ସୋନିଆଙ୍କୁ ‘ମୂଷା' ସହ ତୁଳନା କଲେ ହରିଆନା ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଅକ୍ଟୋବର ୨୧ରେ ହରିଆନା ବିଧାନସଭା ନିର୍ବାଚନ ପାଇଁ ଭୋଟ ପଡ଼ିବ। ଏହା ପୂର୍ବରୁ ବିଜେପି ଓ କଂଗ୍ରେସ ନେତାଙ୍କ ମଧ୍ୟରେ ତେଜିଛି ବାକ୍ ଯୁଦ୍ଧ। ଗତକାଲି ବିଜେପି ନେତା ତଥା ହରିଆନା ମୁଖ୍ୟମନ୍ତ୍ରୀ ମନୋହର ଖଟ୍ଟର କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କୁ ପରୋକ୍ଷରେ ‘ମୂଷା’ ସହ ତୁଳନା କରିଛନ୍ତି। ଯାହାକୁ ନେଇ ଏବେ ଖଟ୍ଟର କ୍ଷମାପ୍ରାର୍ଥନା କରନ୍ତୁ ବୋଲି କଂଗ୍ରେସ ଦାବି କରିଛି। ମନୋହାର ଲାଲ ଖଟ୍ଟର କହିଥିଲେ ‘ ଲୋକସଭା ନିର୍ବାଚନରେ ପରାଜୟ ପରେ […]

KHATTAR VS SONIA

Subhransu Sekhar
  • Published: Monday, 14 October 2019
  • , Updated: 14 October 2019, 03:20 PM IST

ନୂଆଦିଲ୍ଲୀ: ଅକ୍ଟୋବର ୨୧ରେ ହରିଆନା ବିଧାନସଭା ନିର୍ବାଚନ ପାଇଁ ଭୋଟ ପଡ଼ିବ। ଏହା ପୂର୍ବରୁ ବିଜେପି ଓ କଂଗ୍ରେସ ନେତାଙ୍କ ମଧ୍ୟରେ ତେଜିଛି ବାକ୍ ଯୁଦ୍ଧ। ଗତକାଲି ବିଜେପି ନେତା ତଥା ହରିଆନା ମୁଖ୍ୟମନ୍ତ୍ରୀ ମନୋହର ଖଟ୍ଟର କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କୁ ପରୋକ୍ଷରେ ‘ମୂଷା’ ସହ ତୁଳନା କରିଛନ୍ତି। ଯାହାକୁ ନେଇ ଏବେ ଖଟ୍ଟର କ୍ଷମାପ୍ରାର୍ଥନା କରନ୍ତୁ ବୋଲି କଂଗ୍ରେସ ଦାବି କରିଛି।

ମନୋହାର ଲାଲ ଖଟ୍ଟର କହିଥିଲେ ‘ ଲୋକସଭା ନିର୍ବାଚନରେ ପରାଜୟ ପରେ ରାହୁଲ ଗାନ୍ଧି ଦଳର ଅଧ୍ୟକ୍ଷ ପଦବୀରୁ ଇସ୍ତଫା ଦେଇଥିଲେ। ଆଗାମୀ ଦିନରେ ଗାନ୍ଧି ପରିବାର ବାହାର ଲୋକ ଦଳର ଅଧ୍ୟକ୍ଷ ହେବ ବୋଲି ରାହୁଲ କହିଥିଲେ। ଏହାପରେ ଗାନ୍ଧି ପରିବାର ବାହାର ନେତାଙ୍କୁ ନେଇ ଦଳ ଅଧ୍ୟକ୍ଷ କରିବ ବୋଲି ଆରମ୍ଭ ହୋଇଥିଲା ପ୍ରକ୍ରିୟା। ହେଲେ ଯେଉଁ କଥାକୁ ସେଇ କଥା। ପୁଣି ଥରେ ସୋନିଆ ଗାନ୍ଧି ଦଳର ଅଧ୍ୟକ୍ଷ ହୋଇଛନ୍ତି। ଏହାର ଅର୍ଥ ପାହାଡ ଖୋଳିଲି କିନ୍ତୁ ମୂଷା ବାହାରିଲା। ଆଉ ସେ ପୁଣି ମୃତ’।

ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କ ଏହି ମନ୍ତବ୍ୟକୁ ନେଇ କଂଗ୍ରେସ କଡ଼ା ପ୍ରତିକ୍ରିୟା ରଖିଛି। ଟୁଇଟ କରି କଂଗ୍ରେସ କହିଛି ‘ମନୋହରଙ୍କ ଦ୍ୱାରା ଦିଆଯାଇଥିବା ମନ୍ତବ୍ୟ ଅଶୋଭନୀୟ ଏବଂ ବିଜେପିର ମହିଳା ବିରୋଧୀ ମାନସିକତା। ଖୁବଶୀଘ୍ର ମୁଖ୍ୟମନ୍ତ୍ରୀ ଖଟ୍ଟର କ୍ଷମା ମାଗିବା ଦରକାର’।

Related story