କାନୁପୁର: ଦେଶରେ ମୁସଲମାନଙ୍କୁ ବାହାର କରାଯିବ, ଏଭଳି ଗୁଜବ ଖବରକୁ ନେଇ ସରକାରଙ୍କ ନାଗରିକତା ସଂଶୋଧନ ଆଇନକୁ ବିରୋଧ କରାଯାଉଛି। ଏହାକୁ ନେଇ ଦେଶର ଅନେକ ସ୍ଥାନରେ ହିଂସା ପ୍ରଦର୍ଶନ ଜାରି ରହିଥିବା ବେଳେ ଉତ୍ତର ପ୍ରଦେଶ କାନପୁରରେ ଭାଇଚାରାର ବାର୍ତ୍ତା ଦେଖିବାକୁ ମିଳିଛି। ଜଣେ ମୁସଲମାନ ଝିଅର ବାହାଘରରେ ବରଯାତ୍ରୀଙ୍କୁ ସୁରକ୍ଷା ଦେବାକୁ ଯାଇ ୫୦ ଜଣ ହିନ୍ଦୁ ସମ୍ପ୍ରଦାୟର ଲୋକ ମାନବ ଶୃଙ୍ଖଳ ତିଆରି କରିଥିଲେ। ଏମିତିକି କନ୍ୟା ବିଦାୟ ବେଳେ ମଧ୍ୟ ମାନବ ଶୃଙ୍ଖଳ ଜରିଆରେ ସୁରକ୍ଷା ଦେଇ ଭାଇଚାରାର ବାର୍ତ୍ତା ଦେଇଛନ୍ତି।
ଡିସେମ୍ୱର ୨୧ରେ ଉତ୍ତର ପ୍ରଦେଶରେ କାନପୁରରେ ସିଏଏକୁ ବିରୋଧ କରି ହିଂସା ପ୍ରଦର୍ଶନ ହୋଇଥିଲା। ଏହି ଦିନ କାନପୁରର ବକରଗଞ୍ଜରେ ଜୀନତ(୨୫)ଙ୍କର ପ୍ରତାପଗଡ଼ର ହସନାନି ଫାରୁକୀଙ୍କ ସହିତ ବିବାହ ଥିଲା। ସେହି ଦିନ କିନ୍ତୁ ସକାଳେ ସିଏଏକୁ ବିରୋଧ କରିବା ବେଳେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିଲା। ଫଳରେ ସ୍ଥାନୀୟ ଅଞ୍ଚଳରେ ହିଂସା ହେବାର ସମ୍ଭାବନା ଅଧିକ ରହିଥିଲା। ସକାଳର ପରିସ୍ଥିତି ଦେଖିବା ପରେ ଉଭୟ ପୁଅ ଏବଂ ଝିଅ ଘର ଲୋକେ ଭୟଭୀତ ହୋଇଯାଇଥିଲେ। ଜୀନତଙ୍କ ବାପାଙ୍କର ୧୨ ବର୍ଷ ତଳେ ପରଲୋକ ହୋଇଯାଇଥିବାରୁ ତାଙ୍କ ବାହାଘର କାକା ଓ୍ୱାଜିଦ ଫଜଲଙ୍କ ଉପରେ ନ୍ୟସ୍ତ ଥିଲା। ଉଭୟ ପରିବାର ବିବାହ କେମିତି ହେବ ସେ ନେଇ ଚିନ୍ତାରେ ଥିବା ବେଳେ ଏ କଥା ଓ୍ୱାଜିଦଙ୍କ ସାଙ୍ଗ ବିମଳ ଚପାଦ୍ୟଙ୍କ କାନରେ ପଡ଼ିଥିଲା।
[caption id="attachment_475845" align="aligncenter" width="750"] ବିମଳ (ବାମ), ଓ୍ୱାଜିଦ ଫଜଲ (କନ୍ୟାର କାକା)[/caption]
ଚପାଦ୍ୟ ସଙ୍ଗେସଙ୍ଗେ ତାଙ୍କର ଦୁଇ ସାଙ୍ଗ ସୋମନାଥ ତିଓ୍ୱାରୀ ଏବଂ ନୀରଜ ତିଓ୍ୱାରୀଙ୍କୁ ଏକାଠି କରିଥିଲେ। ଏହାପରେ ସେ ବର ଘର ଲୋକଙ୍କ ସହ କଥା ହୋଇଥିଲେ। ରାତିରେ ୭୦ ଜଣ ବରଯାତ୍ରୀ କାର୍ ଏବଂ ମିନି ବସରେ ଆସି ପହଞ୍ଚିଥିଲେ। ଏହାପରେ ବିମଳଙ୍କ ନେତୃତ୍ୱରେ ୫୦ ଜଣଙ୍କୁ ନେଇ ଏକ ମାନବ ଶୃଙ୍ଖଳ ହୋଇଥିଲା। ଏହି ମାନବ ଶୃଙ୍ଖଳ ମଧ୍ୟରେ ବରଯାତ୍ରୀମାନେ ଯାଇଥିଲେ। ବିବାହ ସରିବା ପରେ ମଧ୍ୟ ଏହି ମାନବ ଶୃଙ୍ଖଳ ବର କନ୍ୟାଙ୍କୁ ବିବାଦୀୟ ସ୍ଥାନ ଯାଏ ସୁରକ୍ଷା ଯୋଗାଇଥିଲା।
ବିବାହ ପରେ ଝିଅ ନିଜ ବାପ ଘରକୁ ଫେରିବା ପରେ ପ୍ରଥମେ ସେ ବିମଳଙ୍କୁ ଧନ୍ୟବାଦ ଦେବା ସହ ମୁଣ୍ଡିଆ ମାରିଥିଲେ। ତାଙ୍କ ବିବାହ ଜୀବନ ସୁଖମୟ ହେଉ ବୋଲି ସେ ବିମଳଙ୍କ ନିକଟରରୁ ଆଶୀର୍ବାଦ ଭିକ୍ଷା କରିଥିଲେ। ବିଭାଘର ସୁରୁଖୁରରେ ଶେଷ ହେଇଥିବାରୁ ଜୀନତ ବିମଳଙ୍କୁ ପ୍ରଶଂସା କରିଥିଲେ। ବିମଳ କହିଥିଲେ ଆମେ ପଡ଼ୋଶୀ ନୁହେଁ। ଜୀନତ ମୋର ସାନ ଝିଅ। ଯଦି ବାହାଘର ବେଳେ ଅସୁବିଧା ହୋଇଥାନ୍ତା ତାହେଲେ ଜୀନତର ମନ ଦୁଃଖ ହୋଇଥାନ୍ତା ମୁଁ ମୋ ଝିଅର ମନ ଦୁଃଖ କେବେ ଦେଖିପାରିବି ନାହିଁ। ତେଣୁ ସେ ନିଜ ଆଡ଼ୁ ସହଯୋଗ କରିଥିଲେ ବୋଲି ବିମଳ କହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।