ପଂଜାବ: ଉପନିର୍ବାଚନ ବିଜୟ ପରେ ଗୁଗ୍‌ଲି ଛାଡ଼ିଲେ ସିଦ୍ଧୁ, କ୍ରିକେଟ ମ୍ୟାଚ୍‌ ସହ ତୁଳନା କଲେ  

ନୂଆଦିଲ୍ଲୀ: ପଂଜାବ ଗୁରୁଦାସପୁର ଲୋକସଭା ଉପନିର୍ବାଚନରେ ବିଜେପିକୁ ବଡ଼ ଝଟକା। ବିଜେପି ହାତରୁ ଏହି ଆସନକୁ ଛଡ଼ାଇ ନେଇଛି କଂଗ୍ରେସ । କଂଗ୍ରେସର ସୁନୀଲ ଜାଖଡ଼ ୧ ଲକ୍ଷ ୯୩ ହଜାରରୁ ଅଧିକ ଭୋଟରେ ବିଜୟୀ ହୋଇଛନ୍ତି । ଏଠାରେ ବିଜେପି ପ୍ରାର୍ଥୀ ଦ୍ୱିତୀୟ ସ୍ଥାନରେ ଥିବା ବେଳେ ଆପ୍ ପ୍ରାର୍ଥୀ ତୃତୀୟ ସ୍ଥାନରେ ଅଛନ୍ତି।  ତେବେ କଂଗ୍ରେସର ଏହି ବିଜୟ ପରେ ଗୁଗ୍‌ଲି  ଛାଡ଼ିଛନ୍ତି ବିଜେପି ଛାଡ଼ି କଂଗ୍ରେସର ବିଧାୟକ ହୋଇଥିବା କ୍ରିକେଟର ନବଜୋତ ସିଂହ ସିଦ୍ଧୁ  […]

p-33

Rakesh Mallick
  • Published: Sunday, 15 October 2017
  • , Updated: 15 October 2017, 07:55 PM IST

ନୂଆଦିଲ୍ଲୀ: ପଂଜାବ ଗୁରୁଦାସପୁର ଲୋକସଭା ଉପନିର୍ବାଚନରେ ବିଜେପିକୁ ବଡ଼ ଝଟକା। ବିଜେପି ହାତରୁ ଏହି ଆସନକୁ ଛଡ଼ାଇ ନେଇଛି କଂଗ୍ରେସ । କଂଗ୍ରେସର ସୁନୀଲ ଜାଖଡ଼ ୧ ଲକ୍ଷ ୯୩ ହଜାରରୁ ଅଧିକ ଭୋଟରେ ବିଜୟୀ ହୋଇଛନ୍ତି । ଏଠାରେ ବିଜେପି ପ୍ରାର୍ଥୀ ଦ୍ୱିତୀୟ ସ୍ଥାନରେ ଥିବା ବେଳେ ଆପ୍ ପ୍ରାର୍ଥୀ ତୃତୀୟ ସ୍ଥାନରେ ଅଛନ୍ତି।  ତେବେ କଂଗ୍ରେସର ଏହି ବିଜୟ ପରେ ଗୁଗ୍‌ଲି  ଛାଡ଼ିଛନ୍ତି ବିଜେପି ଛାଡ଼ି କଂଗ୍ରେସର ବିଧାୟକ ହୋଇଥିବା କ୍ରିକେଟର ନବଜୋତ ସିଂହ ସିଦ୍ଧୁ   ।  ସିଦ୍ଧୁଙ୍କ କହିଛନ୍ତି ଯେ, ଏହି ନିର୍ବାଚନ ଏକ ଟେଷ୍ଟ ମ୍ୟାଚ୍‌ ଥିଲା। ହେଲେ ମ୍ୟାଚରେ ବିଜେପି ସମ୍ପୂର୍ଣ୍ଣ ହାରିଯାଇଛି। ଆଗକୁ  ଦଳର ସତ୍ତା ଉଡ଼ିଯିବ।

କ୍ରିକେଟ ମ୍ୟାଚର ଉଦାହରଣ ଦେଇ ସିଦ୍ଧୁ କହିଛନ୍ତି ଯେ, ଏହି ବିଜୟକୁ ଆଦୌ ଛୋଟ ବୋଲି କୁହାଯାଇପାରିବ ନାହିଁ। ଯେମିତି କ୍ରିକେଟ ମ୍ୟାଚରେ କୌଣସି ଦଳ ମାତ୍ର ୫ ରନ୍ ବ୍ୟବଧାନରେ ଜିତିଲେ ମଧ୍ୟ ସେହି ଦଳକୁ ଆଗାମୀ ମ୍ୟାଚ୍ ପାଇଁ ପ୍ରେରଣା ଯୋଗାଇ ଥାଏ ।  ଠିକ୍‌ ସେମିତି ଏହି ଉପନିର୍ବାଚନର ଫଳାଫଳ କଂଗ୍ରେସ ପାଇଁ ସାବ୍ୟସ୍ତ ହେବ। ପୁଣି ଥରେ କଂଗ୍ରେସ ଜାତୀୟସ୍ତରରେ କ୍ଷମତାକୁ ଫେରିବା ପାଁଇଁ ଏହି ଫଳାଫଳ ହିଁ ସଙ୍କେତ ଦେଉଛି ବୋଲି ସେ କହିଥିଲେ। ସେହିପରି ସେ କଂଗ୍ରେସର ଉପାଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ମଧ୍ୟ ପ୍ରଶଂସା କରିଥିଲେ। ରାହୁଲ ଗାନ୍ଧି କଂଗ୍ରେସ ସଭାପତି ହେଲେ ଦଳ କ୍ଷମତାକୁ ଫେରିବ ବୋଲି ସେ କହିଥିଲେ।

ସୂଚନା ଯୋଗ୍ୟ ଯେ, ଏଠାରେ କଂଗ୍ରେସର ସୁନୀଲ ଜାଖଡ଼ ୧ ଲକ୍ଷ ୯୩ ହଜାରରୁ ଅଧିକ ଭୋଟରେ ବିଜୟୀ ହୋଇଛନ୍ତି।  ଏଠାରେ ବିଜେପି ପ୍ରାର୍ଥୀ ସ୍ୱରନ ସଲାରିଆ ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ଆପ୍ ପ୍ରାର୍ଥୀ ତୃତୀୟ ସ୍ଥାନରେ ରହିଛନ୍ତି। ବିନୋଦ ଖାନ୍ନାଙ୍କ ବିୟୋଗ ପରେ ଏହି ଆସନଟି ଖାଲି ପଡ଼ିଥିଲା।  ଲଗାତର ୪ ଥର ଏହି ଆସନରୁ ଜିତିଥିଲେ ବିନୋଦ ଖାନ୍ନା । ବେଜେପିର ସୁନୀଲ ଜାଖଡ଼ଙ୍କୁ ୪ ଲକ୍ଷ ୯୯ ହଜାର ୭୫୨ ଖଣ୍ଡ ଭୋଟ୍ ମିଳିଥିବା ବେଳେ କଂଗ୍ରେସର ସଲାରିଆଙ୍କୁ ମିଳିଛି ୩ ଲକ୍ଷ ୬ ହଜାର ୫୩୩ଟି ଭୋଟ୍ ।ପଞ୍ଜାବର କ୍ୟାବିନେଟ ମନ୍ତ୍ରୀ ନବଜ୍ୟୋତ ସିଂହ ସିଦ୍ଧୁ କହିଛନ୍ତି, ଦଳର ସମ୍ଭାବିତ ସଭାପତି ରାହୁଲ ଗାନ୍ଧିଙ୍କ ପାଇଁ ଏହା ପଞ୍ଜାବ ଜନତାଙ୍କ ପକ୍ଷରୁ ଦୀପାବଳି ଉପହାର।

 

Related story