ହଟ୍ଟଗୋଳ ସହ ରାଜ୍ୟସଭା ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବି: ଆଲୋଚନା ହୋଇପାରିଲାନି ଜିଏସଟି ବିଲ

ନୂଆଦିଲ୍ଲୀ: ଆଜି ରାଜ୍ୟସଭାରେ ବହୁ ପ୍ରତୀକ୍ଷିତ ଜିଏସଟି ବିଲ୍ ଆଗତ ହୋଇଥିଲା । ଅର୍ଥମନ୍ତ୍ରୀ ଅରୁଣ ଜେଟଲି ବିଲକୁ ଗୃହରେ ଉପସ୍ଥାପନ କରିଥିଲେ । ତେବେ ଏହି ସମ୍ୱିଧାନ ସଂଶୋଧନ ବିଲକୁ ରାଜ୍ୟସଭାରେ କଂଗ୍ରେସ ସଦସ୍ୟମାନେ ତୀବ୍ର ବିରୋଧ କରିଥିଲେ । ଫଳରେ ପ୍ରବଳ ହଟ୍ଟଗୋଳ ଯୋଗୁଁ  ଗୃହକୁ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବି କରିଦିଆଯାଇଛି । ଜିଏସଟି କାର୍ଯ୍ୟକାରୀ ହେଲେ ସାରା ଦେଶରେ ଗୋଟିଏ ବଜାର ସୃଷ୍ଟି ହେବ । କେନ୍ଦ୍ର ଓ ରାଜ୍ୟର ପରୋକ୍ଷ ଟିକସ […]

jaitley

Rakesh Mallick
  • Published: Tuesday, 11 August 2015
  • , Updated: 11 August 2015, 10:29 AM IST

ନୂଆଦିଲ୍ଲୀ: ଆଜି ରାଜ୍ୟସଭାରେ ବହୁ ପ୍ରତୀକ୍ଷିତ ଜିଏସଟି ବିଲ୍ ଆଗତ ହୋଇଥିଲା । ଅର୍ଥମନ୍ତ୍ରୀ ଅରୁଣ ଜେଟଲି ବିଲକୁ ଗୃହରେ ଉପସ୍ଥାପନ କରିଥିଲେ । ତେବେ ଏହି ସମ୍ୱିଧାନ ସଂଶୋଧନ ବିଲକୁ ରାଜ୍ୟସଭାରେ କଂଗ୍ରେସ ସଦସ୍ୟମାନେ ତୀବ୍ର ବିରୋଧ କରିଥିଲେ । ଫଳରେ ପ୍ରବଳ ହଟ୍ଟଗୋଳ ଯୋଗୁଁ  ଗୃହକୁ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବି କରିଦିଆଯାଇଛି । ଜିଏସଟି କାର୍ଯ୍ୟକାରୀ ହେଲେ ସାରା ଦେଶରେ ଗୋଟିଏ ବଜାର ସୃଷ୍ଟି ହେବ । କେନ୍ଦ୍ର ଓ ରାଜ୍ୟର ପରୋକ୍ଷ ଟିକସ ଯେପରି କେନ୍ଦ୍ରୀୟ ଅବକାରୀ ଟିକସ, ଭ୍ୟାଟ୍, ଏଣ୍ଟ୍ରିଟ୍ୟାକ୍ସ ଓ ଅକଟ୍ରାଇ ଟ୍ୟାକ୍ସ ଭଳି ଅନେକ ଟିକସ ଉଠିଯିବ । ରାଜ୍ୟ-ରାଜ୍ୟ ଭିତରେ ସହଜରେ ଦ୍ରବ୍ୟ ଓ ସେବା ନେଣଦେଣ ହେବ । ଫଳରେ ବ୍ୟାବସାୟିକ ଖର୍ଚ୍ଚ କମିବ ବୋଲି ଆଶା କରାଯାଉଛି। ଗତ ମେ ୬ ତାରିଖରେ ଲୋକସଭାରେ ଏହି ବିଲ୍ ପାସ ହୋଇଥିଲା।

Related story