନ୍ତି। ଏହା  ଜଣାପଡିବା ପରେ ଚୀନକୁ ଚେତାବନୀ ଦେଇଛି ଆମେରିକା। ଏଭଳି କାର୍ଯ୍ୟରୁ ନିବୃତ୍ତ ରହିବା ପାଇଁ ଚୀନ ସରକାରଙ୍କୁ ଆମେରିକା ପକ୍ଷରୁ ସ୍ପଷ୍ଟ ବାର୍ତ୍ତା ପଠାଇ ଦିଆଯାଇଛି। ଏଭଳି ଏକ ସମୟରେ ଏହି ଘଟଣା ସାମ୍ନାକୁ ଆସିଛି ଯେତେବେଳେ  କି ଏକାଧିକ ପ୍ରସଙ୍ଗରେ ୱାଶିଂଟନ ଓ ବେଜିଂ ମଧ୍ୟରେ ଟଣାଓଟରା […]

ammrika

Rakesh Mallick
  • Published: Monday, 17 August 2015
  • , Updated: 04 May 2017, 03:45 PM IST

ୱାଶିଂଟନ: ଆମେରିକାରେ ରହିଛନ୍ତି ଚୀନ ସରକାରଙ୍କର ଗୁପ୍ତ ଏଜେଣ୍ଟ। ଏମାନଙ୍କୁ ଖୋଦ ଚୀନ ସରକାର ନିଯୁକ୍ତି କରିଛନ୍ତି। ଏମାନେ ଆମେରିକାରେ ଗୁପ୍ତ ଭାବେ କାର୍ଯ୍ୟ କରୁଛନ୍ତି। ଏହା  ଜଣାପଡିବା ପରେ ଚୀନକୁ ଚେତାବନୀ ଦେଇଛି ଆମେରିକା। ଏଭଳି କାର୍ଯ୍ୟରୁ ନିବୃତ୍ତ ରହିବା ପାଇଁ ଚୀନ ସରକାରଙ୍କୁ ଆମେରିକା ପକ୍ଷରୁ ସ୍ପଷ୍ଟ ବାର୍ତ୍ତା ପଠାଇ ଦିଆଯାଇଛି। ଏଭଳି ଏକ ସମୟରେ ଏହି ଘଟଣା ସାମ୍ନାକୁ ଆସିଛି ଯେତେବେଳେ  କି ଏକାଧିକ ପ୍ରସଙ୍ଗରେ ୱାଶିଂଟନ ଓ ବେଜିଂ ମଧ୍ୟରେ ଟଣାଓଟରା ଚାଲିଛି।

ଆମେରିକାରେ ଗୁପ୍ତ ଭାବେ କାର୍ଯ୍ୟକରୁଥିବା ଏହି ଏଜେଣ୍ଟମାନେ ସାଧାରଣତଃ ଦୁର୍ନୀତି ଅଭିଯୁକ୍ତ ହେବା ପରେ ଚୀନରୁ ଫେରାର ଥିବା ବ୍ୟକ୍ତିମାନଙ୍କୁ ସ୍ୱଦେଶକୁ ଫେରିଯିବାକୁ ପ୍ରବର୍ତ୍ତାଇ ଥାଆନ୍ତି। କେବଳ ଦୁର୍ନୀତି ଅଭିଯୁକ୍ତ ନୁହଁନ୍ତି, ଅନ୍ୟାନ୍ୟ ମାମଲାରେ ଫଶି ଦେଶ ଛାଡିଥିବା ଲୋକମାନଙ୍କୁ ଚୀନ ସରକାର ଏମିତି ଗୁପ୍ତ ଏଜେଣ୍ଟ ପଠାଇ ଚାପ ପ୍ରୟୋଗ କରି ଥାଆନ୍ତି। ଆମେରିକା ସମେତ ସାରା ବିଶ୍ୱରେ ଏମିତି କାର୍ଯ୍ୟ କରିଥାଆନ୍ତି ଚୀନ ସରକାର। ଆଉ ସାରା ବିଶ୍ୱରେ ଚାଲିଥିବା ଏହି ଅପରେସନର ନାମ ରଖାଯାଇଛି ‘ଅପରେସନ୍ ଫକ୍ସ ହଣ୍ଟ’।

Related story