ବିଶିଷ୍ଟ କବି କେଦାରନାଥ ସିଂହଙ୍କ ପରଲୋକ

ନୂଆଦିଲ୍ଲୀ: ହିନ୍ଦୀ ସାହିତ୍ୟ ଜଗତର ବଶିଷ୍ଟ କବି କେଦାରନାଥ ସିଂହଙ୍କର ସୋମବାର ପରଲୋକ ହୋଇଛି। ହଠାତ୍ ପେଟରେ ସମସ୍ୟା ଦେଖାଦେବାରୁ ତାଙ୍କୁ ଏମ୍‌ସ ଡାକ୍ତଖାନାରେରେ ଭର୍ତ୍ତି କରାଯାଇଥିଲା। ସେଠାରେ ରାତି ୯.୧୫ ମିନିଟ୍‌ ସମୟରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ହୋଇଥିଲା। ମଙ୍ଗବାର ଦିଲ୍ଲୀର ଲୋଧୀ ରୋଡ ଶ୍ମଶାନରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ। ୧୯୩୪ ମସିହାରେ ଉତ୍ତର ପ୍ରଦେଶର ବଲିୟା ଜିଲ୍ଲାରେ କେଦାରନାଥଙ୍କ ଜନ୍ମ ହୋଇଥିଲେ। ସେ […]

kedar 1

Rakesh Mallick
  • Published: Tuesday, 20 March 2018
  • , Updated: 20 March 2018, 06:49 PM IST

ନୂଆଦିଲ୍ଲୀ: ହିନ୍ଦୀ ସାହିତ୍ୟ ଜଗତର ବଶିଷ୍ଟ କବି କେଦାରନାଥ ସିଂହଙ୍କର ସୋମବାର ପରଲୋକ ହୋଇଛି। ହଠାତ୍ ପେଟରେ ସମସ୍ୟା ଦେଖାଦେବାରୁ ତାଙ୍କୁ ଏମ୍‌ସ ଡାକ୍ତଖାନାରେରେ ଭର୍ତ୍ତି କରାଯାଇଥିଲା। ସେଠାରେ ରାତି ୯.୧୫ ମିନିଟ୍‌ ସମୟରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ହୋଇଥିଲା। ମଙ୍ଗବାର ଦିଲ୍ଲୀର ଲୋଧୀ ରୋଡ ଶ୍ମଶାନରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ।

୧୯୩୪ ମସିହାରେ ଉତ୍ତର ପ୍ରଦେଶର ବଲିୟା ଜିଲ୍ଲାରେ କେଦାରନାଥଙ୍କ ଜନ୍ମ ହୋଇଥିଲେ। ସେ କାଶି ହିନ୍ଦୁ ବିଶ୍ୱବିଦ୍ୟାଳୟରେ ହିନ୍ଦୀରେ ଏମ୍‌ଏ ଓ ପିଏଚ୍‌ଡି ହାସଲ କରିଥିଲେ। ସେ ଅନେକ କବିତା ସଙ୍କଳନ ଲେଖିଛନ୍ତି। ସେ ହିନ୍ଦୀ ସାହିତ୍ୟରେ ଜ୍ଞନପୀଠ ପୁରସ୍କାର, ସାହିତ୍ୟ ଏକାଡେମୀ ପୁରସ୍କାର ସହିତ ଅନେକ ସମ୍ମାନରେ  ସମ୍ମାନୀତ ହୋଇଛନ୍ତି। ତାଙ୍କର ସବୁଠାରୁ ବଡ଼ ଓ ସଫଳ କବିତା ହେଲା 'ବାଘ।' ତାଙ୍କର ପ୍ରମୁଖ କବିତାଗୁଡ଼ିକ ମଧ୍ୟରେ “ମେରେ ସମୟ କେ ଶବ୍ଦ କୋଷ, କଲ୍ପନା, ଛାୟାୱାଦ୍, ହିନ୍ଦୀ କବିତା ବିମ୍ବ ବିଧାନ ଓ କବ୍ରିସ୍ତାନ ମେ ପଞ୍ଚାୟତ” ଭଳି ବଳିଷ୍ଠ କବିତା ସଙ୍କଳନ ରହିଛି।

Related story