ଭାଲେଣ୍ଟାଇନ୍ସ ଡେ’କୁ ହିନ୍ଦୁ ସେନାର ବିରୋଧ, ଗ୍ରୀଟିଙ୍ଗ୍ସ କାର୍ଡ ଚିରିଲେ ଓ ଜାଳିଲେ

ଚେନ୍ନାଇ: ଭାଲେଣ୍ଟାଇନ୍ସ ଡେକୁ ଦକ୍ଷିଣ ପନ୍ଥୀ ସଂଗଠନ ହିନ୍ଦୁ ସେନା ଜୋରଦାର ବିରୋଧ କରିଛି। ଏଥିପାଇଁ ଆଜି ହିନ୍ଦୁ ସେନାର କିଛି ସଦସ୍ୟ ତାମିଲନାଡ଼ୁର କୋମ୍ବାଟୁରରରେ ମାର୍କେଟରେ ଭାଲେଣ୍ଟାଇନ୍ସ ଡେ’ ପାଇଁ ମିଳୁଥିବା ଗ୍ରୀଟିଙ୍ଗ୍ସ କାର୍ଡକୁ ଚିରିବା ସହ ସର୍ବସମ୍ମୁଖରେ ଜାଳି ନିଜର ବିରୋଧ ପ୍ରଦର୍ଶନ କରିଛନ୍ତି। ଏମାନେ କୋମ୍ବାଟୁରର ଜିଲ୍ଲାପାଳକଙ୍କ ଅଫିସ ସାମ୍ନାରେ ଏଭଳି କାଣ୍ଡ କରିଛନ୍ତି। ଏଥିସହ ହିନ୍ଦୁ ସେନାର କିଛି ସଦସ୍ୟ ଭାଲେଣ୍ଟାଇନ୍ସ ଡେ’ର ପାଳନ ବିରୋଧରେ ଜିଲ୍ଲାପାଳଙ୍କ ଅଫିସ ସାମ୍ନାରେ ବିକ୍ଷୋଭ […]

qwa

Hemant Lenka
  • Published: Monday, 10 February 2020
  • , Updated: 10 February 2020, 09:33 PM IST

ଚେନ୍ନାଇ: ଭାଲେଣ୍ଟାଇନ୍ସ ଡେକୁ ଦକ୍ଷିଣ ପନ୍ଥୀ ସଂଗଠନ ହିନ୍ଦୁ ସେନା ଜୋରଦାର ବିରୋଧ କରିଛି। ଏଥିପାଇଁ ଆଜି ହିନ୍ଦୁ ସେନାର କିଛି ସଦସ୍ୟ ତାମିଲନାଡ଼ୁର କୋମ୍ବାଟୁରରରେ ମାର୍କେଟରେ ଭାଲେଣ୍ଟାଇନ୍ସ ଡେ’ ପାଇଁ ମିଳୁଥିବା ଗ୍ରୀଟିଙ୍ଗ୍ସ କାର୍ଡକୁ ଚିରିବା ସହ ସର୍ବସମ୍ମୁଖରେ ଜାଳି ନିଜର ବିରୋଧ ପ୍ରଦର୍ଶନ କରିଛନ୍ତି।

ଏମାନେ କୋମ୍ବାଟୁରର ଜିଲ୍ଲାପାଳକଙ୍କ ଅଫିସ ସାମ୍ନାରେ ଏଭଳି କାଣ୍ଡ କରିଛନ୍ତି। ଏଥିସହ ହିନ୍ଦୁ ସେନାର କିଛି ସଦସ୍ୟ ଭାଲେଣ୍ଟାଇନ୍ସ ଡେ’ର ପାଳନ ବିରୋଧରେ ଜିଲ୍ଲାପାଳଙ୍କ ଅଫିସ ସାମ୍ନାରେ ବିକ୍ଷୋଭ ମଧ୍ୟ କରିଛନ୍ତି। ସେମାନେ ଭାଲେଣ୍ଟାଇନ୍ସ ଡେ’ ବିରୋଧରେ ନାରା ଦେବା ସହ ଫେବୃଆରୀ ୧୪ରେ ଜିଲ୍ଲା ପ୍ରଶାସନ ଏହି ଦିବସ ପାଳନ ଉପରେ ରୋକ ଲଗାଇବା ପାଇଁ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରୁ ବୋଲି ସେମାନେ ଦାବି କରିଛନ୍ତି।

ଯଦି ଫେବୃଆରୀ ୧୪ରେ ପ୍ରେମୀ ଯୁଗଳ ଏକାଠି ବୁଲନ୍ତି କିମ୍ବା ଭାଲେଣ୍ଟାଇନ୍ସ ଡେ’କୁ ପାଳନ କରନ୍ତି, ତା’ହେଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏହି ସଂଗଠନ ଦାବି କରିଛି।

Related story