ହାଥରସ ମାମଲା: ପ୍ରଶାସନକୁ କଡ଼ା ଭର୍ତ୍ସନା କଲେ କୋର୍ଟ

ଲକ୍ଷ୍ନୌ: ହାଥରସ ମାମଲାରେ ଆହ୍ଲାବାଦ ହାଇକୋର୍ଟର ଲକ୍ଷ୍ମୌ ବେଞ୍ଚ ଶୁଣାଣି କରିଛନ୍ତି। ଏହି ସମୟରେ ପ୍ରଶାସନକୁ କଡ଼ା ସମାଲୋଚନା କରିଛନ୍ତି। ପ୍ରଶାସନର ଏକଛାଟିଆ ମନୋଭାବକୁ ନେଇ କୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି। କୋର୍ଟ ସେଠାରେ ଉପସ୍ଥିତ ଅଧିକାରୀମାନଙ୍କୁ ପଚାରିଥିଲେ ଯେ ଯଦି ଝିଅଟି ଜଣେ ପ୍ରଭାବଶାଳୀ ବ୍ୟକ୍ତିଙ୍କର ହୋଇଥାନ୍ତା ତାହେଲେ କଣ ପ୍ରଶାସନ ଏଭଳି କରିଥାନ୍ତା? ମଧ୍ୟରାତ୍ରିରେ ଅନ୍ତିମ ସଂସ୍କାର କରାଯିବାକୁ ନେଇ କୋର୍ଟ ପ୍ରଶାସନକୁ କଡ଼ା ଭର୍ତ୍ସନା କରିଛନ୍ତି। ଏହି ସମୟରେ ପୀଡିତାଙ୍କ ପରିବାର କୋର୍ଟରେ […]

hathras-protest

hathras-protest

Subhransu Sekhar
  • Published: Monday, 12 October 2020
  • Updated: 12 October 2020, 08:17 PM IST

ଲକ୍ଷ୍ନୌ: ହାଥରସ ମାମଲାରେ ଆହ୍ଲାବାଦ ହାଇକୋର୍ଟର ଲକ୍ଷ୍ମୌ ବେଞ୍ଚ ଶୁଣାଣି କରିଛନ୍ତି। ଏହି ସମୟରେ ପ୍ରଶାସନକୁ କଡ଼ା ସମାଲୋଚନା କରିଛନ୍ତି। ପ୍ରଶାସନର ଏକଛାଟିଆ ମନୋଭାବକୁ ନେଇ କୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି। କୋର୍ଟ ସେଠାରେ ଉପସ୍ଥିତ ଅଧିକାରୀମାନଙ୍କୁ ପଚାରିଥିଲେ ଯେ ଯଦି ଝିଅଟି ଜଣେ ପ୍ରଭାବଶାଳୀ ବ୍ୟକ୍ତିଙ୍କର ହୋଇଥାନ୍ତା ତାହେଲେ କଣ ପ୍ରଶାସନ ଏଭଳି କରିଥାନ୍ତା?

ମଧ୍ୟରାତ୍ରିରେ ଅନ୍ତିମ ସଂସ୍କାର କରାଯିବାକୁ ନେଇ କୋର୍ଟ ପ୍ରଶାସନକୁ କଡ଼ା ଭର୍ତ୍ସନା କରିଛନ୍ତି। ଏହି ସମୟରେ ପୀଡିତାଙ୍କ ପରିବାର କୋର୍ଟରେ କହିଛନ୍ତି ଯେ ତାଙ୍କ ବିନା ଇଚ୍ଛାରେ ପ୍ରଶାସନ ଅନ୍ତିମ ସଂସ୍କାର କରିଛି। କିଛି ଗାଁ ଲୋକଙ୍କୁ ଏକଜୁଟ କରି ପ୍ରଶାସନ ଅନ୍ତିମ ସଂସ୍କାର କରିଛି ବୋଲି ମୃତକଙ୍କ ପରିବାର ଲୋକେ କହିଛନ୍ତି।

ସିବିଆଇ ତଦନ୍ତ ରିପୋର୍ଟକୁ ଗୋପନ ରଖିବାକୁ ପରିବାର ମଧ୍ୟ ଦାବି କରିଛନ୍ତି। ପରିବାର ଲୋକେ କହିଛନ୍ତି ଯେ ସେମାନଙ୍କ ସୁରକ୍ଷା ପ୍ରତି ବିପଦ ରହିଛି। ତେବେ ପୀଡିତାଙ୍କ ପରିବାରକୁ ସୁରକ୍ଷା ଯୋଗାଇ ଦିଆଯାଇଥିବା ନେଇ ପୂର୍ବରୁ କୋର୍ଟଙ୍କୁ ସୂଚନା ଦେଇଛି ପ୍ରଶାସନ।  ପରବର୍ତ୍ତୀ ଶୁଣାଣି ନଭେମ୍ବର ୨ରେ ହେବ। ଏହି ସମୟରେ ପ୍ରଶାସନ କୋର୍ଟରେ ପୀଡ଼ିତାଙ୍କ ଦ୍ୱାରା ଉଠାଯାଇଥିବା ଅଭିଯୋଗର ଉତ୍ତର ଦେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos