ସରକାରଙ୍କ ନୂଆ ନିୟମ, ମାନସିକ ରୋଗୀଙ୍କ ଲାଗି ଖୁସି ଖବର

ଭୁବନେଶ୍ୱର(ଓଡିଶା ରିପୋର୍ଟର): କେନ୍ଦ୍ର ସରକାରଙ୍କ ମେଣ୍ଟାଲ ହେଲ୍‌ଥ କେୟାର ଆଇନର କାର୍ଯ୍ୟକାରିତା ନେଇ ବିଜ୍ଞପ୍ତି ଜାରି କରିବା ପରେ ଆତ୍ମହତ୍ୟା ଉଦ୍ୟମକୁ ଅପରାଧ ତାଲିକାରୁ ବାଦ୍ ଦିଆଯାଇଛି । ଅନ୍ୟପକ୍ଷରେ ସରକାର ଏଭଳି ବ୍ୟକ୍ତିଙ୍କୁ ଆବଶ୍ୟକ ଯତ୍ନ ଯୋଗାଇ ଦେବା ସହ ତାଙ୍କର ଥଇଥାନ ବ୍ୟବସ୍ଥା କରିବେ ବୋଲି ଜଣାପଡିଛି। ସେହିପରି ନୂଆ ଆଇନ ଅନୁସାରେ ମାନସିକ ରୋଗୀଙ୍କୁ ଚେନ୍‌ରେ ବାନ୍ଧି ରଖି ହେବ ନାହିଁ । ଏପରିକି ମାନସିକ ଅନଗ୍ରସର ଶିଶୁଙ୍କୁ ସକ୍ ଥେରାପିକୁ ମଧ୍ୟ […]

g6

Rakesh Mallick
  • Published: Sunday, 03 June 2018
  • , Updated: 03 June 2018, 09:57 PM IST

ଭୁବନେଶ୍ୱର(ଓଡିଶା ରିପୋର୍ଟର): କେନ୍ଦ୍ର ସରକାରଙ୍କ ମେଣ୍ଟାଲ ହେଲ୍‌ଥ କେୟାର ଆଇନର କାର୍ଯ୍ୟକାରିତା ନେଇ ବିଜ୍ଞପ୍ତି ଜାରି କରିବା ପରେ ଆତ୍ମହତ୍ୟା ଉଦ୍ୟମକୁ ଅପରାଧ ତାଲିକାରୁ ବାଦ୍ ଦିଆଯାଇଛି । ଅନ୍ୟପକ୍ଷରେ ସରକାର ଏଭଳି ବ୍ୟକ୍ତିଙ୍କୁ ଆବଶ୍ୟକ ଯତ୍ନ ଯୋଗାଇ ଦେବା ସହ ତାଙ୍କର ଥଇଥାନ ବ୍ୟବସ୍ଥା କରିବେ ବୋଲି ଜଣାପଡିଛି। ସେହିପରି ନୂଆ ଆଇନ ଅନୁସାରେ ମାନସିକ ରୋଗୀଙ୍କୁ ଚେନ୍‌ରେ ବାନ୍ଧି ରଖି ହେବ ନାହିଁ । ଏପରିକି ମାନସିକ ଅନଗ୍ରସର ଶିଶୁଙ୍କୁ ସକ୍ ଥେରାପିକୁ ମଧ୍ୟ ବାରଣ କରାଯାଇଛି ।

କେନ୍ଦ୍ର ସରକାରଙ୍କ ପକ୍ଷରୁ ଲାଗୁ  ହୋଇଥିବା ମେଣ୍ଟାଲ ହେଲଥକେୟାର ଆଇନ-୨୦୧୭ରେ ମାନସିକ ରୋଗୀଙ୍କୁ ଚେନରେ ବାନ୍ଧି ରଖିବା ଉପରେ କଟକଣା ଲଗାଯାଇଛି । ଅନ୍ୟମାନଙ୍କ ଜୀବନ ପ୍ରତି ବିପଦ ନ ଥିଲେ ମାନସିକ ରୋଗୀଙ୍କୁ ଏକୁଟିଆ ବନ୍ଦ କରି ରଖିବାକୁ ବାରଣ କରାଯାଇଛି। ନୂଆ ଆଇନ୍ ଅନୁସାରେ ମାନସିକ ରୋଗରେ ପୀଡିତ ଶିଶୁଙ୍କୁ ଇଲେକ୍ଟ୍ରିକ୍ ସକ୍ ଥେରାପି ଦିଆଯାଇପାରିବ ନାହିଁ । ବୟସ୍କ ରୋଗୀଙ୍କୁ ସକ୍ ଥେରାପି ଦେବା ଉପରେ ମଧ୍ୟ ଆଇନରେ କଟକଣା ରହିଛି। ନିଶ୍ଚେତକ ଓ ମାଂସପେଶୀକୁ ଆରାମ ଦେଉଥିବା ମେଡିସିନ୍ ଦିଆଯିବା ପରେ ହିଁ  ଇଲ୍ରେିକ୍ ସକ୍ ଦିଆଯାଇପାରିବ। ଅନ୍ୟପକ୍ଷରେ ଭବିଷ୍ୟତରେ ମାନସିକ ରୋଗରେ ପୀଡିତ ହେବେ ବୋଲି ଯଦି କୌଣସି ବ୍ୟକ୍ତି ଆଶଙ୍କା କରୁଥାନ୍ତି ତାହେଲେ ସେଇ ସମୟରେ ତାଙ୍କୁ କେଉଁ ଧରଣର ଚିକିତ୍ସା ଦିଆଯିବ ତାହା ସେ ଆଗୁଆ ନିର୍ଦ୍ଧାରଣ କରିପାରିବେ।

ଏଣେ ଆତ୍ମହତ୍ୟା ଉଦ୍ୟମକୁ ଅପରାଧ ତାଲିକାରୁ ବାଦ୍ ଦେଇଛନ୍ତି କେନ୍ଦ୍ର ସରକାର । ଫଳରେ ଆତ୍ମହତ୍ୟା ଉଦ୍ୟମ କରୁଥିବା ବ୍ୟକ୍ତି ବିରୋଧରେ ଆଇପିସି ଧାରା ଲାଗୁ ହେବ ନାହିଁ । ଆତ୍ମହତ୍ୟା ଉଦ୍ୟମ ମାନସିକ ଚାପଜନିତ ବୋଲି ବିବେଚନା କରାଯିବ। ଏଭଳି ବ୍ୟକ୍ତିଙ୍କୁ ସରକାର ଆବଶ୍ୟକ ଯତ୍ନ, ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ସହ ତାଙ୍କର ଥଇଥାନ ବ୍ୟବସ୍ଥା କରିବେ।

Related story