ଆମେରିକା ପାଇଁ ମୋଷ୍ଟ ୱାଣ୍ଟେଡ୍‌ ହାଫିଜ୍‌ ସୟିଦ

ନୂଆଦିଲ୍ଲୀ: ପାକିସ୍ତାନରେ ହାଫିଜର ବଢୁଥିବା କାୟାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଆମେରିକା ମୁଖପାତ୍ର। ସେ କହିଛନ୍ତି ମୋଷ୍ଟ ୱାଣ୍ଟେଣ୍ଡ ଆତଙ୍କବାଦୀ ହାଫିଜ୍ ସୟିଦ୍‌କୁ ନେଇ ଆମେରିକା ସବୁବେଳେ ସଜାଗ ରହିଛି। ହାଫିଜ୍ ନାଁରେ ୧୦ ମିଲିୟନ୍ ଡଲାର ପୁରସ୍କାର ରାଶି ଘୋଷଣା କରିଛନ୍ତି ଆମେରିକା ସରକାର। ବିଶ୍ୱର ବିଭିନ୍ନ ଆତଙ୍କବାଦୀ ଗତିବିଧିରେ ହାଫିଜ୍‌ରୁ ସଂପୃକ୍ତି ରହିଛି। ପାକିସ୍ତାନ ସରକାରଙ୍କ ଛତ୍ରଛାୟାରେ ହାଫିଜ୍ ରାଜନୈତିକ ଦଳ ଏବଂ କାର୍ଯ୍ୟାଳୟ ଚଳାଉଥିବା ସେ କହିଛନ୍ତି। ଗତକିଛି ଦିନ ପୂର୍ବେ ଆତଙ୍କବାଦୀ […]

hafiz-saeed

Rakesh Mallick
  • Published: Wednesday, 20 December 2017
  • , Updated: 20 December 2017, 10:22 PM IST

ନୂଆଦିଲ୍ଲୀ: ପାକିସ୍ତାନରେ ହାଫିଜର ବଢୁଥିବା କାୟାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଆମେରିକା ମୁଖପାତ୍ର। ସେ କହିଛନ୍ତି ମୋଷ୍ଟ ୱାଣ୍ଟେଣ୍ଡ ଆତଙ୍କବାଦୀ ହାଫିଜ୍ ସୟିଦ୍‌କୁ ନେଇ ଆମେରିକା ସବୁବେଳେ ସଜାଗ ରହିଛି। ହାଫିଜ୍ ନାଁରେ ୧୦ ମିଲିୟନ୍ ଡଲାର ପୁରସ୍କାର ରାଶି ଘୋଷଣା କରିଛନ୍ତି ଆମେରିକା ସରକାର।

ବିଶ୍ୱର ବିଭିନ୍ନ ଆତଙ୍କବାଦୀ ଗତିବିଧିରେ ହାଫିଜ୍‌ରୁ ସଂପୃକ୍ତି ରହିଛି। ପାକିସ୍ତାନ ସରକାରଙ୍କ ଛତ୍ରଛାୟାରେ ହାଫିଜ୍ ରାଜନୈତିକ ଦଳ ଏବଂ କାର୍ଯ୍ୟାଳୟ ଚଳାଉଥିବା ସେ କହିଛନ୍ତି।

ଗତକିଛି ଦିନ ପୂର୍ବେ ଆତଙ୍କବାଦୀ ହାଫିଜ୍ ସୟିଦ୍ ପାକିସ୍ତାନରେ ନିର୍ବାଚନ ଲଢ଼ିବା ନେଇ ସୂଚନା ଦେଇଥିଲା। ଏହାକୁ ବିଭିନ୍ନ ମହଲରୁ ନିନ୍ଦା କାରଯାଇଥିଲା। ଏଥିପାଇଁ ପାକିସ୍ତାନ ସରକାରଙ୍କୁ କଡ଼ା ଭାଷାରେ ସମାଲୋଚନା କରିଥିଲେ ବିଶ୍ୱର ବଡ଼ ବଡ଼ ଦେଶ। ନଭେମ୍ବର ୨୬ ମୁମ୍ବାଇ ଆକ୍ରମଣ ସମେତ ପାର୍ଲାମେଣ୍ଟ ଉପରେ ଆକ୍ରମଣ ଭଳି ଅନେକ ଆତଙ୍କବାଦୀ ଆକ୍ରମଣର ମାଷ୍ଟର ମାଇଣ୍ଡ ହେଉଛି ହାଫିଜ୍ ସୟିଦ।

Related story