ମମତା ଦିଦିଙ୍କୁ ଶକ୍ତ ଧକ୍କା: ମହରମ ବେଳେ ଦୁର୍ଗା ମୂର୍ତ୍ତି ଭସାଣ ପାଇଁ କୋଲକତା ହାଇକୋର୍ଟଙ୍କ ଅନୁମତି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଶକ୍ତ ଧକ୍କା। ଏକାସଙ୍ଗେ ଅନୁଷ୍ଠିତ ହେବ ଦୁର୍ଗା ମୂର୍ତ୍ତି ବିସର୍ଜନ ଓ ମହରମ। ଉଭୟ ପର୍ବ ଭିନ୍ନ ଭିନ୍ନ ତାରିଖରେ କରିବା ପାଇଁ ମମତା ବାନାର୍ଜୀ ଦେଇଥିବା ନିର୍ଦ୍ଦେଶକୁ ରଦ୍ଦ କରି ଦେଇଛନ୍ତି କଲିକତା ହାଇକୋର୍ଟ। ଆଜି ବି ପଶ୍ଚିମବଙ୍ଗ ସରକାରଙ୍କୁ ଭତ୍ସର୍ନା କରିଥିଲେ କଲିକତା ହାଇକୋର୍ଟ। କୋର୍ଟ କହିଛନ୍ତି, କୌଣସି ସରକାର ଏଭଳି ମନଇଚ୍ଛା ଆଦେଶ ଦେଇପାରିବେ ନାହିଁ, ହାତରେ କ୍ଷମତା ଅଛି ବୋଲି ବିନା […]

Rakesh Mallick
  • Published: Thursday, 21 September 2017
  • , Updated: 21 September 2017, 07:18 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଶକ୍ତ ଧକ୍କା। ଏକାସଙ୍ଗେ ଅନୁଷ୍ଠିତ ହେବ ଦୁର୍ଗା ମୂର୍ତ୍ତି ବିସର୍ଜନ ଓ ମହରମ। ଉଭୟ ପର୍ବ ଭିନ୍ନ ଭିନ୍ନ ତାରିଖରେ କରିବା ପାଇଁ ମମତା ବାନାର୍ଜୀ ଦେଇଥିବା ନିର୍ଦ୍ଦେଶକୁ ରଦ୍ଦ କରି ଦେଇଛନ୍ତି କଲିକତା ହାଇକୋର୍ଟ। ଆଜି ବି ପଶ୍ଚିମବଙ୍ଗ ସରକାରଙ୍କୁ ଭତ୍ସର୍ନା କରିଥିଲେ କଲିକତା ହାଇକୋର୍ଟ। କୋର୍ଟ କହିଛନ୍ତି, କୌଣସି ସରକାର ଏଭଳି ମନଇଚ୍ଛା ଆଦେଶ ଦେଇପାରିବେ ନାହିଁ, ହାତରେ କ୍ଷମତା ଅଛି ବୋଲି ବିନା କୌଣସି କାରଣ ନ ଥାଇ ଏଭଳି ଶକ୍ତି ପ୍ରୟୋଗ କରିବା ଆଦୌ ଠିକ୍ ନୁହେଁ। ମୁଖ୍ୟ ବିଚାରପତି ରାକେଶ ତିଓ୍ୱାରି ମାମଲାର ଶୁଣାଣି କରି କହିଛନ୍ତି, ଏଭଳି ନିଷ୍ପତ୍ତି ପାଇଁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆବଶ୍ୟକ କାରଣ ଦର୍ଶାଇବା ଉଚିତ୍। ଲୋକଙ୍କ ଆସ୍ଥା ଉପରେ ହସ୍ତକ୍ଷେପ କରିବା ଅଧିକାର କାହାର ନାହିଁ। ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ରୁଟ୍ ଅଛି ତେଣୁ ସବୁ ସ୍ଥାନରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ପୋଲିସ ଆଶ୍ୱସନା ଦେବା ଉଚିତ୍। ଚଳିତ ବର୍ଷ ଦୁର୍ଗା ମୂର୍ତ୍ତି ଭସାଣ ଓ ମହରମ ପର୍ବ ଏକାଦିନ ପଡୁଥିବାରୁ ପଶ୍ଚିମବଙ୍ଗ ସରକାର ଦୁର୍ଗା ମା’ଙ୍କ ଭସାଣକୁ ଅଲଗା ଦିନରେ କରିବାକୁ ନିଷ୍ପତ୍ତି ନେଇଥିଲେ। କିନ୍ତୁ ଏହାକୁ ଚ୍ୟାଲେଞ୍ଜ କରି କିଛି ସଂଗଠନ ହାଇକୋର୍ଟ ଦ୍ୱାରସ୍ଥ ହୋଇଥିଲେ।

Related story