ମୁମ୍ବାଇକୁ ଠପ୍‌ କରିଦେଲା ପ୍ରାକ୍‌ ମୌସୁମୀ ବର୍ଷା, ଦେଖନ୍ତୁ କିଛି ରୋମାଞ୍ଚକର ଦୃଶ୍ୟ

ମୁମ୍ବାଇ: ପ୍ରାକ୍‌ ମୌସୁମୀ ବର୍ଷାରେ ବେହାଲ ମୁମ୍ବାଇ। ଘଡ଼ଘଡ଼ି ସହ ମୁଷଳଧାରାରେ ବର୍ଷିଛି। ଥାଣେ ଓ ନଭୀ ମୁମ୍ବାଇ ସମ୍ପୂର୍ଣ୍ଣଭାବେ ଜଳମଗ୍ନ ହୋଇଛି। ଆଜି ସନ୍ଧ୍ୟା ୭ଟା ବେଳେ ଥାଣେ ଅଞ୍ଚଳରେ ବଜ୍ରପାତ ସହ  ପ୍ରବଳମାତ୍ରାରେ ବର୍ଷା ହୋଇଛି। ସହରର ମୈରା ରୋଡ଼, ବୋରିଭାଲି, ମୁଲୁଣ୍ଡ, ଦାଦର, ୱାଡଲା, ପାରେଲ ଏବଂ କୋଲାବ ଅଞ୍ଚଳ ଜଳମଗ୍ନ ହୋଇଛି। ଆସନ୍ତା ୬ ତାରିଖରୁ ବର୍ଷାର ପରିମାଣ ବଢିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ଜୁନ୍‌ ୯-୧୦ରେ ଉତ୍ତର […]

h-2222

Rakesh Mallick
  • Published: Monday, 04 June 2018
  • , Updated: 04 June 2018, 10:32 PM IST

ମୁମ୍ବାଇ: ପ୍ରାକ୍‌ ମୌସୁମୀ ବର୍ଷାରେ ବେହାଲ ମୁମ୍ବାଇ। ଘଡ଼ଘଡ଼ି ସହ ମୁଷଳଧାରାରେ ବର୍ଷିଛି। ଥାଣେ ଓ ନଭୀ ମୁମ୍ବାଇ ସମ୍ପୂର୍ଣ୍ଣଭାବେ ଜଳମଗ୍ନ ହୋଇଛି। ଆଜି ସନ୍ଧ୍ୟା ୭ଟା ବେଳେ ଥାଣେ ଅଞ୍ଚଳରେ ବଜ୍ରପାତ ସହ  ପ୍ରବଳମାତ୍ରାରେ ବର୍ଷା ହୋଇଛି। ସହରର ମୈରା ରୋଡ଼, ବୋରିଭାଲି, ମୁଲୁଣ୍ଡ, ଦାଦର, ୱାଡଲା, ପାରେଲ ଏବଂ କୋଲାବ ଅଞ୍ଚଳ ଜଳମଗ୍ନ ହୋଇଛି। ଆସନ୍ତା ୬ ତାରିଖରୁ ବର୍ଷାର ପରିମାଣ ବଢିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି।

ଜୁନ୍‌ ୯-୧୦ରେ ଉତ୍ତର କୋକେନ୍‌ ଅଞ୍ଚଳରେ ପ୍ରଚଣ୍ଡ ବର୍ଷା ହେବ ବୋଲି ମୁମ୍ବାଇ ପାରିପାଗ ବିଭାଗର ଅଜୟ କୁମାର କହିଛନ୍ତି।  ସୋମବାର ୨୬.୫ ଏମ ଏମ ବର୍ଷା ହୋଇଥିବା ରେକର୍ଡ଼ କରାଯାଇଛି। ରାସ୍ତାଘାଟରେ ଲହଡ଼ି ଭାଙ୍ଗୁଛି ବର୍ଷା ଜଳ। ଲଗାଣ ବର୍ଷା ଯୋଗୁ ଟ୍ରାଫିକ୍ ଜାମ ।

ଜନଜୀବନ ଠପ୍‌ ହୋଇପଡ଼ିଛି । ଲଗାତାର ବର୍ଷା ହେବା କାରଣରୁ ମୁମ୍ୱାଇର ଅନେକ ଅଞ୍ଚଳରେ ପାଣି ଜମିଯିବା ସହ ଜନଜୀବନ ଠପ୍ ହୋଇଯାଇଛି। ପାଣି ଜମିଥିବା ଯୋଗୁ ଯାତାୟତରେ ସମସ୍ୟା ଦେଖାଦେଇଛି । ସ୍ଥିତି ଏପରି ହୋଇଛି ଯେ, ଘରୁ ବାହାରିବା ସମ୍ଭବ ହେଉନାହିଁ । ମୁମ୍ୱାଇର ବିଭିନ୍ନ ସହର ବର୍ଷା ଯୋଗୁ ବିଶେଷ ପ୍ରଭାବିତ ହୋଇଛି । ସହରର ଅଧିକାଂଶ ଅଞ୍ଚଳରେ ଟ୍ରାଫିକ ଜାମ୍ ଯୋଗୁ ସମସ୍ୟା ଦେଖାଦେଇଛି। ବର୍ଷାପାଣିରେ କାର ଓ ଅନ୍ୟ ଯାନ ଫସି ରହିଥିବା ଦେଖିବାକୁ ମିଳିଥିଲା।

Related story