ରାଜନୈତିକ ଶତ୍ରୁତାରୁ ହତ୍ୟାକାଣ୍ଡ: ୫ ଜଣଙ୍କୁ ଗୁଳି କରି ମାରି ଦେଲେ, ୧୭ ଗିରଫ

ଚଣ୍ଡିଗଡ଼: ହରିଆଣାର ଗ୍ରେଟର ଫରିଦାବାଦର ପଲବଲୀ ଗାଁରେ ପଞ୍ଚାୟତ ନିର୍ବାଚନ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଲାଗିରହିଥିବା ପୂର୍ବ ଶତ୍ରୁତା ଗତକାଲି ହିଂସାକାଣ୍ଡର ରୂପ ନେଇଥିଲେ। ଗୋଟିଏ ଗୋଷ୍ଠୀର ଗୁଳିମାଡ଼ରେ ଅନ୍ୟ ଗୋଷ୍ଠୀର ୫ ଜଣଙ୍କ ମୃତ୍ୟୁ ହୋଇଥିଲା। ଆଠ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ଏହି ମାମଲାରେ ପୋଲିସ୍ ୧୭ ଜଣ ଲୋକଙ୍କୁ ଗିରଫ କରିଛି। ଆଉ ୫ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ଏହି ଘଟଣା ପରେ ଗାଁରେ ତ୍ତତ୍ତେଜନା ଲାଗି […]

Rakesh Mallick
  • Published: Monday, 18 September 2017
  • , Updated: 18 September 2017, 01:05 PM IST

ଚଣ୍ଡିଗଡ଼: ହରିଆଣାର ଗ୍ରେଟର ଫରିଦାବାଦର ପଲବଲୀ ଗାଁରେ ପଞ୍ଚାୟତ ନିର୍ବାଚନ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଲାଗିରହିଥିବା ପୂର୍ବ ଶତ୍ରୁତା ଗତକାଲି ହିଂସାକାଣ୍ଡର ରୂପ ନେଇଥିଲେ। ଗୋଟିଏ ଗୋଷ୍ଠୀର ଗୁଳିମାଡ଼ରେ ଅନ୍ୟ ଗୋଷ୍ଠୀର ୫ ଜଣଙ୍କ ମୃତ୍ୟୁ ହୋଇଥିଲା। ଆଠ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ଏହି ମାମଲାରେ ପୋଲିସ୍ ୧୭ ଜଣ ଲୋକଙ୍କୁ ଗିରଫ କରିଛି। ଆଉ ୫ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।

ଏହି ଘଟଣା ପରେ ଗାଁରେ ତ୍ତତ୍ତେଜନା ଲାଗି ରହିଛି। କୌଣସି ବିଶୃଙ୍ଖଳା ପରିସ୍ଥିତି ନ ଘଟିବା ନେଇ ଗାଁରେ ବହୁ ସଂଖ୍ୟାରେ ପୋଲିସ୍‌ ମୁତୟନ କରାଯାଇଛି।

ପୋଲିସ୍ କହିଛି ଏହି ଘଟଣାରେ ରାଜେନ୍ଦ୍ର ପ୍ରସାଦ (୫୫), ଇଶ୍ୱର ଚନ୍ଦ(୪୦), ଶ୍ରୀଚନ୍ଦ(୬୧), ନବୀନ(୩୬) ଓ ଦେବେନ୍ଦ୍ର(୩୫)ଙ୍କ ମୃତ୍ୟୁ ଘଟିଛି। ଘଟଣାସ୍ଥଳରେ ସେମାନଙ୍କ ମୃତ୍ୟୁ ଘଟିଥିଲା।

ଗତ ଦେଢ଼ ବର୍ଷ ପୂର୍ବରୁ ପଲବଲୀ ଗାଁରେ ହୋଇଥିବା ପଞ୍ଚାୟତ ନିର୍ବାଚନରେ ପୂର୍ବତନ ସରପଞ୍ଚ ବିଲ୍ଲୁ ପଲବଲୀଙ୍କ ସ୍ତ୍ରୀ ଜିତିଥିଲେ। ଏହାକୁ ନେଇ ସେହିଁ ଗାଁର ଶ୍ରୀଚନ୍ଦ୍ରଙ୍କ ସହ ତାଙ୍କର ବିବାଦ ହୋଇଥିଲା।  ଦୁଇ ଗୋଷ୍ଠୀ ମଧ୍ୟରେ ଛକାପଞ୍ଝା ଲାଗି ରହିଥିଲା। ସମସ୍ତ ମୃତକ ଶ୍ରୀଚନ୍ଦଙ୍କ ପରିବାରର।

 

Related story