ରୋଟୋଡେରୋ: ପାକିସ୍ତାନର ଏକ ଛୋଟ ସହର ରୋଟାଡେରୋରେ ଭଲ ନ ହେଉଥିବା ଜ୍ୱର ପାଇଁ ହାହାକାର ଖେଳିଯାଇଛି। ଏନେଇ ଅଭିଭାବକମାନେ ଚିନ୍ତାରେ ପଡ଼ିଯାଇଛନ୍ତି। ଏପ୍ରିଲ ମାସରେ ପ୍ରଥମେ ରୋଟାଡେରୋରେ ନଜରକୁ ଆସିଥିବା ଏହି ରୋଗ ବର୍ତ୍ତମାନ ଏହାର କାୟା ବିସ୍ତାର କରିବାରେ ଲାଗିଛି। ସ୍ୱାସ୍ଥ୍ୟ ଅଧିକାରୀମାନେ ଜଣେ ପେଡିଏଟ୍ରିସିଆନ୍ଙ୍କୁ ଦାୟିତ୍ୱ କରିଛନ୍ତି ଯେକି ଗୋଟିଏ ସିରିଞ୍ଜକୁ ବାରମ୍ବାର ବ୍ୟବହାର କରୁଥିଲେ।
ଆଜି ପର୍ଯ୍ୟନ୍ତ ମୋଟ ୧୧୦୦ ନାଗରିକ ଏଚ୍ଆଇଭି ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଅର୍ଥାତ ୨୦୦ ଜଣରେ ଜଣକୁ ଏଚ୍ଆଇଭି ଏଡ୍ସ ହୋଇଛି। ସେମାନଙ୍କ ମଧ୍ୟରୁ ୯୦୦ ଜଣଙ୍କ ବୟସ ୧୨ରୁ କମ୍। ଏହା କେବଳ ଆନୁମାନିକ ତଥ୍ୟ ଏବଂ ପ୍ରକୃତ ତଥ୍ୟ ଆହୁରି ଭୟାନକ ବୋଲି କୁହାଯାଉଛି।
ପ୍ରଥମେ ଏହି ଖବର ପ୍ରକାଶ କରିଥିବା ଗୁଲବାହାର ଶେଖ୍ ନାମକ ଜଣେ ସାମ୍ବାଦିକଙ୍କ ଆଖପାଖ ପଡ଼ୋଶୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଧାଡ଼ି ଲମ୍ବାଇବା ଦେଖି ଏ ବିଷୟରେ ଜାଣିବାକୁ ପାଇଥିଲେ। ତଦନ୍ତରୁ ଜଣାପଡ଼ିଛି ମୁଜାଫର ଘାଙ୍ଗରୋ ନାମକ ଏହି ପେଡିଟ୍ରିସିଆନ୍ ଏସବୁ ପାଇଁ ଦାୟୀ। ସହରର ଗରିବ ଲୋକେ ଚିକିତ୍ସା ପାଇଁ ତାଙ୍କ ଉପରେ ନିର୍ଭର କରୁଥିବାରୁ ତାଙ୍କୁ ସନ୍ଦେହ କରାଯାଇଥିଲା। ଖବର ପ୍ରକାଶ କରିଥିବା ଶେଖ୍ଙ୍କ ନିଜ ୨ ବର୍ଷର ଝିଅ ମଧ୍ୟ ଏଚ୍ଆଇଭି ପୀଡ଼ିତ ବୋଲି ସୂଚନା ମିଳିଛି।