ବର୍ଷା ଯୋଗୁଁ ମୁମ୍ବାଇର ଜନଜୀବନ ଅସ୍ତବ୍ୟସ୍ତ: ଅନେକ ଅଂଚଳ ଜଳବନ୍ଦୀ, ଲୋକାଲ୍ ଟ୍ରେନ ପ୍ରଭାବିତ

ମୁମ୍ବାଇ(ଓଡ଼ିଶା ରିପୋର୍ଟର): ଲଗାଣ ବର୍ଷା ଯୋଗୁଁ  ବେହାଲ ମୁମ୍ବାଇ। ଦେଶର ବାଣିଜ୍ୟ ରାଜଧାନୀର ବହୁ ଅଞ୍ଚଳରେ ଜମିବାରେ ଲାଗିଛି ପାଣି। ଏପରିକି ସହରର ବିଭିନ୍ନ ଅଞ୍ଚଳରେ କୁତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବର୍ଷା ଯୋଗୁ ଅଧିକ ପ୍ରଭାବିତ ହୋଇଛି ଲୋକାଲ୍ ଟ୍ରେନ୍। ମୁମ୍ବାଇର ଲାଇଫ୍ ଲାଇନ୍ ବିଳମ୍ବରେ ଯାତାୟତ କରୁଛି। ଫଳରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଗତକାଲିଠୁ ମୁମ୍ବାଇରେ ବର୍ଷା ଜାରି ରହିଛି। ମୁଖତଃ ସହରର ତଳିଆ ଅଞ୍ଚଳ ଏକରକମ ଜଳବନ୍ଦୀ […]

dc-Cover-14bk6mtahjc7dc1hltnpjpo9t7-20170830095036.Medi

Rakesh Mallick
  • Published: Saturday, 09 June 2018
  • , Updated: 09 June 2018, 09:54 PM IST

ମୁମ୍ବାଇ(ଓଡ଼ିଶା ରିପୋର୍ଟର): ଲଗାଣ ବର୍ଷା ଯୋଗୁଁ  ବେହାଲ ମୁମ୍ବାଇ। ଦେଶର ବାଣିଜ୍ୟ ରାଜଧାନୀର ବହୁ ଅଞ୍ଚଳରେ ଜମିବାରେ ଲାଗିଛି ପାଣି। ଏପରିକି ସହରର ବିଭିନ୍ନ ଅଞ୍ଚଳରେ କୁତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବର୍ଷା ଯୋଗୁ ଅଧିକ ପ୍ରଭାବିତ ହୋଇଛି ଲୋକାଲ୍ ଟ୍ରେନ୍। ମୁମ୍ବାଇର ଲାଇଫ୍ ଲାଇନ୍ ବିଳମ୍ବରେ ଯାତାୟତ କରୁଛି। ଫଳରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି।

ଗତକାଲିଠୁ ମୁମ୍ବାଇରେ ବର୍ଷା ଜାରି ରହିଛି। ମୁଖତଃ ସହରର ତଳିଆ ଅଞ୍ଚଳ ଏକରକମ ଜଳବନ୍ଦୀ ହୋଇଯାଇଛି। ଦୋକାନ ବଜାର ଏବଂ ବ୍ୟବସାୟିକ ପ୍ରତିଷ୍ଠାନ ବ୍ୟାପକ ମାତ୍ରାରେ ପ୍ରଭାବିତ ହୋଇଛି। ଆସନ୍ତା ଦୁଇ ଦିନ ଯାଏ ସମାନ ପରିସ୍ଥିତି ଲାଗି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଏହାଛଡ଼ା ମତ୍ସଜୀବୀଙ୍କ ପାଇଁ ସତର୍କ ସୂଚନା ଜାରି କରାଯାଇଛି। ସେପଟେ ପରିସ୍ଥିତିକୁ ନଜରରେ ରଖି ନୌସେନାଙ୍କୁ ଆର୍ଲଟ କରାଯାଇଛି। ବିଏମ୍‌ସି କର୍ମଚାରୀଙ୍କ ଶନିବାର ଏବଂ ରବିବାର ଛୁଟି ବାତିଲ ହୋଇଛି।

Related story