ଜାମିନ୍‌ ପାଇଁ ହସ୍ପିଟାଲକୁ ମାସ୍କ ଓ ସାନିଟାଇଜର ଦେଲେ ଦୁଇ ଅଭିଯୁକ୍ତ

ଇନ୍ଦୋର: କରୋନା ମହାମାରୀ ଭିତରେ ମଧ୍ୟପ୍ରଦେଶ ହାଇକୋର୍ଟ ଦୁଇ ଜଣ ଅଭିଯୁକ୍ତଙ୍କୁ ଜାମିନ୍‌ ଦେବା ପାଇଁ ଅଭିନବ ସର୍ତ୍ତ ଜାରି କରିଛନ୍ତି। ବେଆଇନ ମଦ ଚାଲାଣ କରି ଗିରଫ ହୋଇଥିବା ଦୁଇ ଅଭିଯୁକ୍ତଙ୍କ ଜାମିନର ସର୍ତ୍ତ ଭାବେ କୋର୍ଟ ସେମାନଙ୍କୁ ମାସ୍କ ଓ ସାନିଟାଇଜର ବାଣ୍ଟିବାକୁ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଦୁଇ ଅଭିଯୁକ୍ତ ଏକ ସରକାରୀ ହସ୍ପିଟାଲକୁ ମାସ୍କ ଓ ସାନିଟାଇଜର ମଧ୍ୟ ଦେଇଛନ୍ତି। ଅଭିଯୁକ୍ତ ଦ୍ୱୟଙ୍କ ଓକିଲ ଓପି ସୋଲାଙ୍କି କହିଛନ୍ତି, ସରୋଜ ରାଜପୁତ […]

da

da

Hemant Lenka
  • Published: Saturday, 04 July 2020
  • Updated: 04 July 2020, 08:13 PM IST

Sports

Latest News

ଇନ୍ଦୋର: କରୋନା ମହାମାରୀ ଭିତରେ ମଧ୍ୟପ୍ରଦେଶ ହାଇକୋର୍ଟ ଦୁଇ ଜଣ ଅଭିଯୁକ୍ତଙ୍କୁ ଜାମିନ୍‌ ଦେବା ପାଇଁ ଅଭିନବ ସର୍ତ୍ତ ଜାରି କରିଛନ୍ତି। ବେଆଇନ ମଦ ଚାଲାଣ କରି ଗିରଫ ହୋଇଥିବା ଦୁଇ ଅଭିଯୁକ୍ତଙ୍କ ଜାମିନର ସର୍ତ୍ତ ଭାବେ କୋର୍ଟ ସେମାନଙ୍କୁ ମାସ୍କ ଓ ସାନିଟାଇଜର ବାଣ୍ଟିବାକୁ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଦୁଇ ଅଭିଯୁକ୍ତ ଏକ ସରକାରୀ ହସ୍ପିଟାଲକୁ ମାସ୍କ ଓ ସାନିଟାଇଜର ମଧ୍ୟ ଦେଇଛନ୍ତି।

ଅଭିଯୁକ୍ତ ଦ୍ୱୟଙ୍କ ଓକିଲ ଓପି ସୋଲାଙ୍କି କହିଛନ୍ତି, ସରୋଜ ରାଜପୁତ ଓ ରବି ମେ ୨୧ ତାରିଖରେ ଧର ଜିଲ୍ଲାରେ ବେଆଇନ ମଦ ଚୋରା ଚାଲାଣ କରିବା ବେଳେ ପୁଲିସ୍‌ ଦ୍ୱାରା ଗିରଫ ହୋଇଥିଲେ। ଅଭିଯୁକ୍ତଙ୍କ ଠାରୁ ପୁଲିସ୍‌ ୫୪ ଲିଟର ମଦ ବି ଜବତ କରିଥିବା ଦର୍ଶାଇଥିଲା।

ସେବେଠାରୁ ଉଭୟ ଜେଲରେ ରହିଥିଲେ। ଜାମିନ ପାଇଁ ଦୁଇ ଅଭିଯୁକ୍ତ ହାଇକୋର୍ଟରେ ଆବେଦନ କରିଥିଲେ। ଏହି ସମୟରେ କୋର୍ଟ ଉଭୟଙ୍କୁ ଜାମିନ ଦେବା ପାଇଁ ୧ ଲକ୍ଷ ଟଙ୍କା ବଣ୍ଡ ଦାଖଲ କରିବାକୁ ସର୍ତ୍ତ ରଖିଥିଲେ। ଏହାବାଦ ଦୁଇ ଅଭିଯୁକ୍ତଙ୍କୁ ଭଲ କମ୍ପାନୀର ୨୦୦ଟି ଲେଖାଏ ମାସ୍କ ଓ ୫ ଲିଟର ସାନିଟାଇଜର ଏକ ସରକାରୀ ହସ୍ପିଟାଲକୁ ଦେବାକୁ କହିଥିଲେ। କୋର୍ଟଙ୍କ ସର୍ତ୍ତ ମୁତାବକ ଉଭୟ ଧର ଜିଲ୍ଲାରେ ଥିବା ଏକ ସରକାରୀ ହସ୍ପିଟାଲକୁ ମାସ୍କ ଓ ସାନିଟାଇଜର ଦେଇ ଜୁନ୍‌ ୩୦ରେ ଜେଲରୁ ମୁକୁଳିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos