ରାଖୀ ପିନ୍ଧିବେ ଟ୍ରମ୍ପ, ହରିୟାଣାର ଏକ ଗାଁରୁ ପଠାଯାଇଛି ହଜାରେ ରାଖୀ

ଗୁଡଗାଓଁ: ରାଖୀ ପିନ୍ଧିବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଆଉ ଏହି ରାଖୀ ପଠାଯାଇଛି ଟ୍ରମ୍ପ ଗାଁରୁ। ରକ୍ଷା ବନ୍ଧନ ଉପରେ ଅଜ୍ଞ ଥିବା ଟ୍ରମ୍ପଙ୍କ ପାଇଁ  ହରିୟାଣାର ଏକ ମୁସଲିମ୍ ବହୁଳ ଗାଁର ମହିଳାମାନେ ୧,୦୦୧ଟି ରାଖୀ ପଠାଇଛନ୍ତି। ଇଣ୍ଟରନ୍ୟାସନାଲ୍ ସୋସିଆଲ୍ ସର୍ଭିସ୍ ଅରଗାନାଇଜେସନ୍ (ଏସ୍‌ଆଇଏସ୍‌ଏସ୍‌ଓ)ର ମୁଖ୍ୟ ବିନ୍ଦେଶ୍ୱର ପାଠକ ଏହି ଗାଁର ନାଁ ‘ଟ୍ରମ୍ପ ଗାଁ’ ରଖିବାକୁ ଘୋଷଣା କରିବା ପରେ ଗାଁଟି ଚର୍ଚ୍ଚା ପରିସରକୁ ଆସିଥିଲା। ପରେ ଜିଲ୍ଲା ପ୍ରଶାସନ ଏହି ଗାଁର […]

rakhi_trump

Rakesh Mallick
  • Published: Sunday, 06 August 2017
  • , Updated: 06 August 2017, 10:45 AM IST

ଗୁଡଗାଓଁ: ରାଖୀ ପିନ୍ଧିବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଆଉ ଏହି ରାଖୀ ପଠାଯାଇଛି ଟ୍ରମ୍ପ ଗାଁରୁ। ରକ୍ଷା ବନ୍ଧନ ଉପରେ ଅଜ୍ଞ ଥିବା ଟ୍ରମ୍ପଙ୍କ ପାଇଁ  ହରିୟାଣାର ଏକ ମୁସଲିମ୍ ବହୁଳ ଗାଁର ମହିଳାମାନେ ୧,୦୦୧ଟି ରାଖୀ ପଠାଇଛନ୍ତି।

ଇଣ୍ଟରନ୍ୟାସନାଲ୍ ସୋସିଆଲ୍ ସର୍ଭିସ୍ ଅରଗାନାଇଜେସନ୍ (ଏସ୍‌ଆଇଏସ୍‌ଏସ୍‌ଓ)ର ମୁଖ୍ୟ ବିନ୍ଦେଶ୍ୱର ପାଠକ ଏହି ଗାଁର ନାଁ ‘ଟ୍ରମ୍ପ ଗାଁ’ ରଖିବାକୁ ଘୋଷଣା କରିବା ପରେ ଗାଁଟି ଚର୍ଚ୍ଚା ପରିସରକୁ ଆସିଥିଲା। ପରେ ଜିଲ୍ଲା ପ୍ରଶାସନ ଏହି ଗାଁର ନାମ ପରିବର୍ତ୍ତନକୁ ଅବୈଧ ବୋଲି କହିଥିଲେ। ଏହାପରେ ସଙ୍ଗଠନର ସଦସ୍ୟ ଏହି ନାମଫଳକକୁ ହଟାଇ ଦେଇଥିଲେ। ଏହି ଗାଁର ଲୋକ ସଂଖ୍ୟା ୧,୮୦୦। ଗୁଡଗାଓଁ ଠାରୁ ଏହି ଗାଁର ଦୂରତା ୬୦ କିଲୋମିଟର।

ଏନ୍‌ଜିଓର ଉପାଧକ୍ଷ ମୋନିକା ଜେନ୍ କହିଛନ୍ତି,“ଗାଁର ଝିଅମାନେ ଟ୍ରମ୍ପଙ୍କ ଫଟୋ ଥିବା ୧୦୦୧ ରାଖୀ ତିଆରି କରିଛନ୍ତି। ଏହାସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ଥିବା ୫୦୧ ରାଖୀ ମଧ୍ୟ ତିଆରି କରିଛନ୍ତି। ଗାଁର ମହିଳା ଓ ଝିଅମାନେ ଉଭୟଙ୍କୁ ବଡ଼ ଭାଇ ପରି ମାନି ଥାଆନ୍ତି।”

ଏହି ରାଖୀକୁ ଗତ ଶୁକ୍ରବାର ଦିନ ପଠାଯାଇଛି। ଯାହା ୭ ଅଗଷ୍ଟ ରାଖୀ ପୂର୍ଣ୍ଣିମା ଦିନ ଆମେରିକାରେ ଏହା ପହଞ୍ଚିବ। ଏହାବ୍ୟତୀତ ଏହି ଦୁଇ ନେତାଙ୍କୁ ଗାଁକୁ ଆସିବାକୁ ମହିଳାମାନେ ନିମନ୍ତ୍ରଣ ମଧ୍ୟ କରିଛନ୍ତି।

Related story