ସଂଖ୍ୟା ଗରିଷ୍ଠତା ପ୍ରମାଣ ଲାଗି ଶେଷ ସୁଯୋଗ ଦେବାକୁ ରାଜ୍ୟପାଳଙ୍କୁ ଚିଠି ଲେଖିଲେ ହରିଶ ରାୱତ

ଡେରାଡ଼ୁନ୍‌: ଉତ୍ତରାଖଣ୍ଡରେ ରାଷ୍ଟ୍ରପତି ଶାସନ ଜାରି ହେବାର କିଛି ଘଣ୍ଟା ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାୱାତ୍‌ ରାଜ୍ୟପାଳ କେ.କେ. ପଲ୍‌ଙ୍କୁ ଗତକାଲି ରାତିରେ ଭେଟିବାକୁ କରିଥିବା ଶେଷ ଚେଷ୍ଟା ବିଫଳ ହୋଇଯାଇଛି। ସେ ରାଷ୍ଟ୍ରପତିଙ୍କୁ ଭେଟି ବିଧାନସଭାରେ ସଂଖ୍ୟା ଗରିଷ୍ଠତା ପ୍ରମାଣ କରିବାକୁ ସୁଯୋଗ ଦେବାକୁ ଅନୁମତି ମାଗିଥାନ୍ତେ। ରାଜ୍ୟପାଳ କେ. କେ. ପଲ୍‌ ଆଉ ଗୋଟିଏ ଦିନ ପରେ ଅବସର ନେବେ। ହରିଶ ରାୱତ ରାଜ୍ୟପାଳଙ୍କୁ ଏକ ଚିଠି ଲେଖି ଦାବି କରିଛନ୍ତି ଯେ, […]

harish-ravat

Rakesh Mallick
  • Published: Monday, 28 March 2016
  • , Updated: 28 March 2016, 01:36 PM IST

ଡେରାଡ଼ୁନ୍‌: ଉତ୍ତରାଖଣ୍ଡରେ ରାଷ୍ଟ୍ରପତି ଶାସନ ଜାରି ହେବାର କିଛି ଘଣ୍ଟା ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାୱାତ୍‌ ରାଜ୍ୟପାଳ କେ.କେ. ପଲ୍‌ଙ୍କୁ ଗତକାଲି ରାତିରେ ଭେଟିବାକୁ କରିଥିବା ଶେଷ ଚେଷ୍ଟା ବିଫଳ ହୋଇଯାଇଛି। ସେ ରାଷ୍ଟ୍ରପତିଙ୍କୁ ଭେଟି ବିଧାନସଭାରେ ସଂଖ୍ୟା ଗରିଷ୍ଠତା ପ୍ରମାଣ କରିବାକୁ ସୁଯୋଗ ଦେବାକୁ ଅନୁମତି ମାଗିଥାନ୍ତେ।

ରାଜ୍ୟପାଳ କେ. କେ. ପଲ୍‌ ଆଉ ଗୋଟିଏ ଦିନ ପରେ ଅବସର ନେବେ। ହରିଶ ରାୱତ ରାଜ୍ୟପାଳଙ୍କୁ ଏକ ଚିଠି ଲେଖି ଦାବି କରିଛନ୍ତି ଯେ,  ୭୦ ଆସନ ବିଶିଷ୍ଟ ବିଧାନସଭାରେ ଏବେ ବି ତାଙ୍କର ପାଖରେ ସଂଖ୍ୟା ଗରିଷ୍ଠତା ରହିଛି। ତାଙ୍କୁ ସଂଖ୍ୟା ଗରିଷ୍ଠତା ପ୍ରମାଣ କରିବାର ଏକ ସୁଯୋଗ ଦିଆଯାଉ ବୋଲି ସେ ଚିଠିରେ ଉଲ୍ଲେଖ କରିଛନ୍ତି। ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଥିବା ଏହି ଚିଠିକୁ ଏଡିସି ଅନୁଜ ରାଠୋଡ୍‌ ଗ୍ରହଣ କରିଥିବା ସେ କହିଛନ୍ତି।

“ଉତ୍ତରାଖଣ୍ଡ ଲୋକଙ୍କ ଭାବାବେଗକୁ ଆଖି ଆଗରେ ରଖି ଆମ ଦଳକୁ ଗଣତାନ୍ତ୍ରିକ ପଦ୍ଧତିରେ ସଂଖ୍ୟା ଗରିଷ୍ଠତା ପ୍ରମାଣ କରିବାକୁ ଦିଆଯାଉ ବୋଲି ସେ ଚିଠିରେ ଦର୍ଶାଇଛନ୍ତି।”

Related story