ବାବା ଗୁରୁମିତ୍‌ ରାମ ରହିମ ସିଂହ ଦୋଷୀ ସାବ୍ୟସ୍ତ

ନୂଆଦିଲ୍ଲୀ/ଚଣ୍ଡିଗଡ଼(ଓଡ଼ିଶା ରିପୋର୍ଟର): ଦୁଇ ଅନୁଗାମୀଙ୍କୁ ବଳାତ୍କାର ମାମଲାରେ ଫସିଥିବା ବାବା ଗୁରୁମିତ୍‌ ରାମ ରହିମ ସିଂହଙ୍କ ବିରୋଧରେ ଚାଲିଥିବା ମାମଲାର ଆଜି ରାୟ ପ୍ରକାଶ ପାଇଛି। ଏଥିରେ ବାବାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି। ଆସନ୍ତା ସୋମବାର କୋର୍ଟ ରାୟ ପ୍ରକାଶ କରିବେ। ହରିୟାଣାର ପଞ୍ଚକୁଲା ସ୍ୱତନ୍ତ୍ର ସିବିଆଇ କୋର୍ଟ ଏହି ରାୟ ଶୁଣାଇଛନ୍ତି। ବାବାଙ୍କ ବିରୋଧରେ ରାୟ ପ୍ରକାଶ ପାଇବା ପରେ ଅଶାନ୍ତ ହୋଇପଡ଼ିଥିଲା ପଞ୍ଚକୁଲା। ସ୍ଥିତି ନିୟନ୍ତ୍ରଣ ପାଇଁ ପୋଲିସ ଫାଙ୍କା ଗୁଳି ଚାଳନା କରିଥିଲା। […]

ram_rahim

Rakesh Mallick
  • Published: Friday, 25 August 2017
  • , Updated: 25 August 2017, 03:36 PM IST

ନୂଆଦିଲ୍ଲୀ/ଚଣ୍ଡିଗଡ଼(ଓଡ଼ିଶା ରିପୋର୍ଟର): ଦୁଇ ଅନୁଗାମୀଙ୍କୁ ବଳାତ୍କାର ମାମଲାରେ ଫସିଥିବା ବାବା ଗୁରୁମିତ୍‌ ରାମ ରହିମ ସିଂହଙ୍କ ବିରୋଧରେ ଚାଲିଥିବା ମାମଲାର ଆଜି ରାୟ ପ୍ରକାଶ ପାଇଛି। ଏଥିରେ ବାବାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି। ଆସନ୍ତା ସୋମବାର କୋର୍ଟ ରାୟ ପ୍ରକାଶ କରିବେ। ହରିୟାଣାର ପଞ୍ଚକୁଲା ସ୍ୱତନ୍ତ୍ର ସିବିଆଇ କୋର୍ଟ ଏହି ରାୟ ଶୁଣାଇଛନ୍ତି।

ବାବାଙ୍କ ବିରୋଧରେ ରାୟ ପ୍ରକାଶ ପାଇବା ପରେ ଅଶାନ୍ତ ହୋଇପଡ଼ିଥିଲା ପଞ୍ଚକୁଲା। ସ୍ଥିତି ନିୟନ୍ତ୍ରଣ ପାଇଁ ପୋଲିସ ଫାଙ୍କା ଗୁଳି ଚାଳନା କରିଥିଲା। ସୁରକ୍ଷାକୁ ଦୃଷ୍ଟିରେ ରଖି ପଞ୍ଜାବ ଆସୁଥିବା ୨୨ଟି ଟ୍ରେନ୍‌ ଚଳାଚଳାକୁ ବାତିଲ କରାଯାଇଛି। ଏଥିସହିତ ପଞ୍ଜାବ, ହରିୟାଣା ଓ ଚଣ୍ଡିଗଡ଼ରେ ୭୨ଘଣ୍ଟା ପାଇଁ ଇଣ୍ଟରନେଟ ଓ ମୋବାଇଲ ସେବାକୁ ମଧ୍ୟ ବନ୍ଦ କରା ଯାଇଛି। ସେହିପରି ଆଜି ହରିୟାଣାର ସ୍କୁଲ ଓ କଲେଜ ମଧ୍ୟ ବନ୍ଦ ରଖାଯାଇଛି।

ଗୁରୁ ଅଫ୍ ବ୍ଲିଙ୍ଗ୍ ନାମରେ ପରିଚିତ ରାମ ରହିମଙ୍କ ହଜାର ହଜାର ଅନୁଗତ ରାସ୍ତାକୁ ଆସିଯାଇ ଥିବାରୁ ଦୁଇ ରାଜ୍ୟ ପକ୍ଷରୁ ଆଗୁଆ ପଦକ୍ଷେପ ନିଆଯାଇଥିଲା। ବାବାଙ୍କ ପ୍ରଭାବ ଥିବା ଗାଁ ଗୁଡିକରେ ହଜାର ହଜାର ପୋଲିସ ମୁତୟନ କରାଯାଇଛି।

Related story