ତମାଖୁ ବିକ୍ରି ଓ ଛେପ ପକାଇବା ଉପରେ ଲାଗିବ ପ୍ରତିବନ୍ଧକ

ନୂଆଦିଲ୍ଲୀ: କରୋନା ଭାଇରସ ସଂକ୍ରମଣକୁ ଦେଖି ଆଗକୁ ମଧ୍ୟ ତମାଖୁ, ପାନ ଆଦି ବିକ୍ରି ଏବଂ ସର୍ବସାଧାରଣ ସ୍ଥାନରେ ଛେପ ପକାଇବା ଉପରେ ପ୍ରତିବନ୍ଧକ ଲାଗିପାରେ। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ସରକାରଙ୍କୁ ଏଭଳି ଆହ୍ୱାନ କରିଛନ୍ତି। କରୋନା ସଂକ୍ରମଣକୁ ରୋକିବା ପାଇଁ ଏଭଳି ପ୍ରତିବନ୍ଧକ ଲାଗିବା ଦରକାର ବୋଲି ସରକାର କହିଛନ୍ତି। ଏ ନେଇ ହର୍ଷବର୍ଦ୍ଧନ ସମସ୍ତ ରାଜ୍ୟର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ଚିଠି  ଲେଖି ତମାଖୁ, ପାନ […]

Tobacco

Subhransu Sekhar
  • Published: Friday, 15 May 2020
  • , Updated: 15 May 2020, 06:48 PM IST

ନୂଆଦିଲ୍ଲୀ: କରୋନା ଭାଇରସ ସଂକ୍ରମଣକୁ ଦେଖି ଆଗକୁ ମଧ୍ୟ ତମାଖୁ, ପାନ ଆଦି ବିକ୍ରି ଏବଂ ସର୍ବସାଧାରଣ ସ୍ଥାନରେ ଛେପ ପକାଇବା ଉପରେ ପ୍ରତିବନ୍ଧକ ଲାଗିପାରେ। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ସରକାରଙ୍କୁ ଏଭଳି ଆହ୍ୱାନ କରିଛନ୍ତି। କରୋନା ସଂକ୍ରମଣକୁ ରୋକିବା ପାଇଁ ଏଭଳି ପ୍ରତିବନ୍ଧକ ଲାଗିବା ଦରକାର ବୋଲି ସରକାର କହିଛନ୍ତି।

ଏ ନେଇ ହର୍ଷବର୍ଦ୍ଧନ ସମସ୍ତ ରାଜ୍ୟର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ଚିଠି  ଲେଖି ତମାଖୁ, ପାନ ଆଦି ଉପରେ ବିକ୍ରି ଏବଂ ସର୍ବସାଧାରଣରେ ଛେପ ପକାଇବା ଉପରେ ରୋକ୍ ଲଗାଇବା ପାଇଁ ନିବେଦନ କରିଛନ୍ତି। କରୋନା, ଯକ୍ଷ୍ମା, ସ୍ୱାଇନ୍ ଫ୍ଲୁ, ଏନସେଫାଲାଇଟିସ୍ ଭଳି ରୋଗ ଛେପ ଆଦିରୁ ବିସ୍ତାର ହେଉଥିବାରୁ ରୋକ୍ ଲଗାଇବା ଦରକାର ବୋଲି କେନ୍ଦ୍ରସ୍ୱାସ୍ଥ୍ୟ ମନ୍ତ୍ରୀ ନିବେଦନ କରିଛନ୍ତି।

ଧୂମପାନ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ। ସାଧାରଣତଃ ଲୋକମାନେ ଜନଗହଳି ସ୍ଥାନରେ ଧୂମପାନ କରୁଛନ୍ତି। ଏହାଦ୍ୱାରା କରୋନା ହେବାର ମଧ୍ୟ ସମ୍ଭାବନା ରହିଛି। ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ ରିସର୍ଚ୍ଚ (ଆଇସିଏମଆର) ଏଭଳି କହିଛି ବୋଲି ମଧ୍ୟ ହର୍ଷବର୍ଦ୍ଦନ ସ୍ୱାସ୍ଥ୍ୟମନ୍ତ୍ରୀ ମାନଙ୍କୁ ଲେଖିଥିବା ଚିଠିରେ ଉଲ୍ଲେଖ କରିଛନ୍ତି।

ସୂଚନାଯୋଗ୍ୟ, କରୋନା ଭାଇରସ ସଂକ୍ରମଣକୁ ଦେଖି ନିକଟରେ ରାଜସ୍ଥାନ ସରକାର ଏଭଳି ଏକ ଅଧ୍ୟାଦେଶ ଆଣିଛନ୍ତି। ଯେଉଁଥିରେ ତମାଖୁ ବିକ୍ରି ଉପରେ ରୋକ୍ ଲଗାଯାଇଛି ଏବଂ ସାର୍ବଜନୀନ ସ୍ଥାନରେ ଛେପ ପକାଇବା ଉପରେ ପ୍ରତିବନ୍ଧକ ଲଗାଯାଇଛି। ଝାଡ଼ଖଣ୍ଡ ସରକାର ମଧ୍ୟ ସମାନ ଅଧ୍ୟାଦେଶ ଆଗକୁ ଆଣିବାକୁ ଯାଉଛି।

Related story