ନୂଆଦିଲ୍ଲୀ: ସାରା ଦେଶ ଏବେ ଅସହ୍ୟ ତାତିରେ ସିଝୁଛି। ରାଜଧାନୀ ଦିଲ୍ଲୀ ସମେତ ବିଭିନ୍ନ ରାଜ୍ୟରେ ପାରଦ ୪୮ ଡିଗ୍ରୀ ଅତିକ୍ରମ କରିଛି। ଓଡି଼ଶାରେ ପାରା ସକାଳୁ ସକାଳୁ ୩୭ ଡିଗ୍ରୀ ଅତିକ୍ରମ କରିଛି। ଗତକାଲି ମହାରାଷ୍ଟ୍ରର ଚନ୍ଦ୍ରପୁରରେ ତାପମାତ୍ରା ୪୮ ଡିଗ୍ରୀ ଛୁଇଁଥିଲା ବୋଲି ପାଣିପାଗ ବିଭାଗ ରେକର୍ଡ କରିଛି। ଯାହାକି ଦେଶର ସର୍ବାଧିକ ତାପମାତ୍ରା।
ଗତକାଲି ଦିଲ୍ଲୀରେ ତାପମାତ୍ରା ସର୍ବାଧିକ ୪୩.୧ ଡିଗ୍ରୀ ସେଲସିୟସ ରହିଥିବା ବେଳେ ସର୍ବନିମ୍ନ ତାପମାତ୍ରା ୨୩.୬ ଡିଗ୍ରୀ ଥିଲା।
ରାଜସ୍ଥାନର ଚୁରୁରେ ପାରଦ ୪୭.୩ ଡିଗ୍ରୀ ସେଲସିୟସ ଛୁଇଁଥିବା ବେଳେ ବିକନେର ଏବଂ ଗଙ୍ଗନଗରେ ତାପମାତ୍ରା ୪୬.୮ ଡିଗ୍ରୀ ରେକର୍ଡ କରାଯାଇଛି।
ସେହିପରି ତେଲେଙ୍ଗାନାର ଅଦିଲାବଦ ଜିଲ୍ଲାରେ ସର୍ବାଧିକ ୪୬.୩ ଡିଗ୍ରୀ ରେକର୍ଡ କରାଯାଇଛି। ହିମାଚଳ ପ୍ରଦେଶରେ ମଧ୍ୟ ତାପମାତ୍ରା ୪୧.୮ ଡିଗ୍ରୀ ରେକର୍ଡ କରାଯାଇଛି। ଚଳିତ ସପ୍ତାହ ଯାଏ ଏଭଳି ତାତି ରହିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ।