ଆତଙ୍କୀ ରିଆଜର ମୃତ୍ୟୁ ପରେ ହିଜବୁଲର ସହଯୋଗୀ ଗିରଫ୍

ଶ୍ରୀନଗର: ଆତଙ୍କବାଦୀ ସଂଗଠନ ହିଜବୁଲର ଟପ୍ କମାଣ୍ଡର ରିଆଜ୍ ନାଇକୁ ନିପାତ ହେବାର ଗୋଟିଏ ଦିନ ପରେ ଗୁରୁବାର ଜମ୍ମୁ କଶ୍ମୀର ପୁଲିସ ଜଣେ ଆତଙ୍କୀ ଗୁଇନ୍ଦାକୁ ଡୋଡା ଜିଲ୍ଲାରୁ ଗିରଫ କରିଛି। ଗିରଫ ୨୨ ବର୍ଷୀୟ ଯୁବକ ଜଣଙ୍କର ନାମ ରକିବ ଆଲମ। ତା’ଘର ସ୍ୱନ୍ଦ ଗାଁ ବୋଲି ଜଣାପଡ଼ିଛି। କିଛି ଦିନ ପୂର୍ବରୁ ଡୋଡା ଜିଲ୍ଲାରୁ ହିଜବୁଲ ମୁଜାହିଦ୍ଦିନର ଆତଙ୍କବାଦୀ ତନଭୀର ଅହମ୍ମଦ ଗିରଫ ହୋଇଥିଲା। ପଚରାଉଚରା ବେଳେ ରାକିବ ଆଲାମର ନାମ ନେଇଥିଲା […]

hizbul-mujahideen-over-ground

Subhransu Sekhar
  • Published: Thursday, 07 May 2020
  • , Updated: 07 May 2020, 10:58 PM IST

ଶ୍ରୀନଗର: ଆତଙ୍କବାଦୀ ସଂଗଠନ ହିଜବୁଲର ଟପ୍ କମାଣ୍ଡର ରିଆଜ୍ ନାଇକୁ ନିପାତ ହେବାର ଗୋଟିଏ ଦିନ ପରେ ଗୁରୁବାର ଜମ୍ମୁ କଶ୍ମୀର ପୁଲିସ ଜଣେ ଆତଙ୍କୀ ଗୁଇନ୍ଦାକୁ ଡୋଡା ଜିଲ୍ଲାରୁ ଗିରଫ କରିଛି। ଗିରଫ ୨୨ ବର୍ଷୀୟ ଯୁବକ ଜଣଙ୍କର ନାମ ରକିବ ଆଲମ। ତା’ଘର ସ୍ୱନ୍ଦ ଗାଁ ବୋଲି ଜଣାପଡ଼ିଛି।

କିଛି ଦିନ ପୂର୍ବରୁ ଡୋଡା ଜିଲ୍ଲାରୁ ହିଜବୁଲ ମୁଜାହିଦ୍ଦିନର ଆତଙ୍କବାଦୀ ତନଭୀର ଅହମ୍ମଦ ଗିରଫ ହୋଇଥିଲା। ପଚରାଉଚରା ବେଳେ ରାକିବ ଆଲାମର ନାମ ନେଇଥିଲା ତନଭୀର। ସେ ନିଜେ ହିଜବୁଲ ଲିଙ୍କରେ ଥିଲା। ଜାନୁଆରୀରେ ପୁଲିସର ଏନକାଉଣ୍ଟରରେ ତନଭୀରର ମୃତ୍ୟୁ ଘଟିଛି।

ଏବେ ଆତଙ୍କବାଦୀ ରାଜୀବ୍ ଆଲାମ୍ ଗୁରୁବାର ପୁଲିସ ଏବଂ ସେନାର ମିଳିତ ଉଦ୍ୟମରେ ଗିରଫ ହୋଇଛି। ତା’ ପାଖରୁ ପିସ୍ତଲ ଏବଂ ଓ୍ୱାୟରଲେସ ଫୋନ୍ ଜବତ ହୋଇଛି। ଆତଙ୍କବାଦୀମାନେ ଜବତ ବନ୍ଧୁକ ଓ ଫୋନ୍ ଦେଇଥିଲେ ବୋଲି ସେ ସ୍ୱୀକାର କରିଛି।

Related story