ଭାରତକୁ ହେରୋଇନ୍ ଚାଲାଣ ପଛରେ ତାଲିବାନ !

ଅହମ୍ମଦାବାଦ: ଗୁଜରାଟର ମୁନ୍ଦ୍ରା ପୋର୍ଟରୁ ଜବତ ହୋଇଛି ବ୍ୟାପକ ପରିମାଣର ହେରୋଇନ୍‌। ସ୍ଥାନୀୟ ପ୍ରଶାସନ ଓ କେନ୍ଦ୍ରୀୟ ସଂସ୍ଥାର ମିଳିତ ଉଦ୍ୟମରେ ୩୦୦୦ କିଲୋଗ୍ରାମର ଏହି ନିଶା ଦ୍ରବ୍ୟ ଜବତ କରାଯାଇଛି। ଏହି ବେଆଇନ ନିଶାଦ୍ରବ୍ୟର ମୂଲ୍ୟ ଅନ୍ତର୍ଜାତୀୟ ବଜାରରେ ୨୧,୦୦୦ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଉଛି। ଏହି ନିଶାଦ୍ରବ୍ୟ ଆଫଗାନିସ୍ଥାନରୁ ସମୁଦ୍ର ପଥ ଦେଇ ଚାଲାଣ ହେଉଥିବା ବେଳେ ଜବତ କରାଯାଇଛି। ତାଲିବାନ ଶାସନ କ୍ଷମତାକୁ ଆସିବା ପରେ ନିଶା ଦ୍ରବ୍ୟ ଉତ୍ପାଦନ […]

Heroin

Tapas Behera
  • Published: Wednesday, 22 September 2021
  • , Updated: 22 September 2021, 08:38 PM IST

ଅହମ୍ମଦାବାଦ: ଗୁଜରାଟର ମୁନ୍ଦ୍ରା ପୋର୍ଟରୁ ଜବତ ହୋଇଛି ବ୍ୟାପକ ପରିମାଣର ହେରୋଇନ୍‌। ସ୍ଥାନୀୟ ପ୍ରଶାସନ ଓ କେନ୍ଦ୍ରୀୟ ସଂସ୍ଥାର ମିଳିତ ଉଦ୍ୟମରେ ୩୦୦୦ କିଲୋଗ୍ରାମର ଏହି ନିଶା ଦ୍ରବ୍ୟ ଜବତ କରାଯାଇଛି। ଏହି ବେଆଇନ ନିଶାଦ୍ରବ୍ୟର ମୂଲ୍ୟ ଅନ୍ତର୍ଜାତୀୟ ବଜାରରେ ୨୧,୦୦୦ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଉଛି। ଏହି ନିଶାଦ୍ରବ୍ୟ ଆଫଗାନିସ୍ଥାନରୁ ସମୁଦ୍ର ପଥ ଦେଇ ଚାଲାଣ ହେଉଥିବା ବେଳେ ଜବତ କରାଯାଇଛି। ତାଲିବାନ ଶାସନ କ୍ଷମତାକୁ ଆସିବା ପରେ ନିଶା ଦ୍ରବ୍ୟ ଉତ୍ପାଦନ ଉପରେ ରୋକ ଲାଗିବ ବୋଲି ଘୋଷଣା କରିଥିଲା। ଏପରିକି ଆଫଗାନିସ୍ଥାନ ଦେଇ କୌଣସି ପ୍ରକାର ନିଶା କାରବାର ହେବ ନାହିଁ ବୋଲି ଘୋଷଣା କରାଯାଇଥିଲା। ଆଫଗାନିସ୍ତାନକୁ ନିୟନ୍ତ୍ରଣ କରିବା ପରେ ତାଲିବାନ ମୁଖପାତ୍ର ଜାବିହୁଲ୍ଲା ମୁଜାହିଦ୍ ଗତ ଅଗଷ୍ଟ ୧୮ରେ  ଏନେଇ ଘୋଷଣା କରିଥିଲେ।

କାବୁଲର ଗଣମାଧ୍ୟମକୁ କହିଥିଲେ ଯେ, ଦେଶରେ ନିଶା କାରବାର ବନ୍ଦ କରିବାକୁ ତାଙ୍କ ସରକାର ପ୍ରତିଶ୍ରୁତିବଦ୍ଧ। ଆମେ ଆମ ଲୋକ ଏବଂ ଅନ୍ତର୍ଜାତୀୟ ସମ୍ପ୍ରଦାୟକୁ କହିବାକୁ ଚାହୁଁଛୁ ଯେ, ଆମେ କୌଣସି ନିଶା ଦ୍ରବ୍ୟ ଉତ୍ପାଦନକୁ ଅନୁମତି ଦେବୁ ନାହିଁ। ଆଫଗାନିସ୍ତାନରେ ହେରୋଇନ୍‌ ବାଣିଜ୍ୟ କିମ୍ବା ଡ୍ରଗସ୍ ଚୋରା କାରବାର ପାଇଁ  କାହାକୁ ଅନୁମତି ଦିଆଯିବ ନାହିଁ ବୋଲି ଜାବିହୁଲ୍ଲା ମୁଜାହିଦ୍ କହିଥିଲେ। ହେଲେ ଏବେ ଗୁଜରାଟରୁ ବ୍ୟାପକ ପରିମାଣରେ ହେରୋଇନ ଜବତ ହେବା ନେଇ ପ୍ରଶ୍ନ ଉଠିଛି ?

ଯଦି ତାଲିବାନ  ନିଶା କାରବାର ଉପରେ ରୋକ ଲାଗାଇଛି ତେବେ ଭାରତକୁ ଚାଲାଣ ହେଉଛି କିପରି ? କୁହାଯାଉଛି ଏହି ନିଶାକାରବାର ପଛରେ ତାଲିବାନରହିଁ ସମ୍ପୃକ୍ତି ରହିଛି। ଗତ ମାସକ ମଧ୍ୟରେ ତାଲିବାନ୍ ନେତୃତ୍ୱାଧୀନ ଆଫଗାନିସ୍ତାନରେ ଉତ୍ପାଦନ ୩ଟନ୍ ଉଚ୍ଚମାନର ହେରୋଇନ୍ ଗୁଜରାଟରୁ ଜବତ ହେଲାଣି। ମିଳିଥିବା ସୂଚନା ଅନୁଯାୟୀ, ଗତ ସେପ୍ଟେମ୍ବର ୧୭ରେ ବିପୁଳ ପରିମାଣର ଡ୍ରଗସ ଜବତ କରାଯାଇଥିଲା। ଏହି ଘଟଣାରେ ୪ଜଣ ଆଫଗାନିସ୍ତାନ ନାଗରିକଙ୍କ ସମେତ ୭ ଜଣଙ୍କୁ ଗିରଫ କରାଯାଇଛି । ଜବତ ହେରୋଇନ କାନ୍ଦାହାର ସ୍ଥିତ ହାସନ ହୁସେନ୍ ଲିମିଟେଡ୍ ଦ୍ୱାରା ରପ୍ତାନି କରାଯାଇଥିବା ଜଣାପଡ଼ିଛି।  ସେହିପରି ବିଜୟୱାଡାର Aashi Trading Company ଏହାକୁ ଆମଦାନୀ କରିଥିବା ଜଣାପଡ଼ିଛି।

Related story