ଲଣ୍ଡନ୍: ଲଣ୍ଡନରେ କାର୍ଯ୍ୟରତ ଜଣେ ହାଇପ୍ରୋଫାଇଲ ବ୍ୟାଙ୍କର ବର୍ତ୍ତମାନ ଚାକିରିରୁ ତଡ଼ା ଖାଇଛନ୍ତି। ପରଶ ଶାହ ନାମକ ଏହି କୋଟିପତି ବ୍ୟାଙ୍କର ଅଫିସ୍ କ୍ୟାଣ୍ଟିନ୍ରୁ ଖାଦ୍ୟ ଚୋରି କରି ଏଭଳି ଫଶିଛନ୍ତି।
ତେବେ ତାଙ୍କ ଦରମାର ପରିମାଣ ଯଦି ଦେଖିବା ଏମିତି ଅଭାବରେ ନଥିଲେ ଯେ, ଚୋରି କରିବାକୁ ବାଧ୍ୟ ହେଉଥିବେ। ସେ ବ୍ରିଟିଶ ପାଉଣ୍ଡରେ ୭ଅଙ୍କର ଦରମା ପାଉଥିଲେ। ସେ ଲଣ୍ଡନର କାନାରୀ ହ୍ୱାର୍ଫଠାରେ ସିଟିବ୍ୟାଙ୍କର ୟୁରୋପ୍ ମୁଖ୍ୟାଳୟରେ କାର୍ଯ୍ୟ କରୁଥିଲେ। ସେ ବର୍ଷକୁ ୯.୨ କୋଟି ଟଙ୍କା ନେଉଥିଲେ।
ଫାଇନାନ୍ସିଆଲ ଟାଇମ୍ସର ରିପୋର୍ଟ ଅନୁଯାୟୀ ଗତ ମାସରେ ଏଥିପାଇଁ ଚାକିରି ହରାଇଛନ୍ତି। ତାଙ୍କ ସହଯୋଗୀଙ୍କ କହିବା ଅନୁଯାୟୀ ସେ ସମସ୍ତଙ୍କ ପସନ୍ଦର ଏବଂ ସଫଳ ବ୍ୟବସାୟୀ ଥିଲେ। ସେ ଏସ୍ଏସ୍ବିସିରେ ୭ ବର୍ଷ ଚାକିରି କରିବା ପରେ ୨୦୧୭ରେ ସିଟି ବ୍ୟାଙ୍କ ଆସିଥିଲେ।
ତେବେ ସେ କ୍ୟାଣ୍ଟିନ୍ରୁ କେତେ ଥର ଚୋରି କରିଛନ୍ତି ତାହା ସ୍ପଷ୍ଟ ହୋଇନି। ଗଣମାଧ୍ୟମ ତାଙ୍କୁ ପ୍ରଶ୍ନ କରିବାରୁ ସେ କହିଥିଲେ ସିଟି ଗ୍ରୁପ୍ ସେସବୁର ଉତ୍ତର ଦେବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ଜହ୍ଲାଦ ପାଲଟିଲା ସ୍ୱାମୀ, ତୃତୀୟ ଝିଅ ଜନ୍ମ ହେବାରୁ ସ୍ତ୍ରୀକୁ ଜୀଅନ୍ତା ଜାଳିଦେଲା
ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ଅଭିଯୁକ୍ତ ସ୍ୱାମୀକୁ ଗିରଫ କରିଛି।
National
ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ବିଶ୍ୱ ଚେସ୍ ଚାମ୍ପିଅନ୍ ଡି. ଗୁକେଶ
ମୋଦିଙ୍କୁ ନିଜ ବିଶ୍ୱ ଚେସ୍ ଚାମ୍ପିଅନସିପ୍ ମେଡାଲ୍ ଦେଖାଇବା ସହିତ, ସେ ଜିତିଥିବା ମ୍ୟାଚର ଅରିଜିନାଲ୍ ଚେସବୋର୍ଡ ପ୍ରଧାନମନ୍ତ୍ରୀଙ୍କୁ ଉପହାର ଦେଇଛନ୍ତି ଗୁକେଶ।
Crime
କବାଟ ଲକରେ କେମିତି ଝୁଲିଲେ ମହିଳା? ହତ୍ୟା ଅଭିଯୋଗ ଆଣିଲେ ସ୍ୱାମୀ
ମହିଳାଙ୍କ ମୃତଦେହ ତାଙ୍କ ଘର କବାଟର ଲକରେ ଝୁଲୁଥିବା ଅବସ୍ଥାରେ ଉଦ୍ଧାର କରିଛି ପୁଲିସ। ମହିଳାଙ୍କୁ ଜଣେ ପୁଲିସ କନଷ୍ଟେବଲ ହତ୍ୟା କରିଥିବା ତାଙ୍କ ସ୍ୱାମୀ ଅଭିଯୋଗ ଆଣିଛନ୍ତି।
Accident
ଅଭିନେତ୍ରୀଙ୍କ କାର ଧକ୍କାରେ ଶ୍ରମିକ ମୃତ, ଏକାଧିକ ଗୁରୁତର
ଲୋକପ୍ରିୟ ମରାଠି ଅଭିନେତ୍ରୀ ଉର୍ମିଳା କୋଠାରେ ଏକ ଶୁଟିଂ ସାରି ଘରକୁ ଫେରୁଥିବାବେଳେ ଏହି ଦୁର୍ଘଟଣା ଘଟିଥିଲା।
National
ଦିଲ୍ଲୀରେ ୧୦୧ ବର୍ଷର ରେକର୍ଡ ଭାଙ୍ଗିଲା ବର୍ଷା, ବାୟୁ ମାନରେ ଆସିଲା ଉନ୍ନତି
ଦିଲ୍ଲୀରେ ତୁହାକୁ ତୁହା ବର୍ଷା ଜାରି ରହିଛି। ଫଳରେ ଦିନର ସର୍ବାଧିକ ତାପମାତ୍ରା ୧୩ ଡିଗ୍ରୀ ସେଲସିୟସକୁ ଖସିଛି। ବର୍ଷା କାରଣରୁ ବାୟୁ ଗୁଣବତ୍ତାରେ ଉନ୍ନତି ଘଟିଛି ଏବଂ ବର୍ତ୍ତମାନ ସହରରୁ GRAP-3ର ପ୍ରତିବନ୍ଧକକୁ ହଟାଇ ଦିଆଯାଇଛି।