ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ଆଜି ସଂସଦରେ କହିଛନ୍ତି ଯେ କରୋନା ଭାଇରସ ସଂକ୍ରମଣ ସତ୍ତ୍ୱେ ମୃତ୍ୟୁ ହାରକୁ ରୋକିବାରେ ଭାରତ ସଫଳ ହୋଇଛି। ଲୋକସଭାରେ ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ ଦେଶରେ ୧୦ ଲକ୍ଷ ଜନସଂଖ୍ୟାରେ କେବଳ ୩,୩୨୮ ଜଣ କରୋନାରେ ଆକ୍ରାନ୍ତ ହେଉଛନ୍ତି।
ସରକାରଙ୍କ ତରଫରୁ ସମସ୍ତ ପ୍ରକାର ପ୍ରୟାସ ଜାରି ରହିଛି। ଦେଶରେ ୧୦ ଲକ୍ଷ ଲୋକଙ୍କ ମଧ୍ୟରେ କେବଳ ୩,୩୨୮ ଆକ୍ରାନ୍ତ ହେଉଛନ୍ତି କେବଳ ୫୫ ଜଣଙ୍କର ମୃତ୍ୟୁ ଘଟିଛି। ଅନ୍ୟ ସଂକ୍ରମିତ ଦେଶ ତୁଳନାରେ ଭାରତରେ ଏହି ସଂଖ୍ୟା ଏବଂ ମୃତ୍ୟୁ ସଂଖ୍ୟା ସର୍ବନିମ୍ନ ରହିଛି। ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ ସରକାରଙ୍କ ନିରନ୍ତର ପ୍ରୟାସ ପାଇଁ ମୃତ୍ୟୁ ହାର ନିୟନ୍ତ୍ରଣରେ ରହିଛି।
୧୩ ରାଜ୍ୟରେ କରୋନା ପ୍ରକୋପ ଅଧିକ
ତେବେ ଦେଶରେ ସର୍ବାଧିକ ସଂଖ୍ୟକ କରୋନା ଭାଇରସରେ ଆକ୍ରାନ୍ତ ଏବଂ ମୃତ୍ୟୁ ସଂଖ୍ୟା ଦିଲ୍ଲୀ, ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, ତାମିଲନାଡୁ, କର୍ଣ୍ଣାଟକ, ଉତ୍ତରପ୍ରଦେଶ, ପିଶ୍ଚିମବଙ୍ଗ, ବିହାର, ତେଲେଙ୍ଗାନା, ଓଡିଶା, ଆସାମ, କେରଳ ଏବଂ ଗୁଜୁରାଟରେ ରହିଥି। ଗତ ୨୪ ଘଣ୍ଟା ମଧ୍ୟରେ, ୭୭, ୫୧୨ ଲୋକ ଆରୋଗ୍ୟ ହୋଇଛନ୍ତି। ଦେଶରେ ଏପର୍ଯ୍ୟନ୍ତ ୩୭,୮୦,୧୦୭ ଆକ୍ରାନ୍ତ କରୋନାରୁ ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି।
ଦେଶରେ କରୋନା ରୋଗୀଙ୍କ ଆରୋଗ୍ୟ ହାର ୭୮ ପ୍ରତିଶତରେ ପହଞ୍ଚିଛି। ଦେଶରେ କରୋନାର ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ ୬୦ ପ୍ରତିଶତ ଆକ୍ରାନ୍ତ ମହାରାଷ୍ଟ୍ର, କର୍ଣ୍ଣାଟକ, ଉତ୍ତରପ୍ରଦେଶ, ଆନ୍ଧ୍ରପ୍ରଦେଶ ଏବଂ ତାମିଲନାଡୁର। ସ୍ୱାସ୍ଥ୍ୟ ମନ୍ତ୍ରାଳୟର ତଥ୍ୟ ଅନୁଯାୟୀ, ଦେଶରେ ବର୍ତ୍ତମାନ କରୋନା ସଂକ୍ରମଣର ୯,୮୬,୫୯୮ ଜଣ ଚିକିତ୍ସାଧୀନ ଥିବା ବେଳେ ୭୯,୭୨୨ ଲୋକଙ୍କର ମୃତ୍ୟୁ ଘଟିଛି।