କରୋନା ସଂକ୍ରମଣରୁ ବର୍ତ୍ତିବା ପାଇଁ ଅଧା ଗୁଜରାଟୀ ଖାଇଛନ୍ତି ଏହି ଔଷଧ

ଗାନ୍ଧୀନଗର: ଏକଦା କରୋନାର ହଟସ୍ପଟ ପାଲଟିଥିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରାଜ୍ୟ ଗୁଜରାଟ। ଏବେ ଆପାତଃତ ମୃତ୍ୟୁ ହାର ପୂର୍ବ ତୁଳନାରେ କମିଛି। ତେବେ ସଂକ୍ରମଣରୁ ବର୍ତ୍ତିବା ପାଇଁ ଗୁଜରାଟ ସରକାର ରାଜ୍ୟବାସୀଙ୍କୁ ହୋମିଓପାଥି ଔଷଧ ଦେଇଥିବା ଜଣାପଡ଼ିଛି। ଏହାର ଫଳାଫଳ ମଧ୍ୟ ବହୁତ ଭଲ ଥିବା ଜଣାପଡ଼ିଛି। ଗୁଜରାଟର ମୁଖ୍ୟ ସ୍ୱାସ୍ଥ୍ୟ ସଚିବ ଜୟନ୍ତୀ ରବି ରବିବାର ଦିନ କହିଛନ୍ତି ଯେ ଆର୍ସେନିକମ୍ ଆଲବମ୍ -୩୦ ଔଷଧର ସମ୍ଭାବନାକୁ ନେଇ ସରକାର ସକାରାତ୍ମକ ରହିଛନ୍ତି। କାରଣ […]

gujrati

Subhransu Sekhar
  • Published: Sunday, 23 August 2020
  • , Updated: 23 August 2020, 07:21 PM IST

ଗାନ୍ଧୀନଗର: ଏକଦା କରୋନାର ହଟସ୍ପଟ ପାଲଟିଥିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରାଜ୍ୟ ଗୁଜରାଟ। ଏବେ ଆପାତଃତ ମୃତ୍ୟୁ ହାର ପୂର୍ବ ତୁଳନାରେ କମିଛି। ତେବେ ସଂକ୍ରମଣରୁ ବର୍ତ୍ତିବା ପାଇଁ ଗୁଜରାଟ ସରକାର ରାଜ୍ୟବାସୀଙ୍କୁ ହୋମିଓପାଥି ଔଷଧ ଦେଇଥିବା ଜଣାପଡ଼ିଛି। ଏହାର ଫଳାଫଳ ମଧ୍ୟ ବହୁତ ଭଲ ଥିବା ଜଣାପଡ଼ିଛି।

ଗୁଜରାଟର ମୁଖ୍ୟ ସ୍ୱାସ୍ଥ୍ୟ ସଚିବ ଜୟନ୍ତୀ ରବି ରବିବାର ଦିନ କହିଛନ୍ତି ଯେ ଆର୍ସେନିକମ୍ ଆଲବମ୍ -୩୦ ଔଷଧର ସମ୍ଭାବନାକୁ ନେଇ ସରକାର ସକାରାତ୍ମକ ରହିଛନ୍ତି। କାରଣ କରୋନା ସଂକ୍ରମଣରୁ ବର୍ତ୍ତିବା ପାଇଁ ଯେଉଁମାନଙ୍କୁ ଆର୍ସେନିକମ୍ ଆଲବମ୍ -୩୦ ସପ୍ଲିମେଣ୍ଟ ଦିଆଯାଇଥିଲା ସେଥିମଧ୍ୟରୁ ୯୯.୬୯ ପ୍ରତିଶତ ଲୋକ ଆରୋଗ୍ୟ ହୋଇଛନ୍ତି।

ଗୁଜରାଟର ସ୍ୱାସ୍ଥ୍ୟ ବିଭାଗ କହିଛି ଯେ ମାର୍ଚ୍ଚରେ କୋଭିଡ -୧୯ ଆରମ୍ଭ ହେବା ପରଠାରୁ ହୋମିଓପାଥିକ ଔଷଧ ଆର୍ସେନିକମ ଆଲବମ-୩୦ ଔଷଧକୁ ରାଜ୍ୟର ଅଧାରୁ ଅଧିକ ଲୋକଙ୍କୁ ଦିଆଯାଇଛି। ୨୦ ଅଗଷ୍ଟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସମ୍ମୁଖରେ ଗୁଜରାଟରେ କୋଭିଡ -୧୯ ର ପ୍ରତିରୋଧ ରଣନୀତି ଉପସ୍ଥାପନା କରିଥିଲା। ଯେଉଁଥିରେ ସ୍ୱାସ୍ଥ୍ୟ ବିଭାଗ କହିଛି ଯେ ରାଜ୍ୟରେ ପ୍ରାୟ ୩.୪୮ କୋଟି ଲୋକଙ୍କୁ ଆର୍ସେନିକମ୍ ଆଲବମ୍ -୩୦ ବଣ୍ଟାଯାଇଛି। ହେଲେ ଏହି ଔଷଧ କରୋନାର ପ୍ରତିଷେଧକ ବୋଲି କୌଣସି ବୈଜ୍ଞାନିକ ପ୍ରମାଣ ମିଳିନଥିବା ଗୁଜରାଟ ସ୍ୱାସ୍ଥ୍ୟ ବିଭାଗ କହିଛି।

ରାଜ୍ୟ ସରକାର ଏହା ମଧ୍ୟ ଦାବି କରିଛି ଯେ ୯୯.୬ ପ୍ରତିଶତ ଲୋକ ଏହି ଔଷଧ ବ୍ୟବହାର କରିବା ପରେ ସଂକ୍ରମଣରୁ ମୁକ୍ତ ହୋଇଛନ୍ତି।

Related story