ଶାସନ ଡୋର ଦଖଲ କଲେ, ହାରିଗଲେ ଦଳପତି

ନୂଆଦିଲ୍ଲୀ: ଗୁଜରାଟ ଓ ହିମାଚଳପ୍ରଦେଶ ବିଧାନସଭା ନିର୍ବାଚନରେ ଭାଜପା ହାତକୁ ଯାଇଛି ଶାସନ ଡୋର। ଜନାଦେଶ ଯାଇଛି ପଦ୍ମ ସପକ୍ଷରେ। ଗୁଜୁରାଟରେ ପୂର୍ବଭଳି ଭାଜପା ସରକାର ଗଢୁଥିବା ବେଳେ ହିମାଚଳପ୍ରଦେଶରେ କଂଗ୍ରେସକୁ ଧୂଳି ଚଟାଇ ସତ୍ତାରୁଢ ହେବ ବିଜେପି। ଦୁଇ ରାଜ୍ୟର ଭୋଟ୍‌ଗଣନା ପରେ ଏ କଥା ସ୍ପଷ୍ଟ ହୋଇଛି ଯେ, ହିମାଚଳରେ ଭାଜପାକୁ ଅଧିକ ରାଜନୈତିକି ଫାଇଦା ମିଳିଥିବା ବେଳେ ଗୁଜରାଟରେ ସ୍ଥିତି ବଜାଏ ରଖିବାକୁ ପଦ୍ମଦଳିଆଙ୍କୁ ବହୁକଷ୍ଟ କରିବାକୁ ପଡିଛି। ହେଲେ ହିମାଚଳରେ ନିଦ୍ୱନ୍ଦ୍ୱରେ […]

de

Rakesh Mallick
  • Published: Monday, 18 December 2017
  • , Updated: 18 December 2017, 05:36 PM IST

ନୂଆଦିଲ୍ଲୀ: ଗୁଜରାଟ ଓ ହିମାଚଳପ୍ରଦେଶ ବିଧାନସଭା ନିର୍ବାଚନରେ ଭାଜପା ହାତକୁ ଯାଇଛି ଶାସନ ଡୋର। ଜନାଦେଶ ଯାଇଛି ପଦ୍ମ ସପକ୍ଷରେ। ଗୁଜୁରାଟରେ ପୂର୍ବଭଳି ଭାଜପା ସରକାର ଗଢୁଥିବା ବେଳେ ହିମାଚଳପ୍ରଦେଶରେ କଂଗ୍ରେସକୁ ଧୂଳି ଚଟାଇ ସତ୍ତାରୁଢ ହେବ ବିଜେପି। ଦୁଇ ରାଜ୍ୟର ଭୋଟ୍‌ଗଣନା ପରେ ଏ କଥା ସ୍ପଷ୍ଟ ହୋଇଛି ଯେ, ହିମାଚଳରେ ଭାଜପାକୁ ଅଧିକ ରାଜନୈତିକି ଫାଇଦା ମିଳିଥିବା ବେଳେ ଗୁଜରାଟରେ ସ୍ଥିତି ବଜାଏ ରଖିବାକୁ ପଦ୍ମଦଳିଆଙ୍କୁ ବହୁକଷ୍ଟ କରିବାକୁ ପଡିଛି। ହେଲେ ହିମାଚଳରେ ନିଦ୍ୱନ୍ଦ୍ୱରେ ସତ୍ତାରୁଢ ହେବାକୁ ଥିବା ବିଜେପିର ମୁଖିଆ ହାରିଯାଇଛନ୍ତି।  ଯାହା ବିଜେପି ପାଇଁ ଏବେ ଚିନ୍ତାର କାରଣ ହେବ।

ରାଜ୍ୟର ପୂର୍ବ ମୁଖ୍ୟମନ୍ତ୍ରୀ ପ୍ରେମ କୁମାର ଧୂମାଲ ହିଁ ବିଜେପି ପକ୍ଷରୁ ହିମାଚଳ ପ୍ରଦେଶରେ ଶାସନ ମଙ୍ଗ ଧରିଥାନ୍ତେ। ହେଲେ ଜନାଦେଶ ତାଙ୍କ ବିପକ୍ଷରେ ଯାଇଛି। ସୁଜାନପୁର ନିର୍ବାଚନମଣ୍ଡଳୀରେ ନିର୍ବାଚନ ଲଢୁଥିବା ଏହି ହେଭିୱେଟ୍‌ କଂଗ୍ରେସ ନେତା ରାଜିନ୍ଦର ସିଂଙ୍କଠାରୁ ପରାସ୍ତ ହୋଇଛନ୍ତି।

ଦଳର ମୁଖ୍ୟମନ୍ତ୍ରୀ ପଦବୀ ଲାଗି ଧୂମାଲ ହିଁ ପ୍ରଥମ ପସନ୍ଦ ରହିଥିବା ବେଳେ ଏବେ ତାଙ୍କ ସ୍ଥାନରେ ନୂଆମୁହଁ ଦେଖିବାକୁ ମିଳିବ। ତାଙ୍କ ସ୍ଥାନରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେ.ପି.ନଡ୍ଡାଙ୍କୁ ଏହି ଗୁରୁ ଦାୟିତ୍ୱ ମିଳିପାରେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି। 

Related story