ନୂଆଦିଲ୍ଲୀ: ଛଅ ମାସ ପାଇଁ ନାଗାଲାଣ୍ଡକୁ ଅଶାନ୍ତ ଅଞ୍ଚଳ ବୋଲି ଘୋଷଣା କରିଛି କେନ୍ଦ୍ର। ଏହି ସମୟରେ ଏଫଏସପିଏ ଆଇନ୍ ଲାଗୁ ହେବ। କେନ୍ଦ୍ର ଗୃହମନ୍ତ୍ରାଳୟ ଏନେଇ ବିଜ୍ଞପ୍ତି ଜାରି କରିଛି। ଏହି ଆଇନ୍ ବଳରେ ସୁରକ୍ଷାକର୍ମୀ ସ୍ୱତନ୍ତ୍ର ଅଧିକାର ପାଇବେ। କୌଣସି ବ୍ୟକ୍ତିକୁ ବିନା ସୂଚନା ଦେଇ ସୁରକ୍ଷା କର୍ମୀ ଗିରଫ କରିପାରିବାର ନିୟମ ରହିଛି। ଆବଶ୍ୟକ ପଡ଼ିଲେ ସୁରକ୍ଷାକର୍ମୀ ବଳ ପ୍ରୟୋଗ କରିପାରିବେ ବୋଲି ଜଣାପଡ଼ିଛି। ଏହି ଏଫଏସପିଏ ଆଇନ୍ ୧୧ ସେପ୍ଟେମ୍ୱର ୧୯୫୮ରେ ପାରିତ ହୋଇଥିଲା।
https://twitter.com/ANI/status/1344249207541043201?s=20