ଆନ୍ଧ୍ରପ୍ରଦେଶ: ପ୍ରବଳ ବର୍ଷା ଓ ବଜ୍ରପାତରେ ୧୯ ମୃତ

ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶର ୫ଟି ଜିଲ୍ଲାରେ ପ୍ରବଳ ବର୍ଷା ଓ ବଜ୍ରପାତ ଘଟି ୧୯ ଜଣଙ୍କର ମୃତ୍ୟୁ ଘଟିଛି। ସୋମବାର ଓ ରବିବାର ରାତିରେ ହୋଇଥିବା ପ୍ରବଳ ବର୍ଷା ଯୋଗୁଁ ରାଜ୍ୟର କ୍ରୀଷ୍ଣା, ଗୁଣ୍ଟୁର, ପୂର୍ବ ଗୋଦାବରୀ, ପ୍ରକାଶମ ଓ ନିଲ୍ଲୋର ଜିଲ୍ଲାରେ ଜନଜୀବନ ପ୍ରଭାବିତ ହୋଇଛି। ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ. ଚନ୍ଦ୍ରବାବୁ ନାୟୁଡୁ ବଜ୍ରପାତରେ ମୃତାହତଙ୍କ ପାଇଁ ୪ଲକ୍ଷ ଲେଖାଏଁ ସହାୟତା ରାଶି ପ୍ରଦାନ କରିବାକୁ ୫ ଜିଲ୍ଲାର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବର୍ଷା ଯୋଗୁଁ ନିଲ୍ଲୋର […]

rain

Rakesh Mallick
  • Published: Monday, 07 September 2015
  • , Updated: 07 September 2015, 08:15 AM IST

ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶର ୫ଟି ଜିଲ୍ଲାରେ ପ୍ରବଳ ବର୍ଷା ଓ ବଜ୍ରପାତ ଘଟି ୧୯ ଜଣଙ୍କର ମୃତ୍ୟୁ ଘଟିଛି। ସୋମବାର ଓ ରବିବାର ରାତିରେ ହୋଇଥିବା ପ୍ରବଳ ବର୍ଷା ଯୋଗୁଁ ରାଜ୍ୟର କ୍ରୀଷ୍ଣା, ଗୁଣ୍ଟୁର, ପୂର୍ବ ଗୋଦାବରୀ, ପ୍ରକାଶମ ଓ ନିଲ୍ଲୋର ଜିଲ୍ଲାରେ ଜନଜୀବନ ପ୍ରଭାବିତ ହୋଇଛି।

ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ. ଚନ୍ଦ୍ରବାବୁ ନାୟୁଡୁ ବଜ୍ରପାତରେ ମୃତାହତଙ୍କ ପାଇଁ ୪ଲକ୍ଷ ଲେଖାଏଁ ସହାୟତା ରାଶି ପ୍ରଦାନ କରିବାକୁ ୫ ଜିଲ୍ଲାର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବର୍ଷା ଯୋଗୁଁ ନିଲ୍ଲୋର ଜିଲ୍ଲାରେ ୫ଜଣ, କ୍ରୀଷ୍ଣା ଜିଲ୍ଲାରେ ୪, ଗୁଣ୍ଟୁର ଓ ପୂର୍ବ ଗୋଦାବରୀ ଜିଲ୍ଲାରେ ୨ଜଣ ଲୋକ ପ୍ରାଣହାନୀ ଘଟିଥିବା ଅଭିଯୋଗ ହୋଇଛି। ସେହିପରି ପ୍ରକାଶମ ଜିଲ୍ଲାରେ ୩ ମହିଳାଙ୍କ ସମେତ ୬ଜଣଙ୍କର ବଜ୍ରପାତରେ ମୃତ୍ୟୁ ଘଟିଥିବାବେଳେ ୪ ଜଣ ଗୁରୁତର ହୋଇ ସ୍ଥାନୀୟ ମେଡିକାଲରେ ଚିକିତ୍ସିତ ହେଉଛନ୍ତି।

Related story