ଆଜି ସରିବ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପ୍ରଚାର

ଶିମଲା: ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଆଜି ସଂଧ୍ୟାରେ ସରୁଛି ପ୍ରଚାର।  ସଂଧ୍ୟା ୫ଟା ପରେ ଆଉ ପ୍ରଚାର କରି ହେବ ନାହିଁ।  ଭୋଟରଙ୍କୁ ହାତେଇବା ପାଇଁ ସବୁ ଦଳ ପକ୍ଷରୁ ଜୋରସୋରରେ ଚାଲିଛି ପ୍ରଚାର। ଏଠାରେ ବିଜେପି ଓ କଂଗ୍ରେସ ମଧ୍ୟରେ ଟକ୍କର ହେଉଛି। ଗତକାଲି କ୍ୟାମ୍ପେନ ଟ୍ରେଲ୍‌ରେ ଥିଲେ ରାହୁଲ ଗାନ୍ଧି, ରାଜନାଥ ସିଂହ ଓ ଯୋଗୀ ଆଦିତ୍ୟନାଥ।  ନିର୍ବାଚନକୁ ସୁରୁଖୁରୁରେ ସାରିବାକୁ ନିର୍ବାଚନ କମିଶନ ସବୁ ପ୍ରକାର ବ୍ୟବସ୍ଥା କରିଛନ୍ତି।  ନିର୍ବାଚନ […]

elecation

Rakesh Mallick
  • Published: Tuesday, 07 November 2017
  • , Updated: 07 November 2017, 10:03 AM IST

ଶିମଲା: ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଆଜି ସଂଧ୍ୟାରେ ସରୁଛି ପ୍ରଚାର।  ସଂଧ୍ୟା ୫ଟା ପରେ ଆଉ ପ୍ରଚାର କରି ହେବ ନାହିଁ।  ଭୋଟରଙ୍କୁ ହାତେଇବା ପାଇଁ ସବୁ ଦଳ ପକ୍ଷରୁ ଜୋରସୋରରେ ଚାଲିଛି ପ୍ରଚାର। ଏଠାରେ ବିଜେପି ଓ କଂଗ୍ରେସ ମଧ୍ୟରେ ଟକ୍କର ହେଉଛି। ଗତକାଲି କ୍ୟାମ୍ପେନ ଟ୍ରେଲ୍‌ରେ ଥିଲେ ରାହୁଲ ଗାନ୍ଧି, ରାଜନାଥ ସିଂହ ଓ ଯୋଗୀ ଆଦିତ୍ୟନାଥ।  ନିର୍ବାଚନକୁ ସୁରୁଖୁରୁରେ ସାରିବାକୁ ନିର୍ବାଚନ କମିଶନ ସବୁ ପ୍ରକାର ବ୍ୟବସ୍ଥା କରିଛନ୍ତି।  ନିର୍ବାଚନ ଦିନ ଓ ଗଣତି ଦିନ ମଦ ବିକ୍ରି ବନ୍ଦ ଲାଗି ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ କମିଶନ।

୬୮ ଆସନ ବିଶିଷ୍ଟ ବିଧାନସଭା ଲାଗି ଆସନ୍ତା ୯ ତାରିଖରେ ଗୋଟିଏ ପର୍ଯ୍ୟାୟରେ ହେବ ନିର୍ବାଚନ।  ୧୮ ତାରିଖରେ ହେବ ଗଣତି। ନିର୍ବାଚନରେ ମୋଟ ୩୪୯ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି।  ଏମାନଙ୍କ ମଧ୍ୟରେ ଅଛନ୍ତି ୧୯ ଜଣ ମହିଳା ପ୍ରାର୍ଥୀ।  ସବୁ ଆସନରେ ବିଜେପି ଓ କଂଗ୍ରେସ ପ୍ରାର୍ଥୀ ଦେଇଛନ୍ତି।

Related story