ଅପରେସନ୍ କରି ୪୦୦ ସାଧୁଙ୍କୁ ନପୁଂସକ କରିଦେଇଥିଲେ ବାବା ରାମ ରହିମ?
ନୂଆଦିଲ୍ଲୀ: ଗୁରୁମିତ୍ ରାମ ରହିମ ସିଂ। କିଛିଦିନ ଧରେ ଏହି ନାଁକୁ ନେଇ ସାରା ଦେଶରେ ଚର୍ଚ୍ଚା। ଏହି ଧର୍ମ ପ୍ରଚାରକଙ୍କୁ ନେଇ ଦୁଇଟି ରାଜ୍ୟ- ପଞ୍ଜାବ ଓ ହରିୟାଣାରେ ନାହିଁ ନଥିବା ସ୍ଥିତି ସୃଷ୍ଟି ହୋଇଛି। କେବଳ ଧର୍ମ ପ୍ରଚାରକ ନୁହେଁ, ରାମ ରହିମଙ୍କୁ ଲୋକମାନେ ସମାଜସେବାଠାରୁ ଆରମ୍ଭ କରି ଫିଲ୍ମର ସୁପରହିରୋ ଭାବରେ ଦେଖି ସାରିଛନ୍ତି। ଏ ମହାଶୟଙ୍କୁ ବିବାଦ କେବେ ପିଛା ଛାଡ଼େନାହିଁ। ତାଙ୍କ ନାଁରେ ରହିଛି ବିଭିନ୍ନ କିସମର ଅନେକ ଅଭିଯୋଗ। […]
ନୂଆଦିଲ୍ଲୀ: ଗୁରୁମିତ୍ ରାମ ରହିମ ସିଂ। କିଛିଦିନ ଧରେ ଏହି ନାଁକୁ ନେଇ ସାରା ଦେଶରେ ଚର୍ଚ୍ଚା। ଏହି ଧର୍ମ ପ୍ରଚାରକଙ୍କୁ ନେଇ ଦୁଇଟି ରାଜ୍ୟ- ପଞ୍ଜାବ ଓ ହରିୟାଣାରେ ନାହିଁ ନଥିବା ସ୍ଥିତି ସୃଷ୍ଟି ହୋଇଛି। କେବଳ ଧର୍ମ ପ୍ରଚାରକ ନୁହେଁ, ରାମ ରହିମଙ୍କୁ ଲୋକମାନେ ସମାଜସେବାଠାରୁ ଆରମ୍ଭ କରି ଫିଲ୍ମର ସୁପରହିରୋ ଭାବରେ ଦେଖି ସାରିଛନ୍ତି। ଏ ମହାଶୟଙ୍କୁ ବିବାଦ କେବେ ପିଛା ଛାଡ଼େନାହିଁ। ତାଙ୍କ ନାଁରେ ରହିଛି ବିଭିନ୍ନ କିସମର ଅନେକ ଅଭିଯୋଗ। ଯାହାକୁ ନେଇ ଚର୍ଚ୍ଚାରେ ରହିଥାନ୍ତି ବାବା ରାମ ରହିମ। ଲୋକଙ୍କ କଥା ଛାଡ଼ନ୍ତୁ, ବିଭିନ୍ନ ସମୟରେ ତାଙ୍କ ନିଜ ଭକ୍ତମାନେ ବି ତାଙ୍କ ବିରୋଧରେ ଅଜବ ଅଜବ ଅଭିଯୋଗ ଆଣିଛନ୍ତି। ଏସବୁ ଅଭିଯୋଗ କେତେ ସତ କେତେ ମିଛ ତାହା ପ୍ରମାଣିତ ହୋଇନି। କିନ୍ତୁ ଏ ସବୁ ପାଇଁ ବାପା ଖୁବ୍ ଚର୍ଚ୍ଚାରେ ରହନ୍ତି। ଏବେ ପଢ଼ନ୍ତୁ ସେମିତି ଏକ ଗୁରୁତର ଅଭିଯୋଗ ବିଷୟରେ।
ଫତେହବାଦରେ ରହୁଥିବା ହଂସରାଜ ଚୌହାନ ନାମକ ଜଣେ ବ୍ୟକ୍ତି, ବାବା ରାମ ରହିମଙ୍କ ନାଁରେ ଆଣିଥିଲେ ଏହି ଗୁରୁତର ଅଭିଯୋଗ। ସେ ଅଭିଯୋଗ କରିଥିଲେ ଯେ, ଡେରା ସଚ୍ଚା ସୌଦା ଧାର୍ମିକ ସଂଗଠନର ୪୦୦ ସାଧୁଙ୍କୁ ବାବା ନପୁଂସକ କରି ଦେଇଥିଲେ। ଡେରା ସଚ୍ଚା ସୌଦା ମୁଖ୍ୟଙ୍କ ନିର୍ଦ୍ଦେଶରେ ସଂଗଠନର ନିଜସ୍ୱ ମେଡିକାଲରେ, ତାଙ୍କରି ଡାକ୍ତର ମାନଙ୍କର ଏକ ଟିମ୍ ସାଧୁମାନଙ୍କର ଅପରେସନ କରି ସେମାନଙ୍କୁ ନପୁଂସକ କରି ଦେଇଥିଲେ। ବାବା କାଳେ କହିଥିଲେ, ପୁରୁଷଟିଏ ନପୁଂସକ ହେବା ଦ୍ୱାରା, ସେ ଭଗବାନଙ୍କ ନିକଟତର ହୋଇ ପାରିଥାନ୍ତି। ଅଭିଯୋଗକାରୀ ହଂସରାଜ, ରାମ ରହିମଙ୍କ ଦ୍ବାରା ନପୁଂସକ ହୋଇଥିବା ୧୬୬ ଜଣ ସାଧୁଙ୍କର ନାଁ ମଧ୍ୟ କୋର୍ଟରେ ଦାଖଲ କରିଥିଲେ।”
ତା ସହିତ ସେ ସୂଚନା ଦେଇଥିଲେ ଯେ, ସାମ୍ବାଦିକ ରାମଚନ୍ଦ୍ର ଛତ୍ରପତି ହତ୍ୟାକାଣ୍ଡର ଦୁଇ ଅଭିଯୁକ୍ତ ନିର୍ମଳ ଓ କୁଳଦୀପ ମଧ୍ୟ ଡେରା ସୌଦା ଧାର୍ମିକ ସଂଗଠନର ନପୁଂସକ ସାଧୁ ଥିଲେ। ତେବେ ଏ ସବୁ ଅଭିଯୋଗ ସଂପର୍କରେ ଚୂଡ଼ାନ୍ତ ଚିତ୍ର କଣ ଆସିଲା ତାହା ସ୍ପଷ୍ଟ ହୋଇନି।