ହାର୍ଦ୍ଦିକ୍ ପଟେଲଙ୍କୁ ୭ ଦିନିଆ ରିମାଣ୍ଡରେ ନେଲା କ୍ରାଇମବ୍ରାଞ୍ଚ

ଅହମ୍ମଦାବାଦ୍: ଭାଷଣ ମାଧ୍ୟମରେ ଲୋକଙ୍କୁ ଉତ୍ତେଜିତ କରିବା ଅଭିଯୋଗରେ ଅହମ୍ମଦାବାଦର ଏକ କୋର୍ଟ କୋଟା ପାଇଁ ଆନ୍ଦୋଳନ କରୁଥିବା ନେତା ହାର୍ଦ୍ଦିକ ପଟେଲକୁ ୭ ଦିନିଆ ରିମାଣ୍ଡରେ ନେଇଛି କ୍ରାଇମବ୍ରାଞ୍ଚ । ୧୪ଦିନ ରିମାଣ୍ଡରେ ନେବାକୁ କ୍ରାଇମବ୍ରାଞ୍ଚ କୋର୍ଟଙ୍କ ନିକଟରେ ଆବେଦନ କରିଥିଲେ । ମେଟ୍ରୋପଲିଟାନ୍ ମାଜିଷ୍ଟ୍ରେଟ୍ ଏସ.ଜେ. ବ୍ରହ୍ମଭାତ୍ ଆବେଦନର ବିଚାର କରି ୭ ଦିନ ରିମାଣ୍ଡରେ ନେବାକୁ କ୍ରାଇମବ୍ରାଞ୍ଚକୁ ନିର୍ଦ୍ଦେଶ ଦେଇଛନ୍ତି। ପଟିଦାର ଅନାମତ ଆନ୍ଦୋଳନ ସମିତି (ପିଏଏଏସ)ର ନେତା ହାର୍ଦ୍ଦିକ୍ ଗତରାତିରେ ମାଜିଷ୍ଟ୍ରେଟଙ୍କ […]

Hardik Patel Sent To 7 Days Police Custody

Rakesh Mallick
  • Published: Sunday, 25 October 2015
  • , Updated: 25 October 2015, 11:21 AM IST

ଅହମ୍ମଦାବାଦ୍: ଭାଷଣ ମାଧ୍ୟମରେ ଲୋକଙ୍କୁ ଉତ୍ତେଜିତ କରିବା ଅଭିଯୋଗରେ ଅହମ୍ମଦାବାଦର ଏକ କୋର୍ଟ କୋଟା ପାଇଁ ଆନ୍ଦୋଳନ କରୁଥିବା ନେତା ହାର୍ଦ୍ଦିକ ପଟେଲକୁ ୭ ଦିନିଆ ରିମାଣ୍ଡରେ ନେଇଛି କ୍ରାଇମବ୍ରାଞ୍ଚ । ୧୪ଦିନ ରିମାଣ୍ଡରେ ନେବାକୁ କ୍ରାଇମବ୍ରାଞ୍ଚ କୋର୍ଟଙ୍କ ନିକଟରେ ଆବେଦନ କରିଥିଲେ । ମେଟ୍ରୋପଲିଟାନ୍ ମାଜିଷ୍ଟ୍ରେଟ୍ ଏସ.ଜେ. ବ୍ରହ୍ମଭାତ୍ ଆବେଦନର ବିଚାର କରି ୭ ଦିନ ରିମାଣ୍ଡରେ ନେବାକୁ କ୍ରାଇମବ୍ରାଞ୍ଚକୁ ନିର୍ଦ୍ଦେଶ ଦେଇଛନ୍ତି। ପଟିଦାର ଅନାମତ ଆନ୍ଦୋଳନ ସମିତି (ପିଏଏଏସ)ର ନେତା ହାର୍ଦ୍ଦିକ୍ ଗତରାତିରେ ମାଜିଷ୍ଟ୍ରେଟଙ୍କ ବାସଗୃହରେ ହାଜର ହୋଇଥିଲେ। ଆଜି ସକାଳୁ ପୁଣି ତାଙ୍କୁ ମାଜିଷ୍ଟ୍ରେଟଙ୍କ ନିକଟରେ ହଜାର କରାଯାଇଥିଲା।

ସୂଚନାଯୋଗ୍ୟ, ଅଗଷ୍ଟ ୨୫ ତାରିଖରେ ହାର୍ଦ୍ଦିକ ପଟେଲମାନଙ୍କ ପାଇଁ ସଂରକ୍ଷଣ ଦାବି କରି ଏକ ବିଶାଳ ସମାବେଶ କରିଥିଲେ । ଏଥିରେ ପଟେଲ ସମ୍ପ୍ରଦାୟର ହଜାର ହଜାର ଲୋକ ସାମିଲ ହୋଇଥିଲେ । ଏହାକୁ ନେଇ ଗୁଜରାଟରେ ବ୍ୟାପକ ହିଂସା ଦେଖା ଦେଇଥିଲା।

Related story