ପ୍ରଧାନମନ୍ତ୍ରୀଙ୍କ ପ୍ରତି ଅଜ୍ଞାତ ବିପଦ: ସବୁ ରାଜ୍ୟର ଡିଜିପିଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବଢ଼ିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷା। ବର୍ତ୍ତମାନ ସୁଦ୍ଧା ସବୁଠୁ ଅଧିକ ସୁରକ୍ଷାକର୍ମୀ ପ୍ରଧାନମନ୍ତ୍ରୀଙ୍କ ପାଇଁ ମୁତୟନ ହୋଇଛନ୍ତି। ଏନେଇ ଆଲର୍ଟ ଜାରି କରିଛି କେନ୍ଦ୍ର ଗୃହ ମନ୍ତ୍ରଣାଳୟ। ପ୍ରଧାନମନ୍ତ୍ରୀ ମୋଦିଙ୍କ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ସମସ୍ତ ରାଜ୍ୟକୁ ଆଲର୍ଟ ଜାରି ହୋଇଛି। ସମସ୍ତ ରାଜ୍ୟର ପୋଲିସ ଡିଜିଙ୍କୁ ଏନେଇ ଚିଠି ମଧ୍ୟ କରାଯାଇଛି। ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାକୁ କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶ ରହିଛି। ଏଣିକି ସୁରକ୍ଷା ଦାୟିତ୍ୱରେ ଥିବା ଅଧିକାରୀଙ୍କ […]

pm security

Rakesh Mallick
  • Published: Tuesday, 26 June 2018
  • , Updated: 26 June 2018, 06:05 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବଢ଼ିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷା। ବର୍ତ୍ତମାନ ସୁଦ୍ଧା ସବୁଠୁ ଅଧିକ ସୁରକ୍ଷାକର୍ମୀ ପ୍ରଧାନମନ୍ତ୍ରୀଙ୍କ ପାଇଁ ମୁତୟନ ହୋଇଛନ୍ତି। ଏନେଇ ଆଲର୍ଟ ଜାରି କରିଛି କେନ୍ଦ୍ର ଗୃହ ମନ୍ତ୍ରଣାଳୟ। ପ୍ରଧାନମନ୍ତ୍ରୀ ମୋଦିଙ୍କ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ସମସ୍ତ ରାଜ୍ୟକୁ ଆଲର୍ଟ ଜାରି ହୋଇଛି। ସମସ୍ତ ରାଜ୍ୟର ପୋଲିସ ଡିଜିଙ୍କୁ ଏନେଇ ଚିଠି ମଧ୍ୟ କରାଯାଇଛି। ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାକୁ କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶ ରହିଛି। ଏଣିକି ସୁରକ୍ଷା ଦାୟିତ୍ୱରେ ଥିବା ଅଧିକାରୀଙ୍କ ବିନା ଅନୁମତିରେ କୌଣସି ମନ୍ତ୍ରୀ ଏବଂ ଅଧିକାରୀ ମୋଦିଙ୍କ ନିକଟକୁ ଯାଇ ପାରିବେ ନାହିଁ। ଏପରିକି ଆବଶ୍ୟକ ପଡ଼ିଲେ ମନ୍ତ୍ରୀ ଏବଂ ଅଧିକାରୀଙ୍କୁ ଯାଞ୍ଚ କରାଯିବ।

ମୋଦିଙ୍କ ରୋଡ ଶୋକୁ ମଧ୍ୟ କିଛି ଦିନ ଯାଏ ବାତିଲ କରାଯାଇଛି। ଏହାସହ ମୋଦିଙ୍କୁ ସାଧାରଣ ଲୋକଙ୍କ ନିକଟକୁ ଯିବାକୁ ବାରଣ କରାଯାଇଛି। ଆସନ୍ତା ସାଧାରଣ ନିର୍ବାଚନରେ ବିଜେପିର ପ୍ରଚାର ମଙ୍ଗ ଧରିବେ ପ୍ରଧାନମନ୍ତ୍ରୀ ମୋଦି। ମୁଖତଃ ଓଡ଼ିଶା, ଛତିଶଗଡ଼, ମଧ୍ୟପ୍ରଦେଶ ଏବଂ ପଶ୍ଚିମବଙ୍ଗ ନିର୍ବାଚନରେ ପ୍ରଚାର କରିବେ ମୋଦି। ତେଣୁ ଏସମସ୍ତ ରାଜ୍ୟ ଉପରେ କଡ଼ା ନଜର ରଖିଛି ଏସ୍ପିଜି।

ଗତମାସ ପ୍ରଧାନମନ୍ତ୍ରୀଙ୍କୁ  ହତ୍ୟା ପାଇଁ ଷଡ଼ଯନ୍ତ୍ର ରଚିଥିଲେ ମାଓବାଦୀ। ଏନେଇ ଲାଲବାହିନୀର କିଛି ଚିଠିକୁ ଜବତ କରିଥିଲା ପୁଣେ ପୋଲିସ। ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କୁ ହତ୍ୟା କରାଯିବା ଭଳି ଷଡ଼ଯନ୍ତ୍ର କରିଥିଲେ ମାଓବାଦୀ।

Related story