୬୫ ବର୍ଷ ବୟସରେ ବାହା ହୋଇ ଦ୍ୱିତୀୟ ଇନିଂସ ଆରମ୍ଭ କଲେ ହରିଶ ସାଲଭେ

ଲଣ୍ଡନ: ଭାରତର ପୂର୍ବତନ ସଲିସିଟର ଜେନେରାଲ ତଥା ବରିଷ୍ଠ ଆଇନଜୀବୀ ହରିଶ ସାଲଭେ ତାଙ୍କ ଦ୍ୱିତୀୟ ଇନିଂସ ଆରମ୍ଭ କରିଛନ୍ତି। ୬୫ ବର୍ଷ ବୟସରେ ସେ ଲଣ୍ଡନରେ ଦ୍ୱିତୀୟ ବିବାହ କରିଛନ୍ତି। ସେ ତାଙ୍କର ବନ୍ଧୁ ତଥା ୫୬ ବର୍ଷୀୟ କାରୋଲିନ ବ୍ରୋସାର୍ଡଙ୍କ ହାତ ଖ୍ରୀଷ୍ଟଧର୍ମ ଅନୁଯାୟୀ ଧରିଛନ୍ତି। ବୁଧବାର ସାଲଭେ ଓ ବ୍ରୋସାର୍ଡଙ୍କ ବିବାହ ଉତ୍ସବ ପାଇଁ ଲଣ୍ଡନର ଏକ ଚର୍ଚ୍ଚରେ ସ୍ୱତନ୍ତ୍ର ପାର୍ଟିର ଆୟୋଜନ କରାଯାଇଥିଲା। କରୋନା କଟକଣା ଯୋଗୁ ମାତ୍ର ୧୫ ଜଣ […]

d

Hemant Lenka
  • Published: Thursday, 29 October 2020
  • , Updated: 29 October 2020, 04:10 PM IST

ଲଣ୍ଡନ: ଭାରତର ପୂର୍ବତନ ସଲିସିଟର ଜେନେରାଲ ତଥା ବରିଷ୍ଠ ଆଇନଜୀବୀ ହରିଶ ସାଲଭେ ତାଙ୍କ ଦ୍ୱିତୀୟ ଇନିଂସ ଆରମ୍ଭ କରିଛନ୍ତି। ୬୫ ବର୍ଷ ବୟସରେ ସେ ଲଣ୍ଡନରେ ଦ୍ୱିତୀୟ ବିବାହ କରିଛନ୍ତି। ସେ ତାଙ୍କର ବନ୍ଧୁ ତଥା ୫୬ ବର୍ଷୀୟ କାରୋଲିନ ବ୍ରୋସାର୍ଡଙ୍କ ହାତ ଖ୍ରୀଷ୍ଟଧର୍ମ ଅନୁଯାୟୀ ଧରିଛନ୍ତି।

ବୁଧବାର ସାଲଭେ ଓ ବ୍ରୋସାର୍ଡଙ୍କ ବିବାହ ଉତ୍ସବ ପାଇଁ ଲଣ୍ଡନର ଏକ ଚର୍ଚ୍ଚରେ ସ୍ୱତନ୍ତ୍ର ପାର୍ଟିର ଆୟୋଜନ କରାଯାଇଥିଲା। କରୋନା କଟକଣା ଯୋଗୁ ମାତ୍ର ୧୫ ଜଣ ଲୋକ ଏହି ବିବାହ ଉତ୍ସବରେ ସାମିଲ ହୋଇଥିଲେ। ଏମାନଙ୍କ ମଧ୍ୟରେ କାରୋଲିନଙ୍କ ପରିବାର ଲୋକ ମଧ୍ୟ ରହିଥିଲେ। ବିବାହ ଉତ୍ସବରେ କାରୋଲିନ ଧଳା ପୋଷାକ ପିନ୍ଧିଥିବା ବେଳେ ସାଲଭେ କଳା ରଙ୍ଗର କୋଟ ପରିଧାନ କରି ବେଶ ଆକର୍ଷଣୀୟ ଲାଗୁଥିଲେ।

ସାଲଭେ ଓ କାରୋଲିନଙ୍କ ଏହା ଦ୍ୱିତୀୟ ବିବାହ। ଜୁନ ମାସରେ ସାଲଭେ ତାଙ୍କ ପ୍ରଥମ ପତ୍ନୀ ମୀନାକ୍ଷୀଙ୍କୁ ଛାଡ଼ପତ୍ର ଦେଇଥିଲେ। ୩୮ ବର୍ଷ ତଳେ ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ପ୍ରଥମ ବିବାହ ଶେଷ କରିବା ପରେ ଏବେ ସେ ୬୫ ବର୍ଷ ବୟସରେ ଦ୍ୱିତୀୟ ବିବାହ କରିଛନ୍ତି।

ହରିଶ ସାଲଭେଙ୍କର ଦୁଇଟି ଝିଅ ରହିଛନ୍ତି। ଜଣଙ୍କ ବୟସ ୩୭ ଓ ଆଉ ଜଣଙ୍କ ବୟସ ୩୩। ସେମାନେ ଦିଲ୍ଲୀ-ଏନସିଆରରେ ରୁହନ୍ତି। କାରୋଲିନଙ୍କର ମଧ୍ୟ ଗୋଟିଏ ଝିଅ ରହିଛନ୍ତି। କାରୋଲିନଙ୍କୁ ବିବାହ କରିବା ପାଇଁ ସାଲଭେ ଖ୍ରୀଷ୍ଟଧର୍ମ ଗ୍ରହଣ କରିଛନ୍ତି ଓ ୨ ବର୍ଷ ହେଲା ସେ ଚର୍ଚ୍ଚ ମଧ୍ୟ ଯାଉଛନ୍ତି।

କାରୋଲିନ ଜଣେ ଆଟିଷ୍ଟ। ଏକ କାର୍ଯ୍ୟକ୍ରମରେ ସାଲଭେଙ୍କ ସହ ତାଙ୍କ ଦେଖା ହୋଇଥିଲା। ଏହି ଦେଖା ସାକ୍ଷାତ ପ୍ରେମରେ ପରିଣତ ହୋଇଛି।

Related story