Advertisment

WHO କାର୍ଯ୍ୟକାରୀ ବୋର୍ଡର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କଲେ ହର୍ଷବର୍ଦ୍ଧନ

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷ ବର୍ଦ୍ଧନ ଶୁକ୍ରବାର ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO)ର ୩୪ ଜଣିଆ କାର୍ଯ୍ୟକାରୀ ବୋର୍ଡ଼ର ସଭାପତି ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି। ହର୍ଷବର୍ଦ୍ଧନ ଜାପାନର ହିରୋକୀ ନକାତାନୀଙ୍କ ଉତ୍ତରାଧିକାରୀ ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି। ହର୍ଷବର୍ଦ୍ଧନ ଦାୟିତ୍ୱ ଗ୍ରହଣ କରିବା ପରେ କରୋନା ମହାମାରୀରେ ମୃତ୍ୟୁ ବରଣ କରିଥିବା ଲୋକଙ୍କ ପାଇଁ ଦୁଃଖ ପ୍ରକାଶ କରିଛନ୍ତି। କରୋନା ମୁକାବିଲା ପାଇଁ ସମସ୍ତ ଦେଶର ସହଯୋଗ ଆବଶ୍ୟକ ରହିଛି ବୋଲି ସେ କହିଛନ୍ତି। […]

ଅଦ୍ୟତନ ହୋଇଛି
‘କରୋନା ଯେତେ ମାରାତ୍ମକ ହେଉ, ଆମେ ପ୍ରସ୍ତୁତ’

HARSH BARDHAN

Advertisment

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷ ବର୍ଦ୍ଧନ ଶୁକ୍ରବାର ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO)ର ୩୪ ଜଣିଆ କାର୍ଯ୍ୟକାରୀ ବୋର୍ଡ଼ର ସଭାପତି ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି। ହର୍ଷବର୍ଦ୍ଧନ ଜାପାନର ହିରୋକୀ ନକାତାନୀଙ୍କ ଉତ୍ତରାଧିକାରୀ ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି। ହର୍ଷବର୍ଦ୍ଧନ ଦାୟିତ୍ୱ ଗ୍ରହଣ କରିବା ପରେ କରୋନା ମହାମାରୀରେ ମୃତ୍ୟୁ ବରଣ କରିଥିବା ଲୋକଙ୍କ ପାଇଁ ଦୁଃଖ ପ୍ରକାଶ କରିଛନ୍ତି। କରୋନା ମୁକାବିଲା ପାଇଁ ସମସ୍ତ ଦେଶର ସହଯୋଗ ଆବଶ୍ୟକ ରହିଛି ବୋଲି ସେ କହିଛନ୍ତି।

Advertisment

ଜାତିସଂଘର ଏହି ସଂସ୍ଥା ଅନ୍ତର୍ଜାତୀୟ ସ୍ୱାସ୍ଥ୍ୟ ସମ୍ପର୍କିତ କାର୍ଯ୍ୟକଳାପ ଉପରେ ନଜର ରଖିଥାଏ। ଏହି ୩୪ ଜଣିଆ ବୋର୍ଡର ସଦସ୍ୟମାନେ ସ୍ୱାସ୍ଥ୍ୟ କ୍ଷେତ୍ରରେ ପାରଦର୍ଶିତା ଲାଭ କରି ଏଠାକୁ ଆସିଥାଆନ୍ତି। ବର୍ତ୍ତମାନ ହର୍ଷବର୍ଦ୍ଧନ ୩ ବର୍ଷ ପାଇଁ ଏହି ପଦରେ କାର୍ଯ୍ୟ କରିବେ। ବର୍ଷକୁ ଦୁଇ ଥର ବୋର୍ଡର ବୈଠକ ବସିବ।

ଜାନୁଆରୀରେ ବସୁଥିବା ବୈଠକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସୂଚନାଯୋଗ୍ୟ, ହୁ’ର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ପଦ ପାଇଁ ଭାରତ ପକ୍ଷରୁ ଡା. ହର୍ଷବର୍ଦ୍ଧନଙ୍କ ନାଁକୁ ସୁପାରିସ କରାଯାଇଥିଲା। ୧୯ ମେ’ରେ ଏହାକୁ ୧୯୪ ଦେଶ ମଞ୍ଜୁରୀ ଦେଇଥିଲେ।

Advertisment
Harsh Vardhan WHO
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe