ମକ୍କାରେ ଦଳାଚକଟା ଘଟଣା: ୧୬୨୧ ଜଣଙ୍କ ମୃତ୍ୟୁ

ମକ୍କା: ନିକଟରେ ମକ୍କାରେ ହୋଇଥିବା ଦଳାଚକଟାରେ ଗୁରୁବାର ସୁଦ୍ଧା ୧୬୨୧ ଜଣଙ୍କର ମୃତ୍ୟୁ ହୋଇଛି। ଦଳାଚକଟାକୁ ୧୨ ଦିନ ବିତିଯାଇଥିଲେ ମଧ୍ୟ ଏବେବି ଶତାଧିକ ଲୋକଙ୍କ ନିଖୋଜ ଅଛନ୍ତି। ଆଜି ଏହି ସୂଚନା ଦେଇଛି ଆସୋସିଏଟେଡ୍ ପ୍ରେସ୍ ସଂସ୍ଥା। ସଂସ୍ଥା ପକ୍ଷରୁ କୁହାଯାଇଛି, ମକ୍କାରେ ଦଳାଚକଟାରେ ମୃତ୍ୟୁ ସଂଖ୍ୟା ନେଇ  ସାଉଦୀ ଆରବ ସରକାର ସଠିକ୍ ସୂଚନା ଦେଇ ନାହାନ୍ତି। ସରକାର ଦେଇଥିବା ପରିସଂଖ୍ୟାନ ଠାରୁ ମୃତ୍ୟୁ ସଂଖ୍ୟା ଦ୍ୱିଗୁଣା ହେବ। ଏହି ସଂସ୍ଥା ସୂଚନା ମୁତାବକ […]

hajj-stampede-AP2

Rakesh Mallick
  • Published: Thursday, 15 October 2015
  • , Updated: 04 May 2017, 03:44 PM IST

ମକ୍କା: ନିକଟରେ ମକ୍କାରେ ହୋଇଥିବା ଦଳାଚକଟାରେ ଗୁରୁବାର ସୁଦ୍ଧା ୧୬୨୧ ଜଣଙ୍କର ମୃତ୍ୟୁ ହୋଇଛି। ଦଳାଚକଟାକୁ ୧୨ ଦିନ ବିତିଯାଇଥିଲେ ମଧ୍ୟ ଏବେବି ଶତାଧିକ ଲୋକଙ୍କ ନିଖୋଜ ଅଛନ୍ତି। ଆଜି ଏହି ସୂଚନା ଦେଇଛି ଆସୋସିଏଟେଡ୍ ପ୍ରେସ୍ ସଂସ୍ଥା। ସଂସ୍ଥା ପକ୍ଷରୁ କୁହାଯାଇଛି, ମକ୍କାରେ ଦଳାଚକଟାରେ ମୃତ୍ୟୁ ସଂଖ୍ୟା ନେଇ  ସାଉଦୀ ଆରବ ସରକାର ସଠିକ୍ ସୂଚନା ଦେଇ ନାହାନ୍ତି। ସରକାର ଦେଇଥିବା ପରିସଂଖ୍ୟାନ ଠାରୁ ମୃତ୍ୟୁ ସଂଖ୍ୟା ଦ୍ୱିଗୁଣା ହେବ।

ଏହି ସଂସ୍ଥା ସୂଚନା ମୁତାବକ ଇରାନରୁ ୪୬୫, ଇଜିପ୍ଟରୁ ୧୮୨, ନାଇଜେରିଆରୁ ୧୬୮, ଇଣ୍ଡୋନେସିଆରୁ ୧୨୬,  ଭାରତରୁ ୧୧୪, ପାକିସ୍ତାନରୁ ୧୦୦, ବାଂଲାଦେଶରୁ ୯୨ଜଣ, ମାଲିରୁ ୭୦, ସେନେଗାଲରୁ ୫୪, କ୍ୟାମରୁନ୍ ୪୨, ମରୋକ୍କୋରୁ ୩୩, ଇଥୋପିଆରୁ ୩୧, ସୁଦାନରୁ ୩୦, ଆଲଜେରିଆରୁ ୨୫ ଜଣ, ଘାନାରୁ ୧୨ ଜଣ, ଛେଦରୁ ୧୧, କେନିଆରୁ ୮ ଓ ତୁର୍କୀରୁ ୭ଜଣ ଶ୍ରଦ୍ଧାଳୁଙ୍କ ପ୍ରାଣହାନି ହୋ‌ଇଛି।

ସୂଚନାଯୋଗ୍ୟ, ଗତ ସେପ୍ଟେମ୍ବର ୨୪ ତାରିଖରେ ସାଉଦି ଆରବର ଧାର୍ମିକସ୍ଥଳ ମକ୍କାରେ ଦଳାଚକଟା ଘଟିଥିଲା।

Related story